Top 5 Lucky Zodiac Sign, 24 April 2025: ଦିନଟିରେ ଗଠନ ହୋଇଥିବା ଶୁଭ ଯୋଗ ପ୍ରଭାବରୁ ମେଷ, ସିଂହ, ତୁଳା, ବିଛା ଏବଂ ମୀନ ରାଶିର ବ୍ୟକ୍ତିମାନେ କିପରି ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।
ମେଷ ରାଶି
ବ୍ୟବସାୟରେ ଆପଣ ଲାଭ ଭଲ ପାଇବେ । ଚାକିରି କ୍ଷେତ୍ରରେ ବିଶେଷ ଲାଭବାନ ହେବେ । ବିଭିନ୍ନ ସୁତ୍ରରୁ ଆୟ କରିବେ । ବନ୍ଧୁମାନଙ୍କ ସହିତ ସୁଖଦ ସମୟ ବିତାଇବେ। ସହଭାଗୀତାରେ କାମ କରୁଥିଲେ ଅତିରିକ୍ତ ଲାଭ ପାଇବେ । ନୂତନ କାମ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଶୁଭ । ସାମାଜିକ କାର୍ଯ୍ୟ ସହ ଜଡିତ ଥିଲେ ସୁନାମ ଅର୍ଜନ କରିବେ । ବୈବାହିକ ଜୀବନରେ ଦିନଟି ଭଲ । ବିଳାସପୂର୍ଣ୍ଣ ଜିନିଷପତ୍ର କିଣାକିଣିରେ ଟଙ୍କା ଖର୍ଚ୍ଚ କରିବେ । ଜୀବନସାଥୀଙ୍କୁ ଖୁସି କରିବାରେ ସକ୍ଷମ ହେବେ । ପରିବାରରେ ଭଲ ପରିବେଶ ରହିବ।
ସିଂହ ରାଶି
ଆପଣଙ୍କ ପାଇଁ ଦିନଟି ବିଶେଷ ହେବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି । ଆଶାଠାରୁ ଅଧିକ ଲାଭ ପାଇବେ । କୌଣସି ସ୍ଥାନରୁ ଅଚାନକ ଆର୍ଥିକ ଲାଭ ମିଳିପାରେ। ବ୍ୟବସାୟରେ ନିବେଶ କରିବାକୁ ଚାହୁଁଥିଲେ ସମୟ ଶୁଭ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବାକୁ ଲାଗିବ । ପାରିବାରିକ ଜୀବନରେ ଉତ୍ସାହ ଭରିଯିବ । ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ପ୍ରେମ ଜୀବନରେ ସାଥୀଙ୍କ ସମର୍ଥନ ମିଳିବ। ପିଲାମାନଙ୍କଠାରୁ କିଛି ଭଲ ଖବର ଶୁଣିବାକୁ ମିଳିପାରେ।
ତୁଳା ରାଶି
ଆପଣଙ୍କ ପାଇଁ ଦିନଟି ଶୁଭ । ବ୍ୟବସାୟରେ ଭଲ ଲାଭ ପାଇବେ । କୌଣସି ଚୁକ୍ତି କରିବାକୁ ଚାହୁଁଥିଲେ ଦିନଟି ଶୁଭ । କଳା, ସୃଜନଶୀଳତା କ୍ଷେତ୍ରରେ କାମ କରୁଥିଲେ ଦିନଟି ବିଶେଷ ଲାଭଦାୟକ । ଏହା ବ୍ୟତୀତ, ଶିକ୍ଷାଦାନ, ପ୍ରଶିକ୍ଷଣ, ସାମ୍ବାଦିକତା କ୍ଷେତ୍ର ସହିତ ଜଡିତ ଥିଲେ ଭଲ ପ୍ରଦର୍ଶନ କରି ସୁନାମ ଅର୍ଜନ କରିବେ । ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ। ମାନସିକ ସ୍ଥିତି ଭଲ ରହିବ । ଆତ୍ମବିଶ୍ୱାସ ଉଚ୍ଚରେ ରହିବ। ପ୍ରେମ ଜୀବନରେ ଦିନଟି ଭଲ । ଜୀବନସାଥୀଙ୍କ ସହିତ ଉତ୍ତମ ସମନ୍ୱୟ ରହିବ। ଘରର କାମ ସହଜରେ ଶେଷ କରିବାରେ ସକ୍ଷମ ହେବେ ।
