Weekly Horoscope Tarot Reading, 10 to 16 November 2025: ଟାରୋ କାର୍ଡ ଗଣନାରୁ ଆସନ୍ତୁ ଜାଣିବା ସାପ୍ତାହିକ ରାଶିଫଳ ।
)
Weekly Horoscope Tarot Reading, 10 to 16 November 2025: ଟାରୋ କାର୍ଡ ଗଣନାରୁ ଆସନ୍ତୁ ଜାଣିବା ସାପ୍ତାହିକ ରାଶିଫଳ ।
)
ମେଷ ରାଶି ନୂଆ ସପ୍ତାହ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆପଣ ହତାଶ ଅନୁଭବ କରିପାରନ୍ତି । ଅନାବଶ୍ୟକ ଖର୍ଚ୍ଚ ଏଡାଇବା ଆବଶ୍ୟକ । ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ।
)
ବୃଷ ରାଶି ନୂଆ ସପ୍ତାହ ଆପଣଙ୍କ ପାଇଁ ଲାଭଦାୟକ ହେବ। ଆପଣଙ୍କୁ ଭଲ ସୁଯୋଗ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ କିଛି ବିଶେଷ ଲାଭ ମିଳିପାରେ । ନୂତନ ସୁଯୋଗ ମିଳିବାର ସମ୍ଭାବନା ଅଛି। ପ୍ରିୟଜନଙ୍କ ସହିତ ସୁସମ୍ପର୍କ ବଜାୟ ରଖନ୍ତୁ। ପାରିବାରିକ ଜୀବନରେ ଆନନ୍ଦ ବଢିବ। ପାରସ୍ପରିକ ସହଯୋଗ ବଜାୟ ରହିବ।
)
ମିଥୁନ ରାଶି ନୂଆ ସପ୍ତାହ ଆପଣଙ୍କ ପାଇଁ ଶୁଭଫଳ ଆଣିଦେବ । କାମରେ ପ୍ରଗତି କରିବେ । ଆପଣ ସନ୍ତୁଷ୍ଟ ଅନୁଭବ କରିବେ। ପରିବାରରେ ଖୁସି ପରିବେଶରେ ବିତିବ ।
)
କର୍କଟ ରାଶି ସପ୍ତାହର ଆରମ୍ଭରେ କରିଥିବା ପ୍ରୟାସରୁ ଲାଭ ମିଳିପାରେ। ସ୍ୱାସ୍ଥ୍ୟ ମଧ୍ୟ ଟିକେ ଦୁର୍ବଳ ହୋଇପାରେ ତେଣୁ ବିଶେଷ ଯତ୍ନ ଆବଶ୍ୟକ।
)
ସିଂହ ରାଶି ଆପଣଙ୍କ ପାଇଁ ଜଗିରଖି ଚଳିବାକୁ ପଡିବ । ଆପଣଙ୍କୁ କିଛି ଧର୍ଯ୍ୟ ଧରିବାକୁ ପଡିବ । ଆପଣଙ୍କୁ ପଦୋନ୍ନତି ମିଳିପାରେ । ନିଜ ଚତୁରତାରୁ ଆପଣ ଲାଭ ପାଇପାରିବେ।
)
କନ୍ୟା ରାଶି ଆପଣଙ୍କ ନୂତନ ଯୋଜନା କାର୍ଯ୍ୟକାରୀ ହେବ। ପ୍ରେମ ବ୍ୟାପାରରେ ସଫଳତା ମିଳିବାର ସମ୍ଭାବନା ଅଛି। କାର୍ଯ୍ୟ କ୍ଷେତ୍ରରେ ପରିବେଶ ସନ୍ତୋଷଜନକ ରହିବ । ଆପଣ ବହୁତ ସନ୍ତୁଷ୍ଟ ଅନୁଭବ କରିବେ।
)
ତୁଳା ରାଶି ସପ୍ତାହଟି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏତେଟା ଶୁଭ ନୁହେଁ । ଆପଣଙ୍କ ପାଇଁ ସମୟ ଚ୍ୟାଲେଞ୍ଜିଂ ହୋଇପାରେ। ଟିକେ ସତର୍କ ରହିବାକୁ ପଡିବ। ଚାକିରି ଖୋଜୁଥିଲେ ଭଲ ସୁଯୋଗ ପାଇବେ।
)
ବିଛା ରାଶି କର୍ମକ୍ଷେତ୍ରରେ ବିପରୀତ ଲିଙ୍ଗର ଜଣେ ସହକର୍ମୀ ଆପଣଙ୍କୁ ଆକର୍ଷିତ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଆର୍ଥିକ କ୍ଷେତ୍ରରେ ସତର୍କ ରହିବାକୁ ପଡିବ । ମାନସିକ ଶାନ୍ତି ପାଇବେ । ଯୋଜନା କରି ଆଗକୁ ବଢ଼ନ୍ତୁ।
)
ଧନୁ ରାଶି ନଭେମ୍ବର ମାସର ଏହି ସପ୍ତାହ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଅପ୍ରତ୍ୟାଶିତ ଆର୍ଥିକ ଲାଭ ପାଇପାରନ୍ତି। ବିପଦ ନେବାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ପାରିବାରିକ ଜୀବନ ସୁସଙ୍ଗତ ରହିବ।
)
ମକର ରାଶି ଏହି ସପ୍ତାହ ଆପଣଙ୍କ ପାଇଁ ସୁଖଦ ହେବ। କ୍ୟାରିୟର କ୍ଷେତ୍ରରେ ସମୟ ଶୁଭ । ଆପଣଙ୍କର ପ୍ରଗତିରେ ସନ୍ତୁଷ୍ଟ ଅନୁଭବ କରିବେ। ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି। ପାରିବାରିକ ପରିବେଶ ପୂର୍ବ ଅପେକ୍ଷା ବହୁତ ଅଧିକ ସୁଖଦ ରହିବ।
)
କୁମ୍ଭ ରାଶି ଆପଣଙ୍କ ପାଇଁ ସପ୍ତାହଟି ବହୁତ ପ୍ରଭାବଶାଳୀ ହେବ। ଆଧ୍ୟାତ୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି । ବ୍ୟବସାୟରେ ଲାଭ ହେବ । ଉନ୍ନତିର କରିବାକୁ ସୁଯୋଗ ମଧ୍ୟ ପାଇବେ। ଆପଣ ବିଜୟ ପଥରେ ଅଛନ୍ତି।
)
ମୀନ ରାଶି ଆପଣଙ୍କ ପାଇଁ ଏକ ପ୍ରଗତିଶୀଳ ସପ୍ତାହ ହେବ। ସହକର୍ମୀମାନେ ଆପଣଙ୍କ ପ୍ରତି ଈର୍ଷା ମନୋଭାବ ରଖିପାରନ୍ତି। କାମରେ ମଧ୍ୟ ବାଧା ସୃଷ୍ଟି କରିପାରନ୍ତି। ତେଣୁ ଏହି ସମୟରେ ସତର୍କତା ଜରୁରୀ । ପ୍ରତିଯୋଗିତାରେ ସଫଳ ହେବାର ସମ୍ଭାବନା ଅଧିକ । ସାହିତ୍ୟ ଏବଂ ସଙ୍ଗୀତ ପ୍ରତି ଆପଣଙ୍କର ଆଗ୍ରହ ବଢିବ। ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ଶେଷ କରିବେ ।
)
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ
ट्रेन्डिंग फोटोज़