Advertisement
Photo Details/zeeodisha/odisha2682951
photoDetails0hindi

Lucky Zodiac Sign: ୧୭ ମାର୍ଚ୍ଚରେ ବାସୁମତୀ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 17 March 2025: ସପ୍ତାହର ପ୍ରଥମ ଦିନରେ ସୃଷ୍ଟି ହୋଇଥିବା ଶୁଭଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବାକୁ ଯାଉଛନ୍ତି ।

1/6

ମେଷ ରାଶି

ଆପଣଙ୍କ ପାଇଁ ଉଭୟ ବ୍ୟବସାୟ ଏବଂ କ୍ୟାରିୟର କ୍ଷେତ୍ରରେ ଦିନଟି ଶୁଭଫଳ ପ୍ରଦାନ କରିବ । ବ୍ୟବସାୟରେ ନୂତନ ଚୁକ୍ତିନାମା ହୋଇପାରେ । ବର୍ତ୍ତମାନ ଆପଣ ବ୍ୟବସାୟରେ କରୁଥିବା ନିବେଶ ଭବିଷ୍ୟତରେ ଆପଣଙ୍କୁ ଭଲ ଲାଭ ଦେଇପାରେ। ଚାକିରି କ୍ଷେତ୍ରରେ ନୂତନ ଯୋଜନାରେ କାମ କରିବାକୁ ସୁଯୋଗ ପାଇବେ । ଆପଣଙ୍କ ଉପରିସ୍ଥ ଅଧିକାରୀଙ୍କଠାରୁ ଉତ୍ସାହ ମିଳିପାରେ। ପାରିବାରିକ ଜୀବନରେ ମଧୁରତା ବଜାୟ ରହିବ। ଆପଣଙ୍କ ମିଠା କଥା ଅନ୍ୟମାନଙ୍କୁ ବେଶ୍ ପ୍ରଭାବିତ କରିବ ।

2/6

ମିଥୁନ ରାଶି

ଆପଣ ନିଜ ଦକ୍ଷତା କାରଣରୁ ଲାଭଜନକ ଫଳାଫଳ ପାଇବେ । ନେତୃତ୍ୱ ନେବାର ଦକ୍ଷତା ଉନ୍ନତ ହେବ। କର୍ମକ୍ଷେତ୍ରରେ କିଛି ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ସପ୍ତାହର ପ୍ରଥମ ଦିନଟି ବ୍ୟବସାୟୀମାନଙ୍କ ପାଇଁ ଲାଭଜନକ ସାବ୍ୟସ୍ତ ହେବ। ଯୋଗାଯୋଗ, ଗଣମାଧ୍ୟମ, ଲେଖା ଏବଂ ଶିକ୍ଷା କ୍ଷେତ୍ର ସହ ଜଡିତ ଥିଲେ ବିଶେଷ ଲାଭ ହାସଲ କରିବେ । ପାରିବାରିକ ଜୀବନରେ ଖୁସିର ବାତାବରଣ ରହିବ। ଘରର ସଦସ୍ୟଙ୍କ ସମର୍ଥନ ଆପଣଙ୍କ ସହ ରହିବ ।

3/6

କର୍କଟ ରାଶି

କର୍ମକ୍ଷେତ୍ରରେ ନିଜ କଠିନ ପରିଶ୍ରମର ଉପଯୁକ୍ତ ଫଳାଫଳ ପାଇବେ । ବରିଷ୍ଠ ଅଧିକାରୀଙ୍କ ପ୍ରଶଂସା ଆପଣଙ୍କ ପ୍ରତି ରହିବ । କ୍ୟାରିୟରରେ ଉନ୍ନତି କରିବାକୁ ସୁଯୋଗ ପାଇବେ । ବ୍ୟବସାୟୀମାନଙ୍କୁ ଅର୍ଥ ଉପାର୍ଜନ ପାଇଁ ନୂଆ ସୁଯୋଗ ମିଳିବ। ସ୍ଥାବର ସମ୍ପତ୍ତି, ଗୃହ ସାଜସଜ୍ଜା ଏବଂ ଯାନବାହାନ ବ୍ୟବସାୟ ସହିତ ଜଡିତ ଥିଲେ ଅଧିକ ଲାଭ ପାଇବେ । ଯାନବାହନ କିଣିବାକୁ ପ୍ରୟାସ କରୁଥିଲେ ଇଚ୍ଛା ପୂରଣ ହୋଇପାରେ । ଅତୀତରେ କରିଥିବା ନିବେଶରୁ ଆପଣ ଅଧିକ ଲାଭ ପାଇପାରନ୍ତି । ଘରେ ଖୁସିର ପରିବେଶ ରହିବ

 

4/6

ତୁଳା ରାଶି

ଚନ୍ଦ୍ରଙ୍କ ଚଳନର ଶୁଭଫଳ ଆପଣ ପାଇବେ । ନିଷ୍ପତ୍ତି ନେବାର କ୍ଷମତା ଆପଣଙ୍କଠାରେ ବଢିବ । ଚାକିରି କ୍ଷେତ୍ରରେ ଆପଣଙ୍କ ବ୍ୟବହାରର ପ୍ରଶଂସା କରାଯିବ। ବ୍ୟବସାୟୀମାନେ ଲାଭ ପାଇବାକୁ ସକ୍ଷମ ହେବେ। କୌଣସି ଏକ ବଡ଼ ଡିଲ୍ ମିଳିପାରେ । ଟଙ୍କା ନିବେଶ କରି ଭବିଷ୍ୟତରେ ଲାଭ ପାଇପାରିବେ । ସମ୍ପର୍କୀୟଙ୍କଠାରୁ କିଛି ଖୁସି ଖବର ମିଳିପାରେ । ସମ୍ପର୍କରେ ପ୍ରେମ ଏବଂ ସମନ୍ୱୟ ବଢିବ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବେ।

5/6

ଧନୁ ରାଶି

ଆପଣଙ୍କ ପାଇଁ ନୂଆ ସୁଯୋଗ ଆସିବ । କର୍ମକ୍ଷେତ୍ରରେ ସଫଳତା ହାସଲ କରିବାର ସମ୍ଭାବନା ଅଧିକ । ବରିଷ୍ଠ ବ୍ୟକ୍ତି ଆପଣଙ୍କୁ ସମର୍ଥନ କରିବେ । ବ୍ୟବସାୟୀମାନେ ଏକ ବଡ଼ ଡିଲ୍ ପାଇପାରନ୍ତି । ନୂତନ ପ୍ରୋଜେକ୍ଟରେ କାମ କରିବାକୁ ସୁଯୋଗ ପାଇବେ । ରୋଜଗାର ଦୃଷ୍ଟିରୁ ଦିନଟି ଲାଭଦାୟକ ହେବ । ଆୟର ନୂତନ ଉତ୍ସ ଆପଣଙ୍କୁ ମିଳିବ । ଅଟକି ରହିଥିବା ଟଙ୍କା ଫେରସ୍ତ ପାଇପାରନ୍ତି । ପାରିବାରିକ ସୁଖ ପ୍ରାପ୍ତ ହେବ ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

;