Shani Gochar 2025: ଶନିଙ୍କ ଚଳନ ପ୍ରଭାବରୁ ୩ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଖୋଲିବାକୁ ଯାଉଛି।
)
ବୃଷ ରାଶି
ଶନିଦେବ ରୂପା ପାଦରେ ଚାଲିବା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ବିଭିନ୍ନ ସୁତ୍ରରୁ ଆର୍ଥିକ ଲାଭ ପାଇବେ। କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ଫେରି ପାଇବାର ସମ୍ଭାବନା ରହିଛି। ଆୟ ବୃଦ୍ଧି ପାଇବା କାରଣରୁ ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ପୂର୍ବରୁ କରିଥିବା ନିବେଶରୁ ଆପଣ ଲାଭ ପାଇବେ । ଶାରୀରିକ ସମସ୍ୟା ଥିଲେ ଦୂର ହୋଇଯିବ। ସ୍ୱାସ୍ଥ୍ୟ ଭଲ ରହିବ। ମାନସିକ ଚାପ ଦୂର ହୋଇଯିବ ।
)
କନ୍ୟା ରାଶି
ରୂପା ପାଦରେ ଶନି ଦେବ ଚାଲିବା ଦ୍ୱାରା ଆପଣଙ୍କ ସକାରାତ୍ମକ ଫଳ ମିଳିବ। ବିଭିନ୍ନ ସୁତ୍ରରୁ ଧନସମ୍ପତ୍ତି ହାସଲ କରିବେ । ବ୍ୟବସାୟରେ ଲାଭଜନକ ଫଳାଫଳ ମିଳିବ । ଚାକିରି କରୁଥିଲେ ଦରମା ବୃଦ୍ଧି ସହ ପଦୋନ୍ନତିର ସମ୍ଭାବନା ରହିଛି । ପିଲାମାନଙ୍କ ସମ୍ପର୍କରେ ଭଲ ଖବର ମିଳିପାରେ। ବୈବାହିକ ଜୀବନରେ ଖୁସି ପାଇବେ ।
)
ମକର ରାଶି
ଶନିଙ୍କ ଏହି ଚଳନ ସହିତ ଆପଣଙ୍କ ରାଶିରେ ସାଢେସତି ଶେଷ ହେବ। ପୁରୁଣା ସମସ୍ୟା ଥିଲେ ତାହା ଦୂର ହୋଇଯିବ । ଫଳରେ ଆପଣ ଆଶ୍ୱସ୍ତି ଲାଭ କରିବେ । ପୂର୍ବ ନିବେଶରୁ ଆପଣ ଭଲ ଲାଭ ପାଇବେ । କୋର୍ଟ କଚେରୀ ଜନିତ ମାମଲା ଥିଲେ ସେଥିରେ ଆପଣଙ୍କୁ ସଫଳତା ମିଳିପାରେ।
)
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़