Advertisement
Photo Details/zeeodisha/odisha2676445
Zee OdishaPhotosLucky Zodiac Sign: ୧୧ ମାର୍ଚ୍ଚରେ ସର୍ବାର୍ଥ ସିଦ୍ଧି ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
photoDetails0hindi

Lucky Zodiac Sign: ୧୧ ମାର୍ଚ୍ଚରେ ସର୍ବାର୍ଥ ସିଦ୍ଧି ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 11 March 2025: ଦିନଟିରେ ଗଠିତ ହୋଇଥିବା ଶୁଭଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତି ଅତ୍ୟନ୍ତ ଶୁଭଫଳ ପାଇବାକୁ ଯାଉଛନ୍ତି ।

1/6

ମେଷ ରାଶି

ଆପଣଙ୍କ ପାଇଁ ଦିନଟି କ୍ୟାରିୟର ଏବଂ ବ୍ୟବସାୟରେ ଉନ୍ନତି ଆଣିଦେବ। ଚାକିରି ସନ୍ଧାନରେ ଥିଲେ କିମ୍ୱା ବଦଳାଇବାକୁ ଚାହୁଁଥିଲେ ସକାରାତ୍ମକ ଖବର ମିଳିପାରେ । ବ୍ୟବସାୟରେ କଠିନ ପରିଶ୍ରମ କାରଣରୁ ଆପଣ ଭଲ ଲାଭ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ପ୍ରତି ବରିଷ୍ଠ କର୍ମକର୍ତ୍ତାଙ୍କ ମନୋଭାବ ଭଲ ରହିବ । ଆପଣଙ୍କ ଇଚ୍ଛା ମଧ୍ୟ ପୂରଣ ହୋଇପାରେ । ପ୍ରିୟ ଖାଦ୍ୟ ଖାଇବାକୁ ମିଳିବ ।

2/6

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ । ବହୁତ ଦିନ ଧରି ଅଟକି ରହିଥିବା କାମ ଶେଷ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ସମନ୍ୱୟ ରକ୍ଷା କରିବାରେ ସଫଳ ହେବେ । ବନ୍ଧୁଙ୍କ ସହିତ ସୁଖଦ ମୁହୂର୍ତ୍ତ ବିତାଇବେ । କୌଣସି ସ୍ଥାନରୁ ହଠାତ୍ ଆର୍ଥିକ ଲାଭ ମିଳିପାରେ । ବ୍ୟବସାୟ କରୁଥିଲେ ଦିନଟି ବହୁତ ଭଲ । ପାରିବାରିକ ଜୀବନରେ ଜୀବନସାଥୀଙ୍କ ସମର୍ଥନ ପାଇବେ ।

3/6

ତୁଳା ରାଶି

ଆପଣଙ୍କ ପାଇଁ ସୌଭାଗ୍ୟର ଦିନ । ନୂତନ ଉତ୍ସରୁ ଲାଭ ମିଳିବାର ସମ୍ଭାବନା ଅଧିକ । ଅଳ୍ପ ଚେଷ୍ଟାରେ ଅଟକି ରହିଥିବା ଟଙ୍କା ଫେରି ପାଇବାରେ ସକ୍ଷମ ହେବେ। ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ । ବ୍ୟବସାୟରେ ଆୟ ବୃଦ୍ଧି କାରଣରୁ ଆପଣ ଖୁସି ପ୍ରକାଶ କରିବେ । ପୂର୍ବ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଏବଂ ପଦୋନ୍ନତି ମିଳିପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ଧିରେ ଧିରେ ଉନ୍ନତି ହେବ। ପୁରୁଣା ବନ୍ଧୁଙ୍କୁ ଭେଟିବାର ସୁଯୋଗ ମିଳିବ । ପାରିବାରିକ ସୁଖ ପାଇବେ ।

4/6

ବିଛା ରାଶି

ଆପଣଙ୍କ ପାଇଁ ଦିନଟି ଲାଭ ଆଣିଦେବ । ଯେକୌଣସି କାମ କରନ୍ତୁ ନା କାହିଁକି ସଫଳତା ମିଳିବାର ସମ୍ଭାବନା ଅଧିକ । ବହୁ ଦିନର ଏକ ଇଚ୍ଛା ପୂରଣ ହୋଇପାରେ । ଚାକିରି କ୍ଷେତ୍ରରେ ଆପଣଙ୍କ ପ୍ରଭାବ ଏବଂ ଗୁରୁତ୍ୱ ବଢିବ । ସହକର୍ମୀଙ୍କ ସହିତ ମନୋରଞ୍ଜନମୂଳକ ମୁହୂର୍ତ୍ତ ବିତାଇବାକୁ ସମୟ ପାଇବେ । ଛାତ୍ରଛାତ୍ରୀମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ ସଫଳତା ହାସଲ କରିପାରନ୍ତି। ସରକାରୀ କାର୍ଯ୍ୟ ଅଟକି ରହିଥିଲେ ତାହା ଶେଷ ହୋଇପାରେ ।

5/6

ମକର ରାଶି

ଆପଣଙ୍କ ପାଇଁ ଦିନଟି ପ୍ରଗତିଶୀଳ ସାବ୍ୟସ୍ତ ହୋଇପାରେ । ଚନ୍ଦ୍ରଙ୍କ ଶୁଭ ଦୃଷ୍ଟି କାରଣରୁ ଧର୍ଯ୍ୟର ସହ ସମସ୍ତ କଠିନ କାର୍ଯ୍ୟ ମଧ୍ୟ ସମାପ୍ତ କରିପାରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ମଜାଦାର ସମୟ ବିତାଇବେ। ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ। ବିଦେଶରେ ଥିବା ସମ୍ପର୍କୀୟଙ୍କ ନିକଟରୁ ଭଲ ଖବର ମିଳିପାରେ। ପିଲାମାନଙ୍କ ସଫଳତାରେ ଆପଣ ଖୁସି ପ୍ରକାଶ କରିବେ । ଦୀର୍ଘକାଳୀନ ନିବେଶ କରିବାକୁ ଚାହୁଁଥିଲେ ଦିନଟି ଶୁଭ ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।