Advertisement
Photo Details/zeeodisha/odisha2765831
photoDetails0hindi

Guru Uday In Mithun: ମିଥୁନ ରାଶିରେ ଗୁରୁ ଚଳନ, ୩ ରାଶିକୁ ମିଳିବ ଟଙ୍କା ସହ ସମ୍ମାନ

Guru Uday In Mithun: ୧୨ ବର୍ଷ ପରେ ମିଥୁନ ରାଶିରେ ବୃହସ୍ପତିଙ୍କ ଉଦୟ ହେବାକୁ ଯାଉଛି । ଫଳରେ କିଛି ରାଶିର ବ୍ୟକ୍ତିଙ୍କ କ୍ୟାରିଅରରେ ଉନ୍ନତି ସହ ଧନ ଲାଭ ମିଳିବ ।

1/5

ଦେବଗୁରୁ ବୃହସ୍ପତିଙ୍କ ଶୁଭପ୍ରଭାବରେ ମିଥୁନ, ତୁଳା ଏବଂ ମୀନ ରାଶିର ବ୍ୟକ୍ତିବିଶେଷ କିପରି ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।

2/5

ମିଥୁନ ରାଶି

ଆପଣଙ୍କ ପାଇଁ ଦେବଗୁରୁ ବୃହସ୍ପତିଙ୍କ ଉଦୟ ବହୁତ ଶୁଭ ସଙ୍କେତ ଦେଉଛି। ଆପଣଙ୍କ କୁଣ୍ଡଳୀର ଲଗ୍ନ ଘରେ ବୃହସ୍ପତି ଉଦୟ ହେଉଛନ୍ତି । ପ୍ରଭାବରେ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣଙ୍କ ବ୍ୟକ୍ତିତ୍ୱରେ ନୂଆ ଚମକ ଆସିବ । ଚାକିରି କ୍ଷେତ୍ରରେ ପ୍ରଗତି କରିବେ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଏବଂ ସହକର୍ମୀଙ୍କ ଠାରୁ ସମର୍ଥନ ପାଇବେ । ବ୍ୟବସାୟରେ ଭଲ ଲାଭ ହାସଲ କରିବେ । ବ୍ୟବସାୟ ବଢିବାର ସମ୍ଭାବନା ରହିଛି। ବୈବାହିକ ଜୀବନରେ ସୁଖ ପାଇବେ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ।

3/5

ତୁଳା ରାଶି

ଆପଣଙ୍କ ପାଇଁ ବୃହସ୍ପତିଙ୍କ ପ୍ରଭାବ ଜୀବନରେ ସକାରାତ୍ମକତା ଆଣିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ସହଜରେ ଶେଷ କରିବେ । ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହୋଇଯିବ । ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମର ଶୁଭ ଫଳ ପାଇବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତାର ସମ୍ଭାବନା ଅଧିକ । ବହୁ ଦିନର ଏକ ଇଚ୍ଛା ପୂରଣ ହୋଇପାରେ ।

4/5

ମୀନ ରାଶି

ବୃହସ୍ପତି ଆପଣଙ୍କ କୁଣ୍ଡଳୀର ଚତୁର୍ଥ ଘରେ ଉଦୟ ହେଉଛନ୍ତି । ଏହି ଘରଟି ସୁଖ ଏବଂ ସ୍ଥିରତା ସହିତ ଜଡିତ। ଆପଣଙ୍କ ଯୋଜନା କାର୍ଯ୍ୟକାରୀ ହୋଇପାରେ । ଯାନବାହାନ କିମ୍ବା ସମ୍ପତ୍ତି କିଣିବାର ସମ୍ଭାବନା ରହିଛି । ଚାକିରିରେ ଉନ୍ନତି କରିବାର ସୁଯୋଗ ପାଇବେ । ଆପଣଙ୍କ କାମକୁ ପ୍ରଶଂସା ମିଳିବ । ବରିଷ୍ଠ ଅଧିକାରୀଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ପାରିବାରିକ ଜୀବନରେ ଭଲ ବୁଝାମଣା ରହିବ । ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ ।

5/5

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;