Advertisement
Photo Details/zeeodisha/odisha2727231
photoDetails0hindi

Lucky Zodiac Sign: ୨୩ ଏପ୍ରିଲରେ ଲକ୍ଷ୍ମୀ ନାରାୟଣ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 23 April 2025: ଦିନଟିରେ ସୃଷ୍ଟି ହୋଇଥିବା ଶୁଭଯୋଗ ପ୍ରଭାବରେ ବୃଷ, ମିଥୁନ, ସିଂହ, ତୁଳା ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷ କିପରି ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।

1/6

ବୃଷ ରାଶି

ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ବିଶେଷ ଆଶୀର୍ବାଦ ଆପଣ ପାଇବେ । ବିଭିନ୍ନ ଦୃଷ୍ଟିରୁ ଆପଣ ଶୁଭଫଳ ପାଇବେ । ଅନେକ କାମ ସହଜରେ ଶେଷ ହୋଇଯିବ । କଠିନ ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇବେ । ହଠାତ୍ ଆପଣ ଆର୍ଥିକ ଲାଭ ପାଇପାରନ୍ତି । ଆୟ ବଢିବାକୁ ଲାଗିବ । ସରକାରୀ ଚାକିରି, ପ୍ରଶାସନ, ସାମାଜିକ କାର୍ଯ୍ୟ ସହିତ ଜଡିତ ଥିଲେ ଦିନଟି ଅଧିକ ଫଳପ୍ରଦ । ପରିବାରରେ ମଜାଳିଆ ପରିବେଶ ରହିବ। ଭାଇମାନଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ଧାର୍ମିକ ଯାତ୍ରା କରିବାକୁ ଯୋଜନା କରିପାରନ୍ତି।

2/6

ମିଥୁନ ରାଶି

ଆପଣଙ୍କୁ ପ୍ରତିଟି କାର୍ଯ୍ୟରେ ଭାଗ୍ୟ ସାଥ୍ ଦେବ । ବ୍ୟବସାୟରେ କୌଣସି ସମସ୍ୟା ଥିଲେ ସମାଧାନ ହୋଇଯିବ । ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ । ଆଧ୍ୟାତ୍ମିକତା ପ୍ରତି ଆପଣ ଅଧିକ ଆକର୍ଷିତ ହେବେ। ମନରେ ଶାନ୍ତିର ଅନୁଭବ ହେବ। ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଠାରୁ ସମର୍ଥନ ପାଇବେ । ଦୂର ଯାତ୍ରା କରିବାର ସମ୍ଭାବନା ଅଛି। ସମ୍ପତ୍ତିରୁ ଲାଭ ମିଳିପାରେ । ବୈବାହିକ ଜୀବନରେ ସୁଖଦ ଅନୁଭୂତି ସାଉଣ୍ଟିବେ । ପ୍ରେମ ଜୀବନରେ କୌଣସି ବିବାଦ ଥିଲେ ତାହାର ଅନ୍ତ ହେବ। 

3/6

ସିଂହ ରାଶି

ଆପଣଙ୍କ ପାଇଁ ଏକ ଆନନ୍ଦଦାୟକ ଦିନ । ସଫଳତା ମିଳିବାର ସମ୍ଭାବନା ଅଧିକ । ବ୍ୟବସାୟ ଅଧିକ ଲାଭ ମିଳିବ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ଫେରି ମିଳିବାର ସମ୍ଭାବନା ଅଧିକ । ଆପଣଙ୍କ ବିରୋଧୀମାନେ ମଧ୍ୟ ଭୟଭୀତ ହେବେ। ଜୀବନସାଥୀଙ୍କ ସହିତ ପ୍ରେମ ସମ୍ପର୍କ ଅଧିକ ନିବିଡ ହେବ । ସନ୍ତାନଙ୍କ ସହିତ ଜଡିତ କୌଣସି ଭଲ ଖବର ମିଳିପାରେ । ପ୍ରେମ ଜୀବନ ପାଇଁ ସମୟ ଭଲ।

4/6

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ଖୁସିରେ ପରିପୂର୍ଣ୍ଣ ହେବ। ସୃଜନଶୀଳ କାର୍ଯ୍ୟରେ ପ୍ରଶଂସା ପାଇବେ । ଅତୀତରେ କରିଥିବା କାମରୁ ଲାଭ ପାଇବେ । କରିଥିବା ଯୋଜନାଗୁଡ଼ିକ ସଫଳ ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭଲ ଦିନ । କୌଣସି ସୁତ୍ରରୁ କିଛି ଭଲ ଖବର ମିଳିପାରେ। ପିଲାଙ୍କ ସଫଳତା ପାଇଁ ଗର୍ବ ଅନୁଭବ କରିବେ । ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମନ୍ୱୟ ରହିବ। ପ୍ରେମ ଜୀବନରେ ଉତ୍ସାହ ରହିବ ।

5/6

କୁମ୍ଭ ରାଶି

ଆପଣଙ୍କ ପାଇଁ ଦିନଟି ନୂଆ ସୁଯୋଗ ଆଣିଦେବ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ସମାଜସେବା ଏବଂ ରାଜନୀତି ସହିତ ଜଡିତ ଥିଲେ ମାନ ସମ୍ମାନ ପାଇବାର ସମ୍ଭାବନା ଅଛି। ନିଜ ବ୍ୟକ୍ତିତ୍ୱରେ ସକରାତ୍ମକ ଉନ୍ନତି ଆସିବ। ଆତ୍ମବିଶ୍ୱାସ ବଢିବାକୁ ଲାଗିବ । ଚତୁରତାର ସହ ପ୍ରତିଟି ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିପାରିବେ । ଲେଖାଲେଖି ଏବଂ ଗବେଷଣା କ୍ଷେତ୍ର ସହ ଜଡିତ ଥିଲେ ବିଶେଷ ସଫଳତା ମିଳିବାର ସମ୍ଭାବନା ଅଛି। ଆର୍ଥିକ ଲାଭର ସୁଯୋଗ ରହିଛି । ଅନାବଶ୍ୟକ ଖର୍ଚ୍ଚ ଉପରେ ଲଗାମ ଲଗାଇବାରେ ସକ୍ଷମ ହେବେ । ନୂତନ ନିବେଶ କରୁଥିଲେ ସମୟ ଶୁଭ । ଜୀବନସାଥୀଙ୍କ ସହିତ ସନ୍ତୁଳନ ବଜାୟ ରଖିବାରେ ସଫଳ ହେବେ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;