Advertisement
Photo Details/zeeodisha/odisha2681525
Zee OdishaPhotosWeekly Tarot Reading: ୧୭ ରୁ ୨୩ ମାର୍ଚ୍ଚ ଭିତରେ କିପରି କଟିବ ଆପଣଙ୍କ ଦିନ, ପଢନ୍ତୁ ରାଶିଫଳ
photoDetails0hindi

Weekly Tarot Reading: ୧୭ ରୁ ୨୩ ମାର୍ଚ୍ଚ ଭିତରେ କିପରି କଟିବ ଆପଣଙ୍କ ଦିନ, ପଢନ୍ତୁ ରାଶିଫଳ

Weekly Horoscope Tarot Reading, 17 to 23 March 2025: ନୂଆ ସପ୍ତାହରେ ଶୁକ୍ର ଉଚ୍ଚ ରାଶି ମୀନରେ ଚଳନ କରିବେ ।

1/13

ମେଷ ରାଶି

ଆପଣଙ୍କ ପାଇଁ ସପ୍ତାହଟି ଶୁଭଫଳ ଆଣିଦେବ । ପୁରୁଣା ପ୍ରୋଜେକ୍ଟ ଅଟକିଥିଲେ ତାହା ଆଗକୁ ବଢିବ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ବଜାୟ ରଖନ୍ତୁ ଦେଖିବେ ଆଗାମୀ ସମୟରେ ଆଶା ଫଳପ୍ରଦ ହେବ । କଠିନ ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇବେ ।

2/13

ବୃଷ ରାଶି

ନୂଆ ସପ୍ତାହଟି ଆପଣଙ୍କ ପାଇଁ ନୂଆ ଆଶାରେ ପରିପୂର୍ଣ୍ଣ ହେବ। ଜୀବନରେ ସନ୍ତୁଳନ ବଜାୟ ରଖିବାରେ ଆପଣ ସକ୍ଷମ ହେବେ । ଶାନ୍ତ ରୁହନ୍ତୁ ଏବଂ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ସମ୍ପର୍କରେ ଉନ୍ନତି ହେବ । ନୂତନ ଆରମ୍ଭ କରିବାକୁ ଚାହୁଁଥିଲେ କୌଣସି ଦ୍ୱନ୍ଦରେ ପଡନ୍ତୁ ନାହିଁ ।

3/13

ମିଥୁନ ରାଶି

ନୂଆ ସପ୍ତାହରେ କୌଣସି ନିଷ୍ପତ୍ତି କରିବା ପୂର୍ବରୁ ଥରୁଟିଏ ଚିନ୍ତା କରନ୍ତୁ। ନିଜ ମଧ୍ୟରେ ଧର୍ଯ୍ୟ ବଜାୟ ରଖନ୍ତୁ । ପ୍ରତ୍ୟକ ପରିସ୍ଥିତିକୁ ବୁଝିସୁଝି କାମ କରନ୍ତୁ। ପୁରୁଣା ଅଭ୍ୟାସ ବଦଳାଇବାକୁ ଚାହୁଁଥିଲେ ଏହା ସଠିକ ସମୟ ।

4/13

କର୍କଟ ରାଶି

ଆପଣଙ୍କ ଜୀବନରେ ଉନ୍ନତୀ କରିବେ । କ୍ୟାରିଅରରେ ନୂଆ ସୁଯୋଗ ପାଇବେ । କଠିନ ପରିଶ୍ରମ କରନ୍ତୁ ଶୁଭଫଳ ପାଇବେ । ବ୍ୟକ୍ତିଗତ ଜୀବନରେ ଖୁସି ବଢିବ । ପ୍ରେମ ସମ୍ପର୍କ ନିବିଡ ହେବ ।

5/13

ସିଂହ ରାଶି

ସପ୍ତାହଟିରେ ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ସମ୍ପର୍କରେ ସମନ୍ୱୟ ବଜାୟ ରଖନ୍ତୁ । କୌଣସି ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ସକାରାତ୍ମକ ଭାବେ ପ୍ରତ୍ୟକ କାର୍ଯ୍ୟ କରନ୍ତୁ ।

6/13

କନ୍ୟା ରାଶି

ନୂଆ ସପ୍ତାହରେ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହୋଇପାରେ । ପୁରୁଣା କଥା ଛାଡି ନୂତନ ଚିନ୍ତାଧାରା ଗ୍ରହଣ କରନ୍ତୁ। ମାନସିକ ଭାବରେ ନିଜକୁ ଦୃଢ କରନ୍ତୁ। ପୁରୁଣା ସମସ୍ୟାର ସମାଧାନ ହୋଇଯିବ ।

7/13

ତୁଳା ରାଶି

ଆପଣଙ୍କ ପାଇଁ ନୂଆ ସପ୍ତାହଟି ମଧ୍ୟମ ଧରଣର ଫଳ ପ୍ରଦାନ କରିବ । ନିଜ କର୍ମ ଉପରେ ବିଶ୍ୱାସ ରଖନ୍ତୁ ସଠିକ୍ ପଥକୁ ଆପଣାନ୍ତୁ । ଆପଣଙ୍କ ଜ୍ଞାନ ଅନ୍ୟମାନଙ୍କ ପାଇଁ ଉପଯୋଗୀ ହୋଇପାରେ।

8/13

ବିଛା ରାଶି

ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଅନେକ କାମରେ ସଫଳତା ହାସଲ କରିବେ । ବ୍ୟକ୍ତିଗତ ଜୀବନରେ ଖୁସିର ବାତାବରଣ ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ।

9/13

ଧନୁ ରାଶି

ନୂଆ ସପ୍ତାହରେ ନୂଆ ଚିନ୍ତାଧାରା ମନକୁ ଆସିବ । ପୁରୁଣା କଥାକୁ ପଛରେ ପକାଇ ନୂଆ କଥା ଉପରେ ଧ୍ୟାନ ଦେବେ । ଧର୍ଯ୍ୟ ଧରି ଏବଂ ବୁଦ୍ଧିମାନର ସହ କାମ କରନ୍ତୁ ଦେଖିବେ ଶୁଭଫଳ ପାଇବେ ।

10/13

ମକର ରାଶି

ନିଜ ଚିନ୍ତାଧାରା ଏବଂ କାର୍ଯ୍ୟରେ ସନ୍ତୁଳନ ବଜାୟ ରଖନ୍ତୁ। ଜୀବନରେ ଥିବା ଲକ୍ଷ୍ୟ ଆଡକୁ ଅଗ୍ରସର ହେବେ । ସଠିକ୍ ସମୟରେ ନିଷ୍ପତ୍ତି ଗ୍ରହଣ କରନ୍ତୁ ।

11/13

କୁମ୍ଭ ରାଶି

ଆପଣଙ୍କ ପାଇଁ ନୂଆ ସପ୍ତାହଟି ସାମାନ୍ୟ ଦ୍ୱନ୍ଦ୍ୱ ଯୁକ୍ତ ହୋଇପାରେ। ନିଜ ଚିନ୍ତାଧାରା ଅନୁଯାୟୀ କାର୍ଯ୍ୟ କରନ୍ତୁ । ଶୀଘ୍ର କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। 

12/13

ମୀନ ରାଶି

ନୂଆ ସପ୍ତାହ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ବଡ଼ ନିଷ୍ପତ୍ତି ନେବା ସମୟରେ ଯତ୍ନବାନ ହୁଅନ୍ତୁ । ସମ୍ପର୍କକୁ ସୁଦୃଢ଼ ​​କରିବା ପାଇଁ ସମୟ ନିଅନ୍ତୁ।

13/13

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।