Horoscope 11 December 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୧ ଡିସେମ୍ୱର ୨୦୨୫ ହେଉଛି ଗୁରୁବାର। ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁକୁ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୧୧ ଡିସେମ୍ୱର ୨୦୨୫ ରେ କେଉଁ ସବୁ ରାଶିର ଲୋକମାନଙ୍କ ପାଇଁ ଭଲ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହି ଚଳିବାକୁ ପଡିବ।
)
Horoscope 11 December 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୧ ଡିସେମ୍ୱର ୨୦୨୫ ହେଉଛି ଗୁରୁବାର। ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁକୁ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୧ ଡିସେମ୍ୱର ୨୦୨୫ ଗୁରୁବାର କିଛି ରାଶି ପାଇଁ ବହୁତ ଶୁଭ ହେବାକୁ ଯାଉଥିବାବେଳେ, ଅନ୍ୟ କିଛି ରାଶି ମାନଙ୍କୁ ଜୀବନରେ ଛୋଟମୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ଜାଣନ୍ତୁ ୧୧ ଡିସେମ୍ୱରରେ କେଉଁ ସବୁ ରାଶିର ଲୋକମାନଙ୍କ ପାଇଁ ଭଲ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହି ଚଳିବାକୁ ପଡିବ।
)
ମେଷ ରାଶି: ଆଜି ଆପଣଙ୍କ ଦିନଟି ଭଲ ରହିବ। ଚାକିରି ଓ ବ୍ୟବସାୟରେ କ୍ଷେତ୍ରରେ ବଡ଼ ସଫଳତା ପାଇବେ। କିଛି ଲୋକ ସେମାନଙ୍କର ଘନିଷ୍ଠ ବନ୍ଧୁଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିପାରନ୍ତି। ଚାକିରି ଖୋଜୁଥିବା ଲୋକମାନେ ଏକ ଭଲ ଖବର ପାଇପାରନ୍ତି। ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବ। ସାମାଜରେ ଆପଣଙ୍କ ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇବ। ହଠାତ୍ କୌଣସି ଦୂର ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଆସିପାରେ। ଦୀର୍ଘ ସମୟ ଧରି ଅଟକି ରହିଥିବା ବକେୟା ଟଙ୍କା ଫେରି ପାଇବେ।
)
ବୃଷ ରାଶି: ଆଜି କିଛି ନୂଆ କାମ ଆରମ୍ଭ କରିବାକୁ ନେଇ ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଯଦି ଆପଣ ବ୍ୟବସାୟରେ କୌଣସି ରିସ୍କ ନିଅନ୍ତି ତେବେ ଏହା ଆପଣଙ୍କର କିଛି କ୍ଷତି କରାଇପାରେ। କାହାସହ କୌଣସି ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ନିଜ ଜୀବନ ସାଥୀ ପାଇଁ କିଛି ଉପହାର କିଣି ପାରିନ୍ତି। ଆପଣ ଆଜି କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିପାରନ୍ତି। ଆପଣଙ୍କ ଚାରିପାଖରେ କିଛି ନୂତନ ସମସ୍ୟା ଉପୁଜିପାରେ। ସ୍ୱାସ୍ଥ୍ୟ ଭଲ ରହିବ।
)
ମିଥୁନ ରାଶି: ଆଜିର ଦିନଟି ଆପଣଙ୍କ ପାଇଁ କିଛି ଜଟିଳତା ଆଣିପାରେ। ଅତ୍ୟଧିକ କାମ କାରଣରୁ ଆପଣ ଚିନ୍ତିତ ରହିବେ। ଯଦି ଆପଣ ରାଜନୀତି କରୁଛନ୍ତି ତେବେ ଆପଣ ଜଣେ ବଡ଼ ନେତାଙ୍କୁ ଭେଟି ପାରିବେ। ଆପଣ କିଛି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି। ଆପଣଙ୍କ ଧନ ବୃଦ୍ଧି ପାଇବ କିନ୍ତୁ ଆପଣ ମାନସିକ ସ୍ତରରେ ବିଚଳିତ ରହିବେ। ଏହି କାରଣରୁ ଆପଣ ପରିବାର ସଦସ୍ୟଙ୍କ ସହିତ ବିବାଦ ହୋଇପାରେ। ଆପଣଙ୍କ ପିଲା ଆଜି କିଛି ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
