Weekly Horoscope Tarot Reading, 13 to 19 October 2025: ଟାରୋ କାର୍ଡ ଗଣନା ଅନୁଯାୟୀ ନୂଆ ସପ୍ତାହର ଭାଗ୍ୟଫଳ ଜାଣନ୍ତୁ
)
ମେଷଠୁ ମୀନ ୧୨ଟି ରାଶିର ଭାଗ୍ୟଫଳ ନିମ୍ନରେ ଦିଆଯାଇଛି ।
)
ମେଷ ରାଶି ଟାରୋ କାର୍ଡ ଗଣନା ଅନୁସାରେ, ନୂଆ ସପ୍ତାହରେ ଆପଣ ବହୁତ କ୍ଳାନ୍ତ ଅନୁଭବ କରିବେ । ଇଚ୍ଛା ମୁତାବକ ଫଳାଫଳ ହାସଲ କରିବାରେ ବାଧା ସୃଷ୍ଟି ହୋଇପାରେ । ଅନାବଶ୍ୟକ ଖର୍ଚ୍ଚ ଏଡାଇବା ଆବଶ୍ୟକ । ଜୀବନସାଥୀ କିମ୍ବା ବ୍ୟବସାୟିକ ସାଥୀଙ୍କ ସହିତ ମତଭେଦ ହୋଇପାରେ। ତେଣୁ ସତର୍କ ରୁହନ୍ତୁ ।
)
ବୃଷ ରାଶି ଆପଣଙ୍କ ପାଇଁ ସମୟ ଲାଭଦାୟକ ପ୍ରମାଣିତ ହେବ। କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ମିଳିବାର ସମ୍ଭାବନା ରହିଛି । ଆର୍ଥିକ ଲାଭ ମିଳିବ। ପାରିବାରିକ ଜୀବନରେ ମଧ୍ୟ ଖୁସି ପାଇବେ ।
)
ମିଥୁନ ରାଶି ନୂଆ ସପ୍ତାହ ଆପଣଙ୍କ ପାଇଁ ଭାଗ୍ୟବାନ ପ୍ରମାଣିତ ହୋଇପାରେ। ସୃଜନଶୀଳ କ୍ଷେତ୍ରରେ ପ୍ରଶଂସା ମିଳିବ। ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ଉଭୟରେ ସନ୍ତୁଳନ ରକ୍ଷା କରିପାରିବେ । ପରିବାର ଏବଂ ବନ୍ଧୁମାନଙ୍କ ସହିତ ସମୟ ବିତାଇପାରନ୍ତି । ନିଜ ଭିତରେ ଏକ ଭିନ୍ନ ଶକ୍ତି ଅନୁଭବ କରିବେ।
)
କର୍କଟ ରାଶି ନୂଆ ସପ୍ତାହ ଆପଣଙ୍କ ପାଇଁ ଲାଭଦାୟକ ହେବ। କିନ୍ତୁ ଆତ୍ମବିଶ୍ୱାସର ଅଭାବ ଦେଖାଦେଇପାରେ । ସ୍ୱାସ୍ଥ୍ୟ ସାମାନ୍ୟ ଅସୁସ୍ଥ ହୋଇପାରେ । ଥକାପଣ ଏବଂ ଆଳସ୍ୟ ଦେଖାଦେଇପାରେ । ନିୟମିତ ବ୍ୟାୟାମ କରିବା ଆବଶ୍ୟକ ।
)
ସିଂହ ରାଶି ନୂଆ ସପ୍ତାହରେ ଅନେକ ପରିବର୍ତ୍ତନ ହୋଇପାରେ । ଧର୍ଯ୍ୟର ସହ ଆଗକୁ ବଢିବାକୁ ପରାମର୍ଶ ଦିଆଯାଇଛି। କ୍ୟାରିଅର ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେଉଥିଲେ ଭାବିଚିନ୍ତି ନିଅନ୍ତୁ । ପଦୋନ୍ନତି କିମ୍ବା ଦାୟିତ୍ବ ବୃଦ୍ଧିର ସମ୍ଭାବନା ରହିଛି । ପରିସ୍ଥିତିକୁ ନିଜ ସପକ୍ଷରେ ବଦଳାଇପାରିବେ।
)
କନ୍ୟା ରାଶି ନୂଆ ସପ୍ତାହରେ ବ୍ୟବସାୟ କିମ୍ବା ଚାକିରି କ୍ଷେତ୍ରରେ ନୂତନ ଯୋଜନା ଆରମ୍ଭ କରିପାରନ୍ତି। ବର୍ତ୍ତମାନର ନିଷ୍ପତ୍ତି ଭବିଷ୍ୟତରେ ବିଶେଷ ଲାଭଦାୟକ ପ୍ରମାଣିତ ହେବ। ପ୍ରେମ ଜୀବନରେ ଅପାର ସଫଳତା ମିଳିପାରେ। ମନୋରଞ୍ଜନ, ଯାତ୍ରା ଏବଂ ମଜାରେ ସପ୍ତାହଟି ବିତାଇବେ। ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିପାରେ।
)
