Advertisement
Photo Details/zeeodisha/odisha2723350
photoDetails0hindi

Saturn Transit 2025: ୨୭ ବର୍ଷ ପରେ ନିଜ ନକ୍ଷତ୍ରରେ ଚଳନ କରିବେ ଶନି, ୫ ରାଶି ହେବେ ଧନୀ !

Saturn Transit 2025: ନ୍ୟାୟ ତଥା କର୍ମର ଅଧିପତି ହେଉଛନ୍ତି ଶନି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୮ ଏପ୍ରିଲ୍, ୨୦୨୫ରେ ରାହୁଙ୍କ ନକ୍ଷତ୍ର ଶତଭିଷାରୁ ବାହାରି ନିଜ ନକ୍ଷତ୍ର ଉତ୍ତରଭାଦ୍ରପଦରେ ଶନି ଚଳନ କରିବେ। ଶନିଙ୍କ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଚମକିବାକୁ ଯାଉଛି।

1/6

ବୃଷ ରାଶି

ଆପଣଙ୍କ ପାଇଁ ଅନେକ ଦୃଷ୍ଟିରୁ ସମୟ ଲାଭଦାୟକ ହେବ। ନିଜ ନକ୍ଷତ୍ରରେ ଶନିଙ୍କ ଚଳନ ଆପଣଙ୍କୁ କ୍ୟାରିୟରରେ ସ୍ଥିରତା ଆଣିଦେବ। ଚାକିରି କ୍ଷେତ୍ରରେ ଅସନ୍ତୁଷ୍ଟ ଥିଲେ କିମ୍ବା ପରିବର୍ତ୍ତନ ଚାହୁଁଥିଲେ ନୂତନ ସମ୍ଭାବନା ରହିଛି । ବ୍ୟବସାୟରେ ଆପଣଙ୍କ ଯୋଜନା ଫଳପ୍ରଦ ହେବ । ବିଦେଶ ଭ୍ରମଣ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ।

2/6

ମିଥୁନ ରାଶି

ଅଟକି ରହିଥିବା କାମଗୁଡିକ ଶେଷ କରିବେ । ବ୍ୟବସାୟରେ ଅଗ୍ରଗତି ହେବ । ପୂର୍ବରୁ କୌଣସି ଯୋଜନାରେ ଟଙ୍କା ନିବେଶ କରିଥିଲେ ଶୁଭଫଳ ମିଳିପାରେ । ଶନିଙ୍କ ଚଳନ ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଶୁଭ । ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ ।

3/6

କର୍କଟ ରାଶି

କ୍ୟାରିୟର ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ସମୟ ଲାଭଦାୟକ ସାବ୍ୟସ୍ତ ହେବ। ନୂତନ ଚାକିରି ଖୋଜୁଥିଲେ ସୁଯୋଗ ମିଳିପାରେ । କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ସ୍ଥିରତା ରହିବ । ଦୀର୍ଘ ସମୟ ଧରି ମାନସିକ ଚାପରେ ଥିଲେ ଆପଣ ଆଶ୍ୱସ୍ତି ପାଇବେ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ବଢିବାକୁ ଲାଗିବ ।

4/6

ମକର ରାଶି

କର୍ମକ୍ଷେତ୍ରରେ ବରିଷ୍ଠ କର୍ମକର୍ତ୍ତା ଏବଂ ସହକର୍ମୀଙ୍କ ସହଯୋଗ ରହିବ । ନୂତନ ପ୍ରକଳ୍ପ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଶୁଭ । ବିବାହଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ । ମାନସିକ ଚାପ କମିବାକୁ ଲାଗିବ । ପାରିବାରିକ ଜୀବନରେ ଖୁସିର ଲହରି ରହିବ।

5/6

କୁମ୍ଭ ରାଶି

ଆପଣଙ୍କ ପାଇଁ ଏହି ସମୟ ସଫଳତା ଆଣିଦେବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ପୂର୍ବରୁ ପଡ଼ି ରହିଥିବା କାମଗୁଡିକୁ ଶେଷ କରିବେ । ପୂର୍ବକାର୍ଯ୍ୟରୁ ଭଲ ଲାଭ ହାସଲ କରିବେ । ପାରିବାରିକ ସମ୍ପର୍କରେ ମଧୁରତା ବଢିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;