)
କର୍କଟ ରାଶି: ଆଜି ଆପଣଙ୍କୁ ଅଧିକ ମାନ ସମ୍ମାନ ମିଳିପାରେ। ଆପଣ ନୂତନ ଆୟର ଉତ୍ସ ପାଇବେ ଓ ଏହା ଆପଣ ଆପଣଙ୍କର ଆୟ ବୃଦ୍ଧି କରିବ। ଯାହା ଆପଣଙ୍କର ଆର୍ଥିକ ସ୍ଥିତିକୁ ମଧ୍ୟ ଦୃଢ଼ କରିବ। ଯଦି ଆପଣ ଏକ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣଙ୍କୁ ଯତ୍ନର ସହ ଗାଡି ଚଳାଇବାକୁ ପଡିବ। ଆଜି ଆପଣ ଆପଣଙ୍କ ଅର୍ଥର କିଛି ଅଂଶ ଦାନ ଆକାରରେ ନିବେଶ କରିପାରନ୍ତି। ସ୍ୱାସ୍ଥ୍ୟରେ ଉନ୍ନତୀ ଦେଖା ଦେବ।
)
ସିଂହ ରାଶି: ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ରହିବାକୁ ଯାଉଛି। ଚାକିରି କରୁଥିବା ଲୋକମାନେ ଏକ ନୂତନ ପଦ ପାଇପାରନ୍ତି। ଆପଣ ବ୍ୟବସାୟରେ ଭଲ ଲାଭ ପାଇବେ। କାର୍ଯ୍ୟ ଦକ୍ଷତା ବଳରେ ଆପଣଙ୍କ ନିଜ ଆଡକୁ ଲୋକମାନଙ୍କୁ ଆକର୍ଷିତ କରିବେ। ଆପଣଙ୍କ ମନରେ ପ୍ରତିଯୋଗିତାର ଭାବନା ରହିବ। ଆପଣଙ୍କର କିଛି ବିରୋଧୀ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିବେ। କୌଣସି ସମ୍ପତ୍ତି କିଣିବାବେଳେ ଆପଣ ଏହାର ଗୁରୁତ୍ୱପୂର୍ଣ୍ଣ ଦଲିଲଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ।
)
କନ୍ୟା ରାଶି: ଆଜି ଚାକିରି କରୁଥିବା ଲୋକଙ୍କ ପାଇଁ ଏକ ଭଲ ଦିନ ରହିବାକୁ ଯାଉଛି। ବ୍ୟବସାୟରେ ଆପଣ ଭାଇମାନଙ୍କଠାରୁ ଆପଣ କିଛି ଆର୍ଥିକ ସହାୟତା ପାଇପାରନ୍ତି। ଏହା ଆପଣଙ୍କ ବ୍ୟବସାୟରେ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ। ଘରକୁ ଜଣେ ଅତିଥି ଆସିପାରନ୍ତି। ଛୋଟ ପିଲାମାନେ ଆଜି ଆପଣଙ୍କ ସହିତ କିଛି ମଜା କରୁଥିବା ଦେଖାଯିବ। ଯଦି ପିତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପରିବାରରେ କିଛି ଅସୁବିଧା ଥିଲା ତେବେ ଏହା ମଧ୍ୟ ଭଲ ହୋଇଯିବ। ଯଦି ଆପଣ ଚାକିରି ବଦଳାଇବାକୁ ଯୋଜନା କରୁଛନ୍ତି ତେବେ ଏକ ଭଲ ସୁଯୋଗ ପାଇବେ।
)
ତୁଳା ରାଶି: ଆଜି ଆପଣଙ୍କ ପାଇଁ ଦିନଟି ବ୍ୟସ୍ତବହୁଳ ରହିବାକୁ ଯାଉଛି। ଆପଣଙ୍କ ଦୁର୍ବଳ ଆର୍ଥିକ ଅବସ୍ଥା ଯୋଗୁଁ ଖର୍ଚ୍ଚ ପୂରଣ କରିବା ପାଇଁ ଆପଣଙ୍କୁ ପରିବାର ସଦସ୍ୟଙ୍କଠାରୁ ଉଧାର ନେବାକୁ ପଡିପାରେ। ପରିବାରରେ କିଛି ଝଗଡା ଯୋଗୁଁ ଆପଣ ଅସୁବିଧାରେ ପଡ଼ିବେ। ବ୍ୟବସାୟରେ ଚାଲିଥିବା ସମସ୍ୟାଗୁଡ଼ିକ ଆପଣଙ୍କ ଭାଇମାନଙ୍କ ସାହାଯ୍ୟରେ ସମାଧାନ ହେବ। ପିଲାମାନଙ୍କ ଅଧ୍ୟୟନ ସହିତ ଅନ୍ୟ କିଛି କାର୍ଯ୍ୟରେ ଆଗ୍ରହ ମଧ୍ୟ ବଢ଼ିପାରେ। ପ୍ରେମ ଜୀବନ ବିତାଉଥିବା ବ୍ୟକ୍ତି ନିଜ ସାଥୀଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇବେ।
)
ବିଛା ରାଶି: ଆଜି ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଦିନଟି ବ୍ୟସ୍ତବହୁଳ ରହିବ। ଆପଣ ମଧ୍ୟ କିଛି ଋତୁକାଳୀନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ରାଜନୀତିରେ କରୁଥିବା ଲୋକମାନେ ହୁଏତ କିଛି ବିଶେଷ ପଦ ପାଇପାରନ୍ତି ଏବଂ ଆପଣଙ୍କୁ କିଛି ମାନ-ସମ୍ମାନ ପ୍ରଦାନ କରାଯାଇପାରେ। ଯଦି ଆପଣ ଏକ ବଡ ନିବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି ତେବେ ଟିକିଏ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଆପଣ ଏକ ନୂଆ ଗାଡି କିଣି ପାରନ୍ତି। ପରିବାରରେ ଚାଲିଥିବା କିଛି ସମସ୍ୟା ପାଇଁ ଆପଣ ଚିନ୍ତିତ ରହିବେ। ଆଜି ଆପଣ ପରିବାର ପାଇଁ ମଧ୍ୟ ସମୟ ବାହାର କରନ୍ତୁ।