ତୁଳା ରାଶି ଆପଣ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୋଇପାରନ୍ତି । ଦୈନନ୍ଦିନ କାର୍ଯ୍ୟକୁ ଟିକେ ସନ୍ତୁଳିତ ରଖିବାକୁ ଚେଷ୍ଟା କରନ୍ତୁ । ଧର୍ଯ୍ୟ ଏବଂ ସତର୍କତା ଜରୁରୀ। ଆପଣଙ୍କ କାମ ଶେଷ କରିବାରେ ବିଳମ୍ବ ହୋଇପାରେ। ଚାକିରି କିମ୍ବା ନୂତନ ସୁଯୋଗ ଖୋଜୁଥିଲେ ଭଲ ଖବର ମିଳିପାରେ।
)
ବିଛା ରାଶି ନୂଆ ସପ୍ତାହ ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ସହକର୍ମୀ ଏବଂ ବନ୍ଧୁଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ଆସିବ । ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ। ଆର୍ଥିକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । କାର୍ଯ୍ୟରେ ଧର୍ଯ୍ୟ ଏବଂ ସତର୍କତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆ ସପ୍ତାହରେ ଆପଣଙ୍କ କାମରେ ବିଳମ୍ବ ହୋଇପାରେ।
)
ଧନୁ ରାଶି ଆପଣଙ୍କ ପାଇଁ ସପ୍ତାହଟି ଆର୍ଥିକ ଲାଭ ଆଣିପାରେ । ତରବର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ନିଜ ଲକ୍ଷ୍ୟ ପ୍ରତି ଟିକିଏ ଗମ୍ଭୀରତା ହେବା ଜରୁରୀ। ଜୀବନସାଥୀଙ୍କ ଠାରୁ ସମର୍ଥନ ମିଳିବ । ପାରିବାରିକ ପରିବେଶ ସୁଖଦ ରହିବ।
)
ମକର ରାଶି ନୂଆ ସପ୍ତାହ ଆପଣଙ୍କ ଫଳପ୍ରଦ ହେବ । ସୃଜନଶୀଳତା ଏବଂ କଠିନ ପରିଶ୍ରମ ଫଳପ୍ରଦ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ପରିବାରରେ ଶାନ୍ତିର ପରିବେଶ ରହିବ ।
)
କୁମ୍ଭ ରାଶି ନୂଆ ସପ୍ତାହରେ ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟକୁ ପ୍ରଭାବିତ କରିପାରେ। ଆଧ୍ୟାତ୍ମିକ ଉନ୍ନତି ହେବ। ବ୍ୟବସାୟରେ ବିଶେଷ ଲାଭଦାୟକ ଫଳାଫଳ ପାଇବେ । କ୍ୟାରିୟର କ୍ଷେତ୍ରରେ ଉନ୍ନତି କରିବେ । ଆତ୍ମବିଶ୍ୱାସ ସହିତ ଆପଣ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସାମ୍ନା କରିପାରିବେ।
)
ମୀନ ରାଶି ଆପଣଙ୍କ ପାଇଁ ନୂଆ ସପ୍ତାହ ସଫଳତାରେ ପରିପୂର୍ଣ୍ଣ ରହିବ। କିଛି ଲୋକ ଏହି ସପ୍ତାହରେ ଆପଣଙ୍କ ସଫଳତାରେ ଈର୍ଷା କରିପାରନ୍ତି । ଆପଣଙ୍କ କାମରେ ବାଧା ସୃଷ୍ଟି କରିବାକୁ ଅପଚେଷ୍ଟା ହୋଇପାରେ । ତେଣୁ, ସତର୍କତାର ସହିତ କାମ କରନ୍ତୁ। ଆପଣ ପ୍ରତିଯୋଗିତାରେ ସଫଳ ହେବେ । ସୃଜନଶୀଳ କ୍ଷେତ୍ରରେ ଆପଣଙ୍କ ନାମ ଉଜ୍ଜ୍ୱଳ ହେବ। ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ଶେଷ କରିବାକୁ କିଛି ସମୟ ଲାଗିପାରେ, କିନ୍ତୁ ଫଳାଫଳ ସକାରାତ୍ମକ ହେବ।
)
Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ
ट्रेन्डिंग फोटोज़