Advertisement
Photo Details/zeeodisha/odisha2697722
Zee OdishaPhotosWeekly Lucky Zodiac Sign: ୩୧ ମାର୍ଚ୍ଚରୁ ୬ ଏପ୍ରିଲ ମଧ୍ୟରେ ଏହି ୫ ରାଶିକୁ ମିଳିବ ଧନ !
photoDetails0hindi

Weekly Lucky Zodiac Sign: ୩୧ ମାର୍ଚ୍ଚରୁ ୬ ଏପ୍ରିଲ ମଧ୍ୟରେ ଏହି ୫ ରାଶିକୁ ମିଳିବ ଧନ !

Weekly Lucky Zodiac Sign, 31 March to 6 April 2025: ଏପ୍ରିଲ ମାସର ପ୍ରଥମ ସପ୍ତାହ ମେଷ, ବୃଷ, ସିଂହ ସମେତ ୫ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ହେବାକୁ ଯାଉଛି। ତେବେ କେଉଁ ରାଶିକୁ କିପରି ଭାବେ ଫଳାଫଳ ମିଳିବ ଆସନ୍ତୁ ଜାଣିବା ।

1/6

ମେଷ ରାଶି

ଆପଣଙ୍କ ପାଇଁ ଏପ୍ରିଲ ମାସର ପ୍ରଥମ ସପ୍ତାହ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ । ଆପଣଙ୍କ ବକ୍ତବ୍ୟର ପ୍ରଭାବ ରହିବ । ନିଜ କଥାରେ ଅନ୍ୟମାନଙ୍କ ହୃଦୟ ଜିଣିବାରେ ଆପଣ ସକ୍ଷମ ହେବେ । ବିଦେଶର କାମ କରୁଥିଲେ ଅପ୍ରତ୍ୟାଶିତ ଲାଭ ମିଳିପାରେ। ଘରେ ଖୁସିର ପରିବେଶ ରହିବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିପାରନ୍ତି । କାହାକୁ ମନର କଥା କହିବାକୁ ଚାହୁଁଥିଲେ ଏହି ସପ୍ତାହରେ କହିଦିଅନ୍ତୁ । କାରଣ ସଫଳ ହେବାର ସମ୍ଭାବନା ଅଧିକ । ଦାମ୍ପତ୍ୟ ଜୀବନରେ ପ୍ରେମ ଏବଂ ସମନ୍ୱୟ ସଠିକ ରହିବ। ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ।

2/6

ବୃଷ ରାଶି

ଆପଣଙ୍କ ପାଇଁ ଏପ୍ରିଲ ମାସର ପ୍ରଥମ ସପ୍ତାହର ଆରମ୍ଭ ଅତ୍ୟନ୍ତ ଶୁଭ ହୋଇପାରେ । ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସହଜରେ ଶେଷ କରିବାକୁ ସମର୍ଥ ହେବେ। ବିଳାସପୂର୍ଣ୍ଣ ଜିନିଷ କିଣିବା ଏବଂ ବୁଲାବୁଲି କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରେମ ଜୀବନ ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବ। ବନ୍ଧୁମାନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବାକୁ ସୁଯୋଗ ମିଳିବ । ବୈବାହିକ ଜୀବନରେ ଖୁସି ପାଇବେ।

3/6

ସିଂହ ରାଶି

ଏପ୍ରିଲ ମାସର ପ୍ରଥମ ସପ୍ତାହ ଆପଣଙ୍କ ପାଇଁ ଶୁଭଫଳ ଆଣିଦେବ । ଆପଣଙ୍କ ଯୋଜନା ଗୁଡିକ ଶେଷ କରିବାରେ ସମର୍ଥ ହେବେ। ନିଜ ଭିତରେ ଏକ ଭିନ୍ନ ଆତ୍ମବିଶ୍ୱାସ ରହିବ । ଚାକିରି କ୍ଷେତ୍ରରେ ପଦୋନ୍ନତି କିମ୍ବା ସ୍ଥାନାନ୍ତର ହୋଇପାରେ । ଘରେ ଖୁସିର ପରିବେଶ ରହିବ । ପରିବାର ସହ ଜଡିତ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି । ପରିବାରର ସଦସ୍ୟଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ପ୍ରେମ ଜୀବନରେ ସପ୍ତାହଟି ଶୁଭ ପ୍ରମାଣିତ ହେବ । କୌଣସି ବାଦ ବିବାଦ ଥିଲେ ନୂଆ ସପ୍ତାହରେ ସମସ୍ତ ଭୁଲ ବୁଝାମଣା ସମାଧାନ ହୋଇଯିବ। ସାଥୀଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇ ପାରନ୍ତି ।

4/6

ତୁଳା ରାଶି

ନୂଆ ସପ୍ତାହରେ କ୍ୟାରିଅର ଏବଂ ବ୍ୟବସାୟରେ ଆପଣଙ୍କୁ ନୂଆ ସୁଯୋଗ ମିଳିପାରେ । ପାରିବାରିକ ମାମଲାରେ ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ଅଫିସ୍ କାମ ସହଜରେ ଏବଂ ସଠିକ ସମୟ ମଧ୍ୟରେ ଶେଷ କରିବାରେ ସଫଳ ହେବେ।

5/6

କୁମ୍ଭ ରାଶି

ଆପଣଙ୍କ ପାଇଁ ନୂଆ ସପ୍ତାହ ଶୁଭଫଳ ଆଣିଦେବ । ଅନେକ ଭଲ ସୁଯୋଗ ମିଳିପାରେ । ନୂଆ ଚାକିରି ଖୋଜୁଥିଲେ ବଡ଼ କମ୍ପାନୀରୁ ଅଫର