Advertisement
Photo Details/zeeodisha/odisha2665752
Zee OdishaPhotosWeekly Tarot Reading: ମାର୍ଚ୍ଚ ପ୍ରଥମ ସପ୍ତାହ କିପରି ବିତିବ ? ପଢନ୍ତୁ ଜ୍ୟୋତିଷଙ୍କ ରାଶିଫଳ ମେଷଠୁ ମୀନ
photoDetails0hindi

Weekly Tarot Reading: ମାର୍ଚ୍ଚ ପ୍ରଥମ ସପ୍ତାହ କିପରି ବିତିବ ? ପଢନ୍ତୁ ଜ୍ୟୋତିଷଙ୍କ ରାଶିଫଳ ମେଷଠୁ ମୀନ

Weekly Horoscope Tarot Reading, 3 to 9 March 2025: ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ତତା ୩ ରୁ ୯ ମାର୍ଚ୍ଚ ମଧ୍ୟରପେ ସୁନାଫା ଯୋଗର ଶୁଭ ମିଶ୍ରଣ ଘଟୁଛି । ଶୁଭ ଗ୍ରହ ବୃହସ୍ପତି ଚନ୍ଦ୍ରଠାରୁ ଗୋଟିଏ ଘର ଆଗରେ ଥିବାରୁ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷ ପ୍ରଭାବିତ ହେବେ ।

1/13

ମେଷ ରାଶି

ଟାରୋ କାର୍ଡ ଗଣନା ଅନୁଯାୟୀ, ନୂଆ ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ଏହି ସମୟରେ ନୂତନ ଆରମ୍ଭ କରିବାକୁ ଚାହୁଁଥିଲେ ତାହା କରନ୍ତୁ । ଦୁଃସାହସିକ କାର୍ଯ୍ୟ ପାଇଁ ପ୍ରସ୍ତୁତ ରୁହନ୍ତୁ । ନିଜ ମନର ଭୟ ଏବଂ ଦ୍ୱିଧାକୁ ପଛରେ ଛାଡ଼ି ଆଗକୁ ବଢନ୍ତୁ । ଆପଣଙ୍କ ସ୍ୱପ୍ନ ପୂରଣ କରିବାକୁ ଚାହୁଁଥିଲେ ଏହା ଉଚିତ୍ ସମୟ। ଯେକୌଣସି କାମ କରନ୍ତୁ ନା କାହିଁକି ଅତ୍ୟନ୍ତ ବୁଦ୍ଧିମାନର ସହିତ ନିଷ୍ପତ୍ତି ନିଅନ୍ତୁ। ନିଜ ଉପରେ ବିଶ୍ୱାସ ରଖନ୍ତୁ ଦେଖିବେ ସଫଳତା ମିଳିବ । ଟଙ୍କା ନିବେଶ କରିବାକୁ ଚାହୁଁଥିଲେ ସମୟ ଶୁଭ କିନ୍ତୁ ସତର୍କତାର ସହ କରନ୍ତୁ । ବିଶେଷଜ୍ଞଙ୍କ ପରାମର୍ଶ ନେବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ।

2/13

ବୃଷ ରାଶି

ଟାରୋଟ୍ କାର୍ଡ ଗଣନା ଅନୁସାରେ, ଆପଣଙ୍କୁ ଆଧ୍ୟାତ୍ମିକ ଏବଂ ପାରମ୍ପରିକ ମାର୍ଗଦର୍ଶନର ଆବଶ୍ୟକତା ପଡ଼ିପାରେ। ଗୁରୁ କିମ୍ବା ପରାମର୍ଶଦାତାଙ୍କଠାରୁ ସାହାଯ୍ୟ ମିଳିବ । ପୁରୁଣା ବିଶ୍ୱାସ ଏବଂ ପରମ୍ପରାକୁ ପୁନର୍ବିଚାର କରିବାର ସମୟ । କୌଣସି କାମରେ ଦ୍ୱନ୍ଦ ଥିଲେ ପାରମ୍ପରିକ ପଦ୍ଧତି ଅନୁସରଣ କରନ୍ତୁ । କୌଣସି ପାରିବାରିକ ସମସ୍ୟା ଥିଲେ ବରିଷ୍ଠମାନଙ୍କଠାରୁ ପରାମର୍ଶ ନିଅନ୍ତୁ। ଆପଣଙ୍କ ପାଇଁ ସମ୍ପର୍କରେ ସ୍ଥିରତା ଏବଂ ବୁଝାମଣା ଆବଶ୍ୟକ। ଅନ୍ୟମାନଙ୍କ ଭାବନା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।