)
ଧନୁ ରାଶି: ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ପାଇଁ ଏକ ଖରାପ ଦିନ ରହିବାକୁ ଯାଉଛି। ଯଦି ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହେବ। କୌଣସି ସମ୍ପତ୍ତି ସମ୍ବନ୍ଧୀୟ ବିବାଦରେ ଆପଣ ଆଖି ଓ କାନ ଖୋଲା ରଖିବାକୁ ପଡିବ। ଆପଣଙ୍କର କିଛି ବିରୋଧୀ ଆପଣଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ରଚିପାରନ୍ତି ଏବଂ ଆପଣଙ୍କର କିଛି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିପାରେ। ଅବିବାହିତ ଲୋକଙ୍କ ପାଇଁ ଏକ ଭଲ ପ୍ରସ୍ତାବ ଆସିପାରେ।
)
ମକର ରାଶି: ଆଜିର ଦିନଟି ଆପଣଙ୍କ ପାଇଁ ସକରାତ୍ମକ ଫଳାଫଳ ଆଣିଦେବ। ବିଦେଶରେ ରହୁଥିବା ପରିବାର ସଦସ୍ୟଙ୍କଠାରୁ ଆପଣ କିଛି ନିରାଶାଜନକ ସୂଚନା ଶୁଣିପାରନ୍ତି। ଆପଣ ହୁଏତ ଆପଣଙ୍କ ଘରକୁ ଏକ ନୂଆ ଗାଡି ଆଣିପାରନ୍ତି ଏବଂ ଯଦି ପରିବାରରେ କିଛି ପାର୍ଥକ୍ୟ ଚାଲିଥାଏ ତେବେ ଆପଣଙ୍କୁ ଏହାର ସମାଧାନ କରିବାକୁ ଚେଷ୍ଟା କରିବାକୁ ପଡିପାରେ। ଆପଣଙ୍କ ଚାରିପାଖରେ କିଛି ନୂତନ ଶତ୍ରୁ ଉତ୍ପନ୍ନ ହୋଇପାରନ୍ତି ଏବଂ ଆପଣ ଆପଣଙ୍କର କିଛି ବ୍ୟବସାୟ ଯୋଜନା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତି। ଏହା ଆପଣଙ୍କ ପାଇଁ ଭଲ ଲାଭ ଆଣିବେ। ଭୌତିକ ସମ୍ବଳ ବୃଦ୍ଧି ପାଇବ।
)
କୁମ୍ଭ ରାଶି: ଆଜି ଆପଣଙ୍କ ପାଇଁ ବ୍ୟସ୍ତ ବହୁଳ ଦିନ ରହିବ। ଆପଣଙ୍କ ପରିବାରରେ କିଛି ଶୁଭ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ। ବ୍ୟବସାୟରେ ଆପଣଙ୍କୁ କିଛି ବଡ କାମ ଦାୟିତ୍ୱ ଦିଆଯାଇପାରେ। ଆପଣ ବିଶେଷ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ ପାଇବେ। ଆପଣ ଏକ ଦୂର ଦୂରାନ୍ତର ଯାତ୍ରା କରିପାରନ୍ତି। ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଏକ ନୂତନ ଘର, ଦୋକାନ, ଗାଡି ଇତ୍ୟାଦି କିଣିବା ପାଇଁ ଆପଣଙ୍କର ଇଚ୍ଛା ପୂରଣ ହୋଇପାରେ। ଯଦି ଆପଣ ପୂର୍ବରୁ କାହାକୁ ଋଣ ଦେଇଥିଲେ ତେବେ ଆପଣ ଏହାକୁ ଫେରି ପାଇବେ।
)
ମୀନ ରାଶି: ଆଜି ବ୍ୟବସାୟ ଦୃଷ୍ଟିରୁ ଦିନଟି ଆପଣଙ୍କ ପାଇଁ ଅପ୍-ଡାଉନ୍ ରହିବ। ଆଜି କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଯଦି ଆପଣ ଦୀର୍ଘ ସମୟ ଧରି କୌଣସି ଶାରୀରିକ ସମସ୍ୟାର ଶିକାର ହେଉଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଡାକ୍ତରୀ ପରାମର୍ଶ ନେବା ଉଚିତ୍। ଆଜି ଆପଣଙ୍କ ଜୀବନସାଥୀ ସହିତ ଏକ ଅନାବଶ୍ୟକ ଝଗଡା ହୋଇପାରେ। ତେଣୁ ଆପଣଙ୍କ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖିବା ଏବଂ ଅନ୍ୟମାନେ କ’ଣ କହୁଛନ୍ତି ତାହା ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ।
Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
ट्रेन्डिंग फोटोज़