Mars Transit: ଏପ୍ରିଲ ମାସରେ, ମଙ୍ଗଳ ଚଳନ କରିବେ ଯାହା ପ୍ରଭାବରେ କିଛି ରାଶିର ବ୍ୟକ୍ତି ଲାଭବାନ ହେବେ ଏବଂ କିଛି କ୍ଷତି ସହିବେ। ଆସନ୍ତୁ ଜାଣିବା କେଉଁ ୩ଟି ରାଶିର ବ୍ୟକ୍ତି ଜଗିରଖି ଚଳିବା ଉଚିତ ।
)
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ୩ ଏପ୍ରିଲ ୧,୫୬ ମିନିଟରେ କର୍କଟ ରାଶିରେ ଚଳନ କରିବେ। ରାଶି ପରିବର୍ତ୍ତନର ୯ ଦିନ ପରେ ଅର୍ଥାତ ୧୨ ଏପ୍ରିଲ ସକାଳ ୬ଟା୩୨ ରେ ମଙ୍ଗଳ ପୁଷ୍ୟା ନକ୍ଷତ୍ରରେ ଚଳନ କରିବେ।
)
ମେଷ ରାଶି
ମଙ୍ଗଳଙ୍କ ଚଳନ କାରଣରୁ ଆପଣ କ୍ଷତି ସହିପାରନ୍ତି। ବ୍ୟବସାୟୀଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଅଟକିଯାଇପାରେ । ବିଭିନ୍ନ ସମସ୍ୟାକୁ ନେଇ ଆପଣ ଚିନ୍ତିତ ରହିପାରନ୍ତି । ସ୍ୱାସ୍ଥ୍ୟର ଉପଯୁକ୍ତ ଯନ୍ତ୍ର ନିଅନ୍ତୁ ନଚେତ ଅସୁସ୍ଥ ହୋଇପାରନ୍ତି। ଦମ୍ପତିଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି ହୋଇପାରେ ।
)
ମିଥୁନ ରାଶି
ମଙ୍ଗଳଙ୍କ ଚଳନ ଆପଣଙ୍କ ପାଇଁ ଶୁଭ ହେବ ନାହିଁ। ଗଣମାଧ୍ୟମ, ସ୍ୱାସ୍ଥ୍ୟ, କଳା କିମ୍ବା ଆଇନ କ୍ଷେତ୍ର ସହିତ ଜଡିତ ଥିଲେ ସମସ୍ୟା ଅଧିକ ବଢିପାରେ । ସମ୍ମାନ ହ୍ରାସ ହେବାର ସମ୍ଭାବନା ରହିଛି । ପୂର୍ବ ଅପେକ୍ଷା ଆତ୍ମବିଶ୍ୱାସ ମଧ୍ୟ ହ୍ରାସ ପାଇବ। ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ପେଟ ଯନ୍ତ୍ରଣା ଏବଂ ବାନ୍ତି ଜନିତ ସମ୍ୟା ଦେଖାଦେଇପାରେ ।
)
କୁମ୍ଭ ରାଶି
ମଙ୍ଗଳଙ୍କ ଚଳନ ଆପଣଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । ସମ୍ପର୍କରେ ମତଭେଦ ଦେଖାଦେଇପାରେ । କୌଣସି ଦ୍ୱନ୍ଦ୍ୱକୁ ନେଇ ଘରେ ପରିବେଶ ଅଶାନ୍ତ ହୋଇପାରେ । ଆର୍ଥିକ ସ୍ଥିତି ଦୁର୍ବଳ ହେବାକୁ ଲାଗିବ । ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ପୁଞ୍ଜି ନିବେଶଠାରୁ ଦୂରେଇ ରୁହନ୍ତୁ ନଚେତ୍ ଟଙ୍କା ହରାଇପାରନ୍ତି।
)
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़