3/13

ମିଥୁନ ରାଶି

ନୂଆ ସପ୍ତାହରେ ଆପଣଙ୍କ ପାଇଁ ସଫଳତାର ସୁଯୋଗ ଆସିବ । କଠିନ ପରିଶ୍ରମ ଫଳପ୍ରଦ ହୋଇପାରେ । ଲକ୍ଷ୍ୟ ହାସଲ କରିବାକୁ ଚାହୁଁଥିଲେ ଦୃଢ଼ତାର ସହିତ କାମ କରନ୍ତୁ। ଯେକୌଣସି କଷ୍ଟକର ସମୟ ଆସୁନା କାହିଁକି ଆପଣ ସାହସିକତାର ସହ ତାହା ଦୂର କରିପାରିବେ। କ୍ୟାରିୟର କ୍ଷେତ୍ରରେ ବହୁତ ଭଲ ଫଳାଫଳ ପାଇବେ । ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ । ଆବଶ୍ୟକ ପଡିଲେ ବରିଷ୍ଠ ଲୋକଙ୍କଠାରୁ ପରାମର୍ଶ ନିଅନ୍ତୁ।

4/13

କର୍କଟ ରାଶି

ନିଜ ସମ୍ପର୍କରେ ସମର୍ପଣ, ସମନ୍ୱୟ ଏବଂ ସହଭାଗୀତା ଆବଶ୍ୟକ ରହିଛି । ନିଜ ବିବେକ କଥା ଶୁଣି କାମ କରନ୍ତୁ । ସମ୍ପର୍କରେ ସମନ୍ୱୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଅବିବାହିତ ଥିଲେ ନୂଆ ସମ୍ପର୍କ ଆରମ୍ଭ ହୋଇପାରେ। ସମ୍ପର୍କରେ ସଚ୍ଚୋଟତା ଏବଂ କଥାବାର୍ତ୍ତାକୁ ଗୁରୁତ୍ୱ ଦିଅନ୍ତୁ। ଆପଣଙ୍କ ନିଷ୍ପତ୍ତିଗୁଡ଼ିକର ଦୀର୍ଘକାଳୀନ ପ୍ରଭାବ ପଡ଼ିବ। ତେଣୁ ଚତୁରତାର ସହ ନିଷ୍ପତ୍ତି ନିଅନ୍ତୁ। ଯଦି କୌଣସି ସମ୍ପର୍କ ଭାଙ୍ଗୁଛନ୍ତି ତେବେ ତା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

5/13

ସିଂହ ରାଶି

ଆପଣଙ୍କ ପାଇଁ ଏହି ସମୟରେ ସାହସ, ଧର୍ଯ୍ୟ ଏବଂ ଆତ୍ମବିଶ୍ୱାସ ବଜାୟ ରଖିବାକୁ ହେବ । କଷ୍ଟକର ପରିସ୍ଥିତିରୁ ବାହାରିବା ପାଇଁ ନିଜ ଅନ୍ତର୍ନିହିତ ଶକ୍ତିକୁ ବ୍ୟବହାର କରନ୍ତୁ। ଧର୍ଯ୍ୟର ସହିତ ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରନ୍ତୁ । ଆତ୍ମବିଶ୍ୱାସ ଏବଂ ଦୃଢ଼ ନିଷ୍ପତ୍ତି ଆପଣଙ୍କ ପ୍ରତ୍ୟେକ କଷ୍ଟକୁ ଦୂର କରିବାରେ ସାହାଯ୍ୟ କରିବ। କୌଣସି କାର୍ଯ୍ୟରେ ଭୟଭୀତ ହୁଅନ୍ତୁ ନାହିଁ।

6/13

କନ୍ୟା ରାଶି

ଆପଣଙ୍କର ଦୃଷ୍ଟିକୋଣ ପରିବର୍ତ୍ତନ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜିପାରେ ନିଜ ମଧ୍ୟରେ ଧୈର୍ଯ୍ୟ ରଖନ୍ତୁ। କଠିନ ପରିଶ୍ରମ ଏବଂ ବିଶ୍ୱାସ ବଜାୟ ରଖି ଆଗକୁ ବଢ଼ନ୍ତୁ। ପ୍ରତ୍ୟେକ ପଦକ୍ଷେପ ସତର୍କତାର ସହିତ ନିଅନ୍ତୁ। କୌଣସି କାମରେ ତରବର ହୁଅନ୍ତୁ ନାହିଁ।