ବିଛା ରାଶି
ଆପଣଙ୍କ ପାଇଁ ଦିନଟି ଲାଭଦାୟକ । ସଚ୍ଚୋଟତା ଏବଂ କଠିନ ପରିଶ୍ରମ ଦ୍ୱାରା ଲାଭ ପାଇବେ । ସହଜରେ ଆର୍ଥିକ ଲାଭ ମିଳିପାରେ । ବ୍ୟବସାୟରେ ନେଇଥିବା ନିଷ୍ପତ୍ତି ଲାଭଦାୟକ । ସ୍ଥାବର ସମ୍ପତ୍ତି ଏବଂ ଯାନବାହାନ ସମ୍ବନ୍ଧୀୟ କାର୍ଯ୍ୟରେ ବିଶେଷ ସଫଳତା ମିଳିପାରେ । ଚାକିରି ବଦଳାଇବାକୁ ପ୍ରୟାସ କରୁଥିଲେ ଭଲ ଖବର ମିଳିପାରେ। ମନ ଖୁସି ରହିବ । ସମ୍ପତ୍ତିରେ ନିବେଶ କରି ଲାଭଦାୟକ ଫଳାଫଳ ରହିବ । ଯାନବାହାନ କିଣିବାର ଇଚ୍ଛା ପୂରଣ ହୋଇପାରେ । ଘରୋଇ ବାଦ ବିବାଦ ଥିଲେ ତାହାର ସମାଧାନ ହେବ । ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ ଜୀବନରେ ସମ୍ପର୍କ ଆହୁରି ମଜବୁତ ହେବ।
ମୀନ ରାଶି
ଦିନଟିରେ ଆଶାଠାରୁ ଅଧିକ ଲାଭ ମିଳିବ । ବିଦେଶରେ ଚାକିରି କରୁଥିଲେ ସୁବିଧାରେ ଉନ୍ନତି ହେବ । ଉଚ୍ଚଶିକ୍ଷା ଏବଂ ବ୍ୟବସାୟ ପାଇଁ ସମୟ ଅନୁକୂଳ । କୋର୍ଟ କଚେରୀ ସମ୍ବନ୍ଧୀୟ ମାମଲା ଥିଲେ ଆଶ୍ୱସ୍ତି ମିଳିପାରେ । ପ୍ରଯୁକ୍ତିବିଦ୍ୟା, ଔଷଧ, ହସ୍ପିଟାଲ ଇତ୍ୟାଦି କ୍ଷେତ୍ର ସହ ଜଡିତ ଥିଲେ ବିଶେଷ ଲାଭ ମିଳିପାରେ। କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ଫେରି ମିଳିବାର ସମ୍ଭାବନା ରହିଛି । ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ। ଚାକିରିରେ ସହକର୍ମୀଙ୍କ ଠାରୁ ବିଶେଷ ସମର୍ଥନ ପାଇବେ । ମାନ ସମ୍ମାନ ବୃଦ୍ଧି ପାଇବ। ବୈବାହିକ ଜୀବନରେ ଖୁସି ପାଇବେ । ଜୀବନସାଥୀଙ୍କ ସହ କୌଣସି ମତଭେଦ ଥିଲେ ତାହାର ସମାଧାନ ହେବ । ପାଠପଢ଼ା ସହିତ ଜଡିତ କୌଣସି ସମସ୍ୟା ଥିଲେ ତାର ସମାଧାନ ହୋଇଯିବ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़