Weekly Horoscope Tarot Reading, 4 to 10 August 2025: ଅଗଷ୍ଟ ମାସର ନୂଆ ସପ୍ତାହରେ ଧନ ଲକ୍ଷ୍ମୀ ଯୋଗର ଅତ୍ୟନ୍ତ ଶୁଭ ସଂଯୋଗ ଗଠନ ହେଉଛି। ସପ୍ତାହଟିରେ ଚନ୍ଦ୍ର ଉପରେ ମଙ୍ଗଳଙ୍କ ଶୁଭ ଦୃଷ୍ଟି କାରଣରୁ ଲକ୍ଷ୍ମୀ ଯୋଗ ଗଠନ ହେଉଛି।
Weekly Horoscope Tarot Reading, 4 to 10 August 2025: ଟାରୋ କାର୍ଡ ଅନୁଯାୟୀ ନୂଆ ସପ୍ତାହଟି କିପରି ବିତିବି ପଢନ୍ତୁ ମେଷଠୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଭାଗ୍ୟଫଳ
1/14
2/14ମେଷ ରାଶି
ଅଗଷ୍ଟ ମାସର ନୂଆ ସପ୍ତାହଟି ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ । ସପ୍ତାହର ଆରମ୍ଭରୁ କିଛି ବାଧା ଆସିପାରେ। କିନ୍ତୁ ପରବର୍ତ୍ତୀ ସମୟରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣଙ୍କୁ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ପଡିବ। ପ୍ରେମ ଜୀବନରେ ମଧୁରତା ବଢିବ । ଆପଣଙ୍କ ମନ ଖୁସି ରହିବ।
3/14ବୃଷ ରାଶି
ନିଜ ଦକ୍ଷତା ବୃଦ୍ଧି କରିବା ପାଇଁ ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ପଡିବ। ଆପଣଙ୍କୁ କିଛି ବଡ଼ ନିଷ୍ପତ୍ତି ନେବାକୁ ପଡିପାରେ। କ୍ୟାରିଅରକୁ ଏକ ନୂତନ ଦିଗ ମିଳିବ। ପରିବାରରେ କୌଣସି ବିବାଦ ଚାଲିଥିଲେ ଚତୁରତାର ସହ ତାହାକୁ ସମାଧାନ କରିବାକୁ ପଡିବ। ଲୋକଙ୍କ ସହ ପରିଚିତ ହେବା ଆପଣଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ।
4/14ମିଥୁନ ରାଶି
ଆପଣଙ୍କୁ ଏହି ସପ୍ତାହରେ ଧର୍ଯ୍ୟର ସହିତ କାମ କରିବାକୁ ପଡିବ । ଆପଣ ଅଧିକ ମାନସିକ ଚାପର ଶିକାର ହୋଇପାରନ୍ତି । ନିଜ ଦୃଷ୍ଟିକୋଣ ବଦଳାଇଲେ ଯାଇ ପରିବାର ଏବଂ କର୍ମକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଦୂରଯାତ୍ରା କରିବାକୁ ପଡିପାରେ। ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ଖାଦ୍ୟପେୟର ବିଶେଷ ଯତ୍ନ ନେବାକୁ ଚେଷ୍ଟା କରନ୍ତୁ।
5/14କର୍କଟ ରାଶି
ଅଗଷ୍ଟ ମାସର ନୂଆ ସପ୍ତାହ ଆପଣଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ । ପଡ଼ି ରହିଥିବା କାମଗୁଡ଼ିକୁ ଶେଷ କରିବେ। ଆପଣଙ୍କ କଠିନ ପରିଶ୍ରମକୁ କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ । ଅଫିସ୍ କିମ୍ବା ବ୍ୟବସାୟରେ ସହକର୍ମୀଙ୍କ ସମର୍ଥନ ପାଇବେ। ପରିବାର ସଦସ୍ୟଙ୍କ ସହ ସମୟ ବିତାଇବେ । ପ୍ରେମ ସମ୍ପର୍କରେ ଛୋଟ ଛୋଟ ଖୁସି ଆପଣଙ୍କୁ ଶାନ୍ତି ଦେବ।
6/14ସିଂହ ରାଶି
ନୂଆ ସପ୍ତାହରେ ପିଲାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ । କାରଣ ଋତୁକାଳୀନ ରୋଗ ଆପଣଙ୍କୁ ଅସୁବିଧା ଦେଇପାରେ। ପରିବର୍ତ୍ତିତ ପାଗରେ ଖାଦ୍ୟପେୟର ବିଶେଷ ଧ୍ୟାନ ଦିଅନ୍ତୁ। ଆର୍ଥିକ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନେବା ଉଚିତ । କାହାକୁ ଟଙ୍କା ଋଣ ଦିଅନ୍ତୁ ନାହିଁ । ପ୍ରେମ ଜୀବନରେ ଖୋଲାଖୋଲି ସମ୍ପର୍କ ବଜାୟ ରଖନ୍ତୁ।
7/14କନ୍ୟା ରାଶି
ଆପଣଙ୍କୁ ନୂଆ ସପ୍ତାହରେ ବହୁତ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ପଡିବ। ତରବର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଚାକିରିରେ ସ୍ଥାନାନ୍ତର କିମ୍ବା ପଦୋନ୍ନତିର ସମ୍ଭାବନା ରହିଛି । ସର୍ଟକଟ୍ ବ୍ୟବହାର କରି ଟଙ୍କା ରୋଜଗାର କରିବାରୁ ଦୂରେଇ ରହିବା ଉଚିତ।