7/13

ତୁଳା ରାଶି

ଆପଣଙ୍କ ପାଇଁ ନୂଆ ସପ୍ତାହରେ ନ୍ୟାୟ ଓ ସନ୍ତୁଳନ ବଜୟା ରହିବ । ସଠିକ୍ ନିଷ୍ପତ୍ତି ନେବାରେ ସକ୍ଷମ ହେବେ । ଗୁରୁତ୍ୱପୂର୍ଣ୍ଣ ମାମଲାରେ ଭାବିଚିନ୍ତି ସଠିକ୍ ନିଷ୍ପତ୍ତି ନିଅନ୍ତୁ । ସଚ୍ଚୋଟତାର ସହିତ କାମ କରନ୍ତୁ ଦେଖିବେ ଶୁଭଫଳ ମିଳିବ। କୌଣସି ଆଇନଗତ ମାମଲାରେ ଫସି ରହିଥିଲେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିପାରେ।

8/13

ବିଛା ରାଶି

ଆପଣଙ୍କ ଜୀବନରେ ଏକ ପୁରୁଣା ଅଧ୍ୟାୟ ଶେଷ ହେବା ସହ ନୂଆ ଅଧ୍ୟାୟ ଆରମ୍ଭ ହେବାର ସମୟ । କାହା ସହ କୌଣସି ମତଭେଦ କିମ୍ୱା ସମସ୍ୟା ଥିଲେ ସେଥିରୁ ବାହାରିବେ । ସ୍ୱାବଲମ୍ବୀ ହେବାକୁ ଚାହୁଁଥିଲେ ଏହା ସଠିକ୍ ସମୟ । ସମ୍ପର୍କ କିଛି ବଡ଼ ପରିବର୍ତ୍ତନ ହୋଇପାରେ। ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

9/13

ଧନୁ ରାଶି

ଆପଣଙ୍କ ଜୀବନରେ ଖୁସି ଆସିବ । ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ । ଆପଣଙ୍କ ପ୍ରୟାସ ଫଳପ୍ରଦ ହେବ। ଜୀବନରେ ନୂତନ ଆଲୋକ ଆସିବାର ସମୟ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ପ୍ରଶଂସା ମିଳିବ । ପରିବାରରେ ଖୁସିର ବାତାବରଣ ରହିବ। ନୂତନ ଆରମ୍ଭ କରିବାକୁ ଚାହୁଁଥିଲେ ଏହା ସଠିକ ସମୟ। ନିଜ ମଧ୍ୟରେ ଆତ୍ମବିଶ୍ୱାସ ବଜାୟ ରଖନ୍ତୁ। ସକାରାତ୍ମକ ଚିନ୍ତାଧାରାରେ ଆଗକୁ ବଢ଼ନ୍ତୁ।

10/13

ମକର ରାଶି

ଆପଣଙ୍କ ଜୀବନରେ ସମୃଦ୍ଧି, ପ୍ରେମ ଏବଂ ପ୍ରଗତି ହେବାର ସମ୍ଭାବନା ରହିଛି। ନିଜ ପରିବାରର ଆବଶ୍ୟକତାକୁ ଧ୍ୟାନ ଦେବେ । ଶକ୍ତିକୁ ସଠିକ ଦିଗରେ ବିନିଯୋଗ କରନ୍ତୁ। ପରିବାର ଏବଂ ବନ୍ଧୁମାନଙ୍କ ସହିତ ସମ୍ପର୍କ ଭଲ ରହିବ। କାମରେ ସଫଳତା ହାସଲ କରିବେ । ଲକ୍ଷ୍ୟ ହାସଲ କରିବା ପାଇଁ ସର୍ବୋତ୍ତମ ସମୟ ।

11/13

କୁମ୍ଭ ରାଶି

ନୂଆ ସପ୍ତାହରେ ଜୀବନରେ ଆଶା, ବିଶ୍ୱାସ ଏବଂ ସକାରାତ୍ମକତା ରହିବ। ନିଜ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ଆଶା ବଜାୟ ରଖିବାକୁ ପଡିବ। କଠିନ ପରିଶ୍ରମର ଫଳପ୍ରଦ ହେବାର ସମୟ ଶୁଭ। ସମ୍ପର୍କରେ ସକାରାତ୍ମକ ଫଳାଫଳ ରହିବ । ପ୍ରିୟଜନଙ୍କ ସହିତ ଭଲ ସମୟ ଅତିବାହିତ କରିବେ।

12/13

ମୀନ ରାଶି

ଆପଣଙ୍କ ଜୀବନରେ କିଛି ଦ୍ୱନ୍ଦ୍ୱ ଉପୁଜିପାରେ । ନିଷ୍ପତ୍ତି ନେବା ସମୟରେ ସତର୍କ ରୁହନ୍ତୁ। ଚିନ୍ତା ନକରି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ଭୁଲ ବୁଝାମଣା ଦୂର କରିବାକୁ ଚାହୁଁଥିଲେ ସମୟ ଶୁଭ । ସମ୍ପର୍କରେ ସ୍ପଷ୍ଟତା ବଜାୟ ରଖନ୍ତୁ।

13/13

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।