Rashifal May 2025 Grah Gochar Prediction: ମଇ ମାସରେ ଗ୍ରହମାନଙ୍କ ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୬ଟି ପ୍ରମୁଖ ଗ୍ରହ (ହସ୍ପତି, ଶୁକ୍ର, ରାହୁ, କେତୁ, ବୁଧ ଏବଂ ସୂର୍ଯ୍ୟ) ନିଜ ନିଜର ରାଶି ପରିବର୍ତ୍ତନ କରିବେ ।
ବୃଷ ରାଶି
ମେ ମାସରେ ଗ୍ରହମାନଙ୍କ ଶୁଭ ପ୍ରଭାବ ଆପଣଙ୍କ ଉପରେ ପଡିବ । ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବ । ଆର୍ଥିକ ଲାଭ ହାସଲ କରିବେ । ଧନ ସମ୍ପତ୍ତିର ସୁଖ ମିଳିବାର ସୁଯୋଗ ପାଇବେ । ନୂଆ ଯାନବାହନ କିଣି ପାରନ୍ତି । ପରିବାରରେ ଶୁଭ କାର୍ଯ୍ୟ ହୋଇପାରେ। ନୂତନ କାମ ଆରମ୍ଭ କରିବାକୁ ଯୋଜନା କରୁଥିଲେ ସମୟ ଶୁଭ ।
କର୍କଟ ରାଶି
ଆୟ ବୃଦ୍ଧି ପାଇବ । ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବେ। ନିବେଶ ମାଧ୍ୟମରେ ଭଲ ଲାଭ ପାଇବେ । ଆର୍ଥିକ ଦୃଷ୍ଟିରୁ ସୁଦୃଢ ରହିବେ । ଆୟର ଉତ୍ସ ମଧ୍ୟ ବୃଦ୍ଧି ପାଇବ।
ସିଂହ ରାଶି
ବିଗିଡ଼ିଯାଇଥିବା କାର୍ଯ୍ୟରେ ଉନ୍ନତି ହୋଇପାରେ । ଆର୍ଥିକ ଲାଭ ହାସଲ କରିବାରେ ସକ୍ଷମ ହେବେ । ଚାକିରି କ୍ଷେତ୍ରରେ ପ୍ରଗତି ପାଇଁ ସୁଯୋଗ ମିଳିବ। ପାରିବାରିକ ଜୀବନରେ ଆସୁଥିବା ସମସ୍ତ ପ୍ରତିବନ୍ଧକ ଦୂର ହୋଇଯିବ। ପାରିବାରିକ ଖୁସି ପାଇବେ । ଶୁଭ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିପାରନ୍ତି । ଶନିଙ୍କ ପ୍ରଭାବରୁ ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ।
ତୁଳା ରାଶି
ଆପଣଙ୍କ ପାଇଁ ମାସଟି ଶୁଭଫଳ ପ୍ରଦାନ କରିବ । ଶୁକ୍ର ଗ୍ରହ ଉଚ୍ଚ ହେବା କାରଣରୁ ପରିବାର ସମ୍ପର୍କରେ କିଛି ଭଲ ଖବର ଶୁଣିବାକୁ ମିଳିପାରେ। ବ୍ୟବସାୟୀମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ। ବ୍ୟବସାୟରେ ଭଲ ଲାଭ ହାସଲ କରିବେ । ଆୟ ସ୍ୱାଭାବିକ ରହିବ। ଆର୍ଥିକ ସ୍ଥିତିରେ କୌଣସି ବଡ଼ ପ୍ରଭାବ ପଡିବ ନାହିଁ।
ମକର ରାଶି
ଏହି ଆର୍ଥିକ ଆର୍ଥିକ ଲାଭ ହାସଲ କରିବା ସହ ପ୍ରଗତି ପାଇଁ ସୁଯୋଗ ପାଇବେ । ସୂର୍ଯ୍ୟ ଚତୁର୍ଥ ଘରେ ଉଚ୍ଚ ସ୍ଥାନରେ ଚଳନ କରିବେ। ଆପଣଙ୍କ କ୍ୟାରିୟରରେ ଶୁଭଫଳ ପାଇବେ । କଠିନ ପରିଶ୍ରମ ଉପଯୁକ୍ତ ମୂଲ୍ୟ ମିଳିବ । ଚାକିରି କରୁଥିଲେ ପଦୋନ୍ନତି ଏବଂ ଇନକ୍ରିମେଣ୍ଟ ଭଲ ମିଳିବ । ପରିବାରରେ କିଛି ଶୁଭ କାର୍ଯ୍ୟ ହୋଇପାରେ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़