Advertisement
Photo Details/zeeodisha/odisha2667762
Zee OdishaPhotosSurya Shani Yuti 2025: ମୀନ ରାଶିରେ ସୂର୍ଯ୍ୟ ଏବଂ ଶନିଙ୍କ ସଂଯୋଗ, ୫ ରାଶିରେ ବଡ଼ ପ୍ରଭାବ
photoDetails0hindi

Surya Shani Yuti 2025: ମୀନ ରାଶିରେ ସୂର୍ଯ୍ୟ ଏବଂ ଶନିଙ୍କ ସଂଯୋଗ, ୫ ରାଶିରେ ବଡ଼ ପ୍ରଭାବ

Sun Saturn Conjunction 2025: ମୀନ ରାଶିରେ ଶନି ଏବଂ ସୂର୍ଯ୍ୟଙ୍କ ସଂଯୋଗ ହେବାକୁ ଯାଉଛି। ମାର୍ଚ୍ଚ ଶେଷରେ ସୂର୍ଯ୍ୟ ଏବଂ ଶନି ମୀନ ରାଶିରେ ସଂଯୋଗ ସ୍ଥାପନ କରିବେ। ୧୪ ମାର୍ଚ୍ଚରେ ସୂର୍ଯ୍ୟ ମୀନ ରାଶିରେ ଚଳନ କରିବେ ଏବଂ ମାର୍ଚ୍ଚ ଶେଷରେ ଶନିଙ୍କ ଚଳନ ହେବ ।

1/6

ମେଷ ରାଶି

ଆପଣଙ୍କ ରାଶିର ଦ୍ୱାଦଶ ଘରେ ସୂର୍ଯ୍ୟ ଏବଂ ଶନିଙ୍କ ସଂଯୋଗ ହେବାକୁ ଯାଉଛି। ତେଣଉ ସାଡେ ସତୀ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କର ଖର୍ଚ୍ଚ ବହୁତ ଅଧିକ ହେବ। ଗୋଡରେ ଯନ୍ତ୍ରଣା ଇତ୍ୟାଦି ସମସ୍ୟା ଉପୁଜିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଶତ୍ରୁମାନଙ୍କ ପ୍ରତି ଟିକେ ସତର୍କ ରହିବାର ଆବଶ୍ୟକତା ରହିଛି । ମନରେ ଭୟ ଜାତ ହୋଇପାରେ ।

2/6

ସିଂହ ରାଶି

ଆପଣଙ୍କ ରାଶିର ଅଷ୍ଟମ ଘରେ ଶନି ଏବଂ ସୂର୍ଯ୍ୟଙ୍କ ସଂଯୋଗ ହେବାକୁ ଯାଉଛି। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ହେବ । କିଛି ଛୋଟମୋଟ ରୋଗ ଆପଣଙ୍କୁ ହଇରାଣ କରିପାରେ। ଦୂରଯାତ୍ରା ନକରିବା ଭଲ । ଶତ୍ରୁମାନେ ଆପଣଙ୍କର କ୍ଷତି ପହଞ୍ଚାଇ ପାରନ୍ତି। ତେଣୁ ସେମାନଙ୍କ ପ୍ରତି ଟିକେ ସତର୍କ ରୁହନ୍ତୁ। ଚାକିରି ଏବଂ ବ୍ୟବସାୟୀରେ ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି। ଖରାପ ଅଭ୍ୟାସଠାରୁ ଟିକେ ଦୂରେଇ ରଖିବା ଭଲ । ଅନ୍ୟମାନଙ୍କ କାମରେ ହସ୍ତକ୍ଷେପ କରନ୍ତୁ ନାହିଁ ।

3/6

କନ୍ୟା ରାଶି

ଆପଣଙ୍କ ରାଶିର ସପ୍ତମ ଘରେ ସୂର୍ଯ୍ୟ ଏବଂ ଶନିଙ୍କ ସଂଯୋଗ ହେବାକୁ ଯାଉଛି। ଆପଣଙ୍କୁ ଟିକେ ଅଧିକ ସଂଘର୍ଷ କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସହକର୍ମୀ ଆପଣଙ୍କୁ ସମସ୍ୟାରେ ପକାଇପାରନ୍ତି । ବୈବାହିକ ଜୀବନରେ ମଧ୍ୟ ସମସ୍ୟା ଉପୁଜିପାରେ । ଜୀବନସାଥୀଙ୍କ ସହ ସମ୍ପର୍କରେ ସମନ୍ୱୟ ବଜାୟ ରଖନ୍ତୁ । କାହା ସହିତ ସହଭାଗୀତାରେ କାମ କରୁଥିଲେ ଜଗିରଖି ଚଳନ୍ତୁ । ନଚେତ ଠକାମିର ଶିକାର ହୋଇପାରନ୍ତି। କିଛି ସ୍ଥାନରେ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ ।

4/6

ଧନୁ ରାଶି

ଆପଣଙ୍କ ରାଶିର ଚତୁର୍ଥ ଘରେ ସୂର୍ଯ୍ୟ ଏବଂ ଶନିଙ୍କ ସଂଯୋଗ ହେବାକୁ ଯାଉଛି। ଆପଣଙ୍କ ମାଆଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାର ଆବଶ୍ୟକତା ଅଛି । ନଚେତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କାରଣରୁ ଆପଣ ବହୁତ ଚିନ୍ତିତ ହୋଇପାରନ୍ତି। ଏହି ସମୟରେ ମାନସିକ ସମସ୍ୟା ମଧ୍ୟ ବଢିପାରେ। ଆପଣଙ୍କ ଖର୍ଚ୍ଚ ବହୁତ ଅଧିକ ହେବାର ସମ୍ଭାବନା ରହିଛି। ସାବଧାନତାର ସହ ଯାନବାହନ ଚଳାଇବା ଆବଶ୍ୟକ ।

5/6

ମୀନ ରାଶି

ସୂର୍ଯ୍ୟ ଏବଂ ଶନିଙ୍କ ସଂଯୋଗ ଆପଣଙ୍କ ରାଶିରେ ହେବ । ଆପଣଙ୍କ ରାଶିରେ ଶନି ସାଢେସତୀର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁତ ସତର୍କ ରହିବାକୁ ହେବ । ମାନସିକ ଅସ୍ଥିରତା ଦେଖାଦେଇପାରେ । ଆର୍ଥିକ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ସଂଯମତା ଏବଂ ଧର୍ଯ୍ୟର ସହିତ କାମ କରିବାକୁ ପଡିବ। ନୂତନ ନିବେଶ ଠାରୁ ଦୂରେଇ ରୁହନ୍ତୁ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।