Weekly Lucky Zodiac Sign, 16 to 22 December 2024: ଡିସେମ୍ବରର ତୃତୀୟ ସପ୍ତାହରେ ପ୍ରତ୍ୟୁତି ଯୋଗର ଶୁଭ ମିଶ୍ରଣ ହେବାକୁ ଯାଉଛି । ପ୍ରଭାବରେ ଏହି ସପ୍ତାହରେ ୫ଟି ରାଶିର ବ୍ୟକ୍ତି ଲାଭବାନ ହେବେ ।
ମିଥୁନ ରାଶି
ଏହି ସପ୍ତାହରେ ଆପଣଙ୍କ ପୂର୍ବ ସମସ୍ୟାରୁ ମୁକ୍ତି ପାଇବେ । ବିଚାରାଧୀନ କାର୍ଯ୍ୟ ଶୀଘ୍ର ଶେଷ ହେବ । ଜମି, ସମ୍ପତ୍ତି ଏବଂ ବ୍ୟକ୍ତିଗତ ବିବାଦ କୋର୍ଟ ବାହାରେ ସମାଧାନ ହେବା କାରଣରୁ ଆପଣ ମାନସିକ ଶାନ୍ତି ପାଇବେ । ସପ୍ତାହର ଅଧିକାଂଶ ସମୟ ମଜାଳିଆ ଢଙ୍ଗରେ କାଟିବେ । କ୍ୟାରିୟର କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିଙ୍କ ନିକଟରୁ ଭଲ ପରାମର୍ଶ ପାଇବେ । ଚାକିରି କ୍ଷେତ୍ରରେ ପରିଶ୍ରମର ସମ୍ପୂର୍ଣ୍ଣ ଫଳାଫଳ ପାଇବେ । କର୍ମକ୍ଷେତ୍ରରେ ବରିଷ୍ଠ କର୍ମଚାରୀ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ । ମାନ ସମ୍ମାନ ବୃଦ୍ଧି ପାଇବ ।
କର୍କଟ ରାଶି
କ୍ୟାରିୟର ଏବଂ ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସପ୍ତାହ ଆରମ୍ଭରେ ବଡ ପ୍ରୋଜେକ୍ଟ ପାଇଁ ଟଙ୍କା ବିନିଯୋଗ କରିପାରନ୍ତି । ବର୍ତ୍ତମାନର ବିନିଯୋଗ ଆପଣଙ୍କୁ ଭବିଷ୍ୟତରେ ବହୁତ ଲାଭ ଦେବ । ବ୍ୟବସାୟରେ ଲାଭ ପାଇବେ । ପ୍ରିୟଜନଙ୍କଠାରୁ କିଛି ଭଲ ଖବର ମିଳିପାରେ । ଏହି ସପ୍ତାହରେ ଆପଣଙ୍କୁ ହଠାତ୍ ଦୂରଯାତ୍ରା କରିବାକୁ ପଡିପାରେ । ଏହି ଯାତ୍ରା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ହେବ ।
ତୁଳା ରାଶି
ଆପଣଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଆର୍ଥିକ ସ୍ଥିତିକୁ ନେଇ ଆପଣଙ୍କ ଚିନ୍ତା ଦୂର ହେବ । ବିଭିନ୍ନ ସୁତ୍ରରୁ ଅର୍ଥ ଉପାର୍ଜନ କରିବେ । ଚାକିରି ଖୋଜୁଥିଲେ ଖୁସି ଖବର ମିଳିପାରେ । ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । କୋର୍ଟ ସମ୍ବନ୍ଧୀୟ ମାମଲାରେ ଆପଣଙ୍କ ସପକ୍ଷରେ ନିଷ୍ପତ୍ତି ଯାଇପାରେ । ପ୍ରେମ ବିବାହ କରିବାକୁ ଚାହୁଁଥିଲେ ସଫଳତା ମିଳିବ । ପିଲାମାନଙ୍କଠାରୁ କିଛି ଭଲ ଖବର ମିଳିପାରେ ।
ବିଛା ରାଶି
ଏହି ସପ୍ତାହରେ ଆପଣ ନିଜ ପରିଶ୍ରମର ଫଳ ପାଇବେ । ଯାହା ବି କରନ୍ତୁ ନା କାହିଁକି ସେଗୁଡ଼ିକରେ ସଫଳତା ମିଳିବାର ସମ୍ଭାବନା ଅଧିକ । କର୍ମକ୍ଷେତ୍ରରେ ଉଭୟ ସିନିୟର ଏବଂ ଜୁନିଅରଙ୍କଠାରୁ ସହାୟତା ମିଳିବ । ବ୍ୟବସାୟୀମାନେ ଆଶାଠାରୁ ଅଧିକ ଲାଭ ପାଇବେ । କିନ୍ତୁ ଆଖପାଖର ଲୋକମାନଙ୍କ ପ୍ରତି ଟିକେ ସତର୍କ ରହିବାକୁ ପଡିବ । ନିଜକୁ ଯଥାସମ୍ଭବ ସକାରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ ।
ଧନୁ ରାଶି
ଆପଣଙ୍କ ପାଇଁ ସପ୍ତାହଟି ବିଭିନ୍ନ ସୁତ୍ରରୁ ଶୁଭାଶୁଭ ଫଳ ପ୍ରଦାନ କରିବ । ଆପଣଙ୍କର କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରି ସଫଳ ହେବେ । ଅନେକ ଭଲ ସୁଯୋଗ ପାଇବେ । ମନୋରଞ୍ଜନ କରିବାର ସୁଯୋଗ ପାଇବେ । ମହିଳା ବନ୍ଧୁଙ୍କ ସାହାଯ୍ୟରେ ଅନେକ ବିଚାରାଧୀନ କାର୍ଯ୍ୟ ଶେଷ ହେବ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଉନ୍ନତ ଫଳାଫଳ ପାଇବେ । କାହା ସହ କିଛି ବାଦ ବିବାଦ ଥିଲେ ତାହା ଆପୋଷ ବୁଝାମଣା ମଧ୍ୟରେ ସମାଧାନ ହେବ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़