)
Mangal Gochar 2025: କର୍କଟ ରାଶିରେ ମଙ୍ଗଳଙ୍କ ଚଳନର ପ୍ରଭାବ ୩ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ରହିବ ।
)
କନ୍ୟା ରାଶି
ଆପଣଙ୍କ ପାଇଁ ମଙ୍ଗଳଙ୍କ ଚଳନ ଜୀବନରେ ସକାରାତ୍ମକ ଫଳାଫଳ ଆଣିଦେବ। ଦୂରଯାତ୍ରାର ସମ୍ଭାବନା ରହିଛି। ବ୍ୟବସାୟରେ କିଛି ସମସ୍ୟା ଥିଲେ ତାହାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଏହି ସମୟ ମଧ୍ୟରେ ଆପଣ ଭଲ ଖବର ପାଇବେ। ବନ୍ଧୁମାନଙ୍କଠାରୁ ବିଶେଷ ସମର୍ଥନ ହାସଲ କରିବେ । ଚାକିରି କ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି ।
)
ତୁଳା ରାଶି
ମଙ୍ଗଳଙ୍କ ଚଳନରୁ ଆପଣ ଶୁଭ ଫଳ ପାଇବେ । କଠିନ ପରିଶ୍ରମ ଫଳପ୍ରଦ ହେବ । କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ସଫଳ ହୋଇପାରନ୍ତି । ସାମାଜିକ ସ୍ତରରେ ଆପଣଙ୍କ ପ୍ରତିଷ୍ଠା ବଢିବ । ହଠାତ୍ ଆର୍ଥିକ ଲାଭର ସମ୍ଭାବନା ରହିଛି। ବ୍ୟବସାୟକୁ ବଢାଇବାକୁ ଚାହୁଁଥିଲେ ସମୟ ଶୁଭ । ମନରେ ସକାରାତ୍ମକ ଭାବନା ରହିବ ।
)
ମକର ରାଶି
ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ । ଧନ ଏବଂ ସମୃଦ୍ଧି ହାସଲ କରିପାରନ୍ତି । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟରେ ଥିବା ସମସ୍ୟା ଗୁଡିକର ଅନ୍ତ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଆୟ ବୃଦ୍ଧି ହୋଇପାରେ।
)
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़