Advertisement
Photo Details/zeeodisha/odisha2676286
Zee OdishaPhotosShukra Gochar 2025: ବର୍ଷିବ ଶୁକ୍ରଙ୍କ କୃପା, ଏପ୍ରିଲ ମାସ ୩ ରାଶି ପାଇଁ ଶୁଭ
photoDetails0hindi

Shukra Gochar 2025: ବର୍ଷିବ ଶୁକ୍ରଙ୍କ କୃପା, ଏପ୍ରିଲ ମାସ ୩ ରାଶି ପାଇଁ ଶୁଭ

Venus Transit: ଏପ୍ରିଲ ମାସ ଶେଷ ହେବା ପୂର୍ବରୁ ଧନ ଏବଂ ସୁଖ ସୌଭାଗ୍ୟ ପ୍ରଦାନକାରୀ ଗ୍ରହ ଶୁକ୍ର ନକ୍ଷତ୍ର ପରିବର୍ତ୍ତନ କରିବେ। ୨୬ ଏପ୍ରିଲରେ ଶୁକ୍ର ଉତ୍ତରଭାଦ୍ରପଦ ନକ୍ଷତ୍ରରେ ଚଳନ କରିବେ । ଉକ୍ତ ନକ୍ଷତ୍ରଟିର ଶାସନ ଗ୍ରହ ହେଉଛନ୍ତି ଶନି ।

1/4

ମେଷ ରାଶି

ଶୁକ୍ରଙ୍କ ବିଶେଷ କୃପା କାରଣରୁ ଆପଣ ବିଶେଷ ଲାଭ ପାଇବେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଆଶାଠୁ ଅଧିକ ନମ୍ବର ପାଇବେ। ଦୀର୍ଘକାଳୀନ ରୋଗ ଥିଲେ ସେଥିରୁ ଧିରେ ଧିରେ ଉପଶମ ପାଇବେ। ଘରେ ଖୁସିର ପରିବେଶ ରହିବ । ଚାକିରି କ୍ଷେତ୍ରରେ ପଦୋନ୍ନତୀର ସମ୍ଭାବନା ରହିଛି । ନୂଆ ଗାଡି କିଣିବାକୁ ଚାହୁଁଥିଲେ ସମୟ ଶୁଭ ।

2/4

କର୍କଟ ରାଶି

ଆପଣଙ୍କ ପାଇଁ ସମୟ ହିତକର ସାବ୍ୟସ୍ତ ହେବ। ପରୀକ୍ଷାରେ ଭଲ ନମ୍ବର ହାସଲ କରିବେ । ସ୍ୱାସ୍ଥ୍ୟରେ ଉନ୍ନତି ହେବ। ସାଙ୍ଗସାଥୀଙ୍କ ସହ କୌଣସି ସ୍ଥାନକୁ ଯିବା ପାଇଁ ଯୋଜନା କରିପାରନ୍ତି । ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଥିଲେ ବାଦ ବିବାଦର ସମାଧାନ ହୋଇଯିବ । ବିବାହଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ । ବ୍ୟବସାୟୀ ଏବଂ ଚାକିରି କ୍ଷେତ୍ରରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।

3/4

ବିଛା ରାଶି

ପ୍ରଭୁ ଶୁକ୍ରଙ୍କ ବିଶେଷ କୃପା ଆପଣ ପାଇବେ । ଭୌତିକ ସୁଖ ବୃଦ୍ଧି ପାଇବ। ଫ୍ୟାଶନ୍ ଡିଜାଇନିଂ, ମିଡିଆ, ସ୍ୱାସ୍ଥ୍ୟ କିମ୍ବା ଆଇନ କ୍ଷେତ୍ର ସହିତ ଜଡିତ ଥିଲେ ବିଶେଷ ଲାଭ ମିଳିପାରେ । ଚାକିରି କ୍ଷେତ୍ରରେ ଖୁବ୍ ଶୀଘ୍ର ଏକ ଉଚ୍ଚ ପଦବୀ ହାସଲ କରିପାରନ୍ତି। ବ୍ୟବସାୟୀଙ୍କ ଆୟ ବୃଦ୍ଧି ପାଇବାକୁ ଲାଗିବ । କେଉଁଠାରୁ ଋଣ ନେଇଥିଲେ ତାହା ପରିଶୋଧ କରିବାକୁ ସକ୍ଷମ ହେବେ । ଘରେ କୌଣସି ସମସ୍ୟା ଥିଲେ ତାହାର ସମାଧାନ ହୋଇଯିବ ।

4/4

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।