8/14ତୁଳା ରାଶି
ନୂଆ ସପ୍ତାହ ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ବହୁତ ଶୁଭଫଳ ଦେବ । ରୋଜଗାର ବୃଦ୍ଧି କରିବା ପାଇଁ ନୂତନ ଉପାୟ ଖୋଜିବେ। ଆପଣଙ୍କୁ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ମିଳିବ। ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ ହୋଇପାରେ। କୌଣସି ପୁରୁଣା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇପାରେ । ପରିବାରରେ ଶୁଭ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିବେ ।
9/14ବିଛା ରାଶି
ଆପଣଙ୍କ ପାଇଁ ସପ୍ତାହଟି ନୂଆ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ହେବାକୁ ଯାଉଛି। ନିଜ ବୁଦ୍ଧି ଏବଂ ଆତ୍ମବିଶ୍ୱାସ ସହିତ ସମସ୍ତ ଚ୍ୟାଲେଞ୍ଜର ସାମ୍ନା କରିବେ । ଜଣେ ନିକଟତମ ବନ୍ଧୁ ଦ୍ୱାରା ବିଶ୍ୱାସଘାତକତା ହୋଇପାରେ। ତେଣୁ କାହାକୁ ଅନ୍ଧ ଭାବରେ ବିଶ୍ୱାସ ନକରିବା ଭଲ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ତେଣୁ ଟିକେ ସତର୍କ ରୁହନ୍ତୁ। ପ୍ରେମ ଜୀବନରେ ଭଲ ବ୍ୟବହାର କରନ୍ତୁ ।
10/14ଧନୁ ରାଶି
ଆପଣଙ୍କ ପାଇଁ ସପ୍ତାହଟି ଭାଗ୍ୟଶାଳୀ ହେବାକୁ ଯାଉଛି। ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିଯିବ। ଅଟକି ରହିଥିବା କାମ ଶୀଘ୍ର ଶେଷ ହେବ । ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ । ଚାକିରି କ୍ଷେତ୍ରରେ ବହୁତ ସମ୍ମାନ ମିଳିବ। ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ହେବ। ପ୍ରେମ ସମ୍ପର୍କ ମଜବୁତ ହେବ। ନିଜର ଶକ୍ତିକୁ ସଠିକ ଦିଗରେ ବ୍ୟବହାର କରନ୍ତୁ।
11/14ମକର ରାଶି
ଆପଣଙ୍କୁ ଟିକେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ହଠାତ୍ ଆର୍ଥିକ ଲାଭ ମିଳିବ। ଚାକିରି କରିଥିଲେ ବରିଷ୍ଠ କର୍ମଚାରୀଙ୍କ ସହିତ ଭଲ ବ୍ୟବହାର କରନ୍ତୁ । ପ୍ରେମ ଜୀବନରେ ସମ୍ପର୍କରେ ମଧୁରତା ରହିବ । ଆପଣଙ୍କ କାମକୁ ସାଥୀ ପ୍ରଶଂସା କରିବେ।
12/14କୁମ୍ଭ ରାଶି
ଏହି ସପ୍ତାହରେ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ବଜାୟ ରଖିବାକୁ ପଡିବ। ନିଜ ସ୍ୱାସ୍ଥ୍ୟ ପ୍ରତି ଟିକେ ସତର୍କ ରୁହନ୍ତୁ। କ୍ୟାରିଅରରେ ନୂତନ କାମ ଆରମ୍ଭ କରିବାକୁ ଯୋଜନା କରୁଥିଲେ ସପ୍ତାହଟି ଆପଣଙ୍କ ପାଇଁ ଶୁଭ । ପିତାମାତାଙ୍କ ସହିତ ଧାର୍ମିକ ଯାତ୍ରା କରିପାରନ୍ତି ।
13/14ମୀନ ରାଶି
ମାସର ପ୍ରଥମ ସପ୍ତାହ ଆପଣଙ୍କ ପାଇଁ ବହୁତ ଶୁଭ । କୌଣସି କାର୍ଯ୍ୟ ତରବର ଭାବେ କରନ୍ତୁ ନାହିଁ । ବ୍ୟବସାୟୀଙ୍କ ପାଇଁ ଦିନଟି ସ୍ୱାଭାବିକ ରହିବ। ସମ୍ପତ୍ତି କିମ୍ବା କୋଠା ନିର୍ମାଣ ସମ୍ବନ୍ଧୀୟ କାମରେ ଆପଣଙ୍କୁ ସଫଳତା ମିଳିପାରେ । ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ। ଜୀବନସାଥୀଙ୍କ ଠାରୁ ଆପଣ ଆର୍ଥିକ ଲାଭ ମିଳିପାରେ। ପରିବାରରେ ହସ ଖୁସି ବୃଦ୍ଧି ପାଇବ।
14/14Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।