Top 5 Lucky Zodiac Sign, 3 March 2025: ଦିନଟିରେ ଗଠିତ ହୋଇଥିବା ଶୁଭଯୋଗ ପ୍ରଭାବରୁ ମେଷ, ସିଂହ, କନ୍ୟା, ତୁଳା ଏବଂ ମକର ରାଶିର ବ୍ୟକ୍ତି ବିଶେଷ ଅତ୍ୟନ୍ତ ଶୁଭଫଳ ପାଇବାକୁ ଯାଉଛନ୍ତି ।
)
ମେଷ ରାଶି
ଆପଣଙ୍କ ପାଇଁ ଦିନଟି ଉତ୍ସାହରେ ପରିପୂର୍ଣ୍ଣ ରହିବ । ସମସ୍ତ କାମ ଠିକ୍ ସମୟରେ ଶେଷ ହେବ । ଆର୍ଥିକ ଲାଭ କରିବାକୁ ସୁଯୋଗ ମିଳିବ । ବିଭିନ୍ନ କ୍ଷେତ୍ରରେ ମାନ ସମ୍ମାନ ମିଳିପାରେ । କରିଥିବା ଯୋଜନା ସଫଳ ହେବାରୁ ଆପଣ ଖୁସି ଅନୁଭବ କରିବେ। ଚାକିରି ବଦଳାଇବାକୁ ଇଚ୍ଛା କରୁଥିଲେ ନୂଆ ସୁଯୋଗ ମିଳିପାରେ । ପାରିବାରିକ ଜୀବନରେ ପ୍ରେମ ଏବଂ ଖୁସି ପାଇବେ। ଦିନଟି ବିଶେଷ କରି ସେହିମାନଙ୍କ ପାଇଁ ଅଧିକ ଲାଭଦାୟକ ଯେଉଁମାନେ ବୈଷୟିକ କ୍ଷେତ୍ର ସହିତ ଜଡିତ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ହୋଇପାରେ ।
)
ସିଂହ ରାଶି
ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭଦାୟକ । ସମସ୍ତ କାର୍ଯ୍ୟରେ ଭାଗ୍ୟର ସମର୍ଥନ ମିଳିବ। ଚାକିରି କ୍ଷେତ୍ରରେ ମାନ ସମ୍ମାନ ବଢିବ । ସହକର୍ମୀମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ପରିବାରର ବରିଷ୍ଠ ଲୋକଙ୍କଠାରୁ ସମର୍ଥନ ପାଇବେ । ସମ୍ପତ୍ତି ସମ୍ବନ୍ଧୀୟ କୌଣସି ବିବାଦ ଥିଲେ ତାହାର ସମାଧାନ ହୋଇଯିବ । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ଜଡିତ ହୋଇପାରନ୍ତି । ବ୍ୟବସାୟରେ ପୂର୍ବ ସମ୍ପର୍କରୁ ଅଧିକ ଲାଭ ପାଇବେ ।
)
କନ୍ୟା ରାଶି
ଆପଣ କୌଣସି କ୍ଷେତ୍ରରୁ ଅପ୍ରତ୍ୟାଶିତ ଆର୍ଥିକ ଲାଭ ପାଇପାରନ୍ତି। ବହୁତ ଦିନ ଧରି ଯେଉଁ ଖବରକୁ ଆପଣ ଅପେକ୍ଷା କରିଥିଲେ ତାହା ମିଳିପାରେ। ମନର ଇଚ୍ଛା ପୂରଣ ହେବାରୁ ଆପଣ ଖୁସି ଅନୁଭବ କରିବେ। କଳା ଏବଂ ସୃଜନଶୀଳ କ୍ଷମତାରୁ ଆପଣ ଲାଭ ପାଇବେ । ବିଦେଶୀ କ୍ଷେତ୍ରରୁ ମଧ୍ୟ ଲାଭ ମିଳିପାରେ। ସରକାରୀ କ୍ଷେତ୍ର ସହ ଜଡିତ ଥିଲେ ସଫଳତା ହାସଲ କରିପାରନ୍ତି । ପାରିବାରିକ ଜୀବନରେ ଜୀବନସାଥୀଙ୍କ ଠାରୁ ସମର୍ଥନ ମିଳିପାରେ । ଆପଣଙ୍କ ବିରୋଧୀ ଏବଂ ଶତ୍ରୁମାନେ ଚାହିଁଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ।
)
ତୁଳା ରାଶି
ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । ବିଭିନ୍ନ କ୍ଷେତ୍ରରୁ ସୁଖଦ ଖବର ମିଳିପାରେ । ବ୍ୟବସାୟରେ ଅଧିକ ଲାଭ ହାସଲ କରିପାରନ୍ତି । ଅସଂପୂର୍ଣ୍ଣ ଇଚ୍ଛା ପୂରଣ ହୋଇପାରେ। କାର୍ଯ୍ୟସ୍ଥଳରେ ସହକର୍ମୀଙ୍କ ଠାରୁ ସମର୍ଥନ ପାଇବେ। ବୈବାହିକ ଜୀବନରେ ପ୍ରେମ ବଢିବ । ପାରସ୍ପରିକ ସମନ୍ୱୟ ବଜାୟ ରହିବ। ପିଲାଙ୍କ ସଫଳତା ଏବଂ ଆଚରଣ କାରଣରୁ ଆପଣ ଖୁସିବ୍ୟକ୍ତ କରିବେ । ଭୌତିକ ସୁଖ ସୁବିଧା ବଢିପାରେ ।
)
ମକର ରାଶି
ଆପଣଙ୍କ ପାଇଁ ଦିନଟି ଉତ୍ସାହଜନକ ସାବ୍ୟସ୍ତ ହେବ । ସକାଳ ସମୟରୁ ହିଁ ଆପଣ ବିଭିନ୍ନ କ୍ଷେତ୍ରରେ ସକ୍ରିୟ ରହିବେ । କର୍ମକ୍ଷେତ୍ରରେ ଲାଭଜନକ ଫଳାଫଳ ମିଳିବ । ପରିବାର ଏବଂ ସାମାଜିକ ଜୀବନରେ ଖୁସି ପାଇବେ । ଦୀର୍ଘକାଳୀନ ନିବେଶ ପାଇଁ ସମୟ ଅନୁକୁଳ । ବିଭିନ୍ନ ସୁତ୍ରରୁ ଆୟ ବୃଦ୍ଧି ହୋଇପାରେ । ମାନ ସମ୍ମାନ ବଢିବାକୁ ଲାଗିବ । ସାହସର ସହ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ । ବୈଷୟିକ କ୍ଷେତ୍ର ସହ ଜଡିତ ଥିଲେ ବିଶେଷ ଲାଭ ମିଳିପାରେ। ଦୂରଯାତ୍ରା ଫଳପ୍ରଦ ହେବ।
)
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़