Top 5 Lucky Zodiac Sign, 10 March 2025: ୧୦ ମାର୍ଚ୍ଚ ସୋମବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷ ବିଶେଷ ଭାବେ ଉପକୃତ ହେବାକୁ ଯାଉଛନ୍ତି ।
)
ମେଷ ରାଶି
ଚାକିରି ଏବଂ ବ୍ୟବସାୟ ଦୃଷ୍ଟିରୁ ଦିନଟି ଆପଣଙ୍କ ପାଇଁ ଲାଭଦାୟକ । କର୍ମକ୍ଷେତ୍ରରେ କୌଣସି ନୂଆ ପ୍ରଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ବିଶ୍ୱାସ ରଖିବେ । ଆପଣଙ୍କୁ କିଛି ନୂତନ ଦାୟିତ୍ୱ ମିଳିପାରେ । କର୍ମକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିବ । ଦିନଟିରେ କିଛି ଭଲ ଖବର ଆପଣ ପାଇପାରନ୍ତି । ସରକାରୀ କ୍ଷେତ୍ରରେ କୌଣସି କାର୍ଯ୍ୟ ଥିଲେ ସେଥିରେ ସଫଳତା ହାସଲ କରିବେ । ଭାଇମାନଙ୍କଠାରୁ ସମର୍ଥନ ପାଇ ଖୁସି ହେବେ ।
)
ମିଥୁନ ରାଶି
ଆର୍ଥିକ କ୍ଷେତ୍ରରେ ଆପଣଙ୍କ ପାଇଁ ଦିନଟି ଲାଭଦାୟକ । ବ୍ୟବସାୟରେ କରିଥିବା ଯୋଜନାକୁ ଆପଣ ଭଲ ଭାବରେ କାର୍ଯ୍ୟକାରୀ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ସହକର୍ମୀ ଏବଂ ସହଯୋଗୀମାନଙ୍କଠାରୁ ସମର୍ଥନ ପାଇବେ । ଅତୀତରେ କରିଥିବା କାମ ପାଇଁ ପୁରସ୍କୃତ ହୋଇପାରନ୍ତି । ଆପଣଙ୍କର ପ୍ରଭାବ ବଢିବାକୁ ଲାଗିବ । ବ୍ୟବସାୟରେ ଆୟ ବୃଦ୍ଧି ହେବାକୁ ଲାଗିବ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହ ଭଲ ସମନ୍ୱୟ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। କୌଣସି ଅଜଣା ବ୍ୟକ୍ତିଙ୍କଠାରୁ ସାହାଯ୍ୟ ପାଇ ଖୁସି ହେବେ ।
)
କର୍କଟ ରାଶି
କଠିନ ପରିଶ୍ରମ ଅନୁଯାୟୀ ଆଶାଠାରୁ ଅଧିକ ଲାଭ ପାଇବେ । କଳା ଏବଂ ସୃଜନଶୀଳ କ୍ଷମତାରୁ ଲାଭ ପାଇବେ। ବ୍ୟବସାୟ କରୁଥିଲେ ଦିନଟି ଆପଣଙ୍କ ପାଇଁ ବିଶେଷ ଲାଭଦାୟକ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ବିଶେଷ ସମର୍ଥନ ମିଳିବ । କୌଣସି ସ୍ଥାନରୁ ଅପ୍ରତ୍ୟାଶିତ ଆର୍ଥିକ ଲାଭ ପାଇବା କାରଣରୁ ମନ ଖୁସି ରହିବ ।
)
ଧନୁ ରାଶି
ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । ସମ୍ପତ୍ତି କିମ୍ବା ଘର ନିର୍ମାଣ ସମ୍ବନ୍ଧୀୟ ଜିନିଷ ବ୍ୟବସାୟ କରୁଥଲେ ଆୟ ଅଧିକ ହେବ । ଚାକିରି କ୍ଷେତ୍ରରେ ପ୍ରଭାବ ବଢିବ । ମାନ ସମ୍ମାନ ବୃଦ୍ଧି ପାଇବ। ବହୁତ ଦିନ ଧରି କୌଣସି ଚୁକ୍ତି ପ୍ରୟାସ କରୁଥିଲେ ଶୁଭ ସଂକେତ ମିଳିପାରେ । ଜୀବନସାଥୀଙ୍କ କାର୍ଯ୍ୟ ଆପଣଙ୍କୁ ଖୁସି କରାଇବ । ପରିବାର ସଦସ୍ୟଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଥିଲେ ସଫଳ ହେବାର ସମ୍ଭାବନା ଅଧିକ।
)
କୁମ୍ଭ ରାଶି
ସରକାରୀ କ୍ଷେତ୍ରର କୌଣସି କାମ ଚାଲିଥିଲେ ସେଥିରେ ସଫଳତା ମିଳିବାର ସମ୍ଭାବନା ଅଧିକ । ସାମାଜିକ ଏବଂ ରାଜନୈତିକ କ୍ଷେତ୍ର ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ଦିନଟି ଅଧିକ ଅନୁକୂଳ । ଆର୍ଥିକ ସ୍ଥିତି ସୁଦୃଢ ହେବାକୁ ଲାଗିବ । ସଞ୍ଚୟ କରିବାରେ ସଫଳ ହେବେ । କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସାହାଯ୍ୟରେ ଭଲ ଲାଭ ମିଳିପାରେ । କୌଣସି ଏକ ଇଚ୍ଛା ପୂରଣ ହେବା କାରଣରୁ ଆପଣ ଖୁସିବ୍ୟକ୍ତ କରିବେ । ଆପଣଙ୍କର ପ୍ରତିଟି କାମ ସୁରୁଖୁରୁରେ ଚାଲିବ । ମନୋରଞ୍ଜନ କରିବାକୁ ସମୟ ପାଇବେ । ଦୂର ସମ୍ପର୍କୀୟଙ୍କ ନିକଟରୁ ଖୁସି ଖବର ମିଳିପାରେ ।
)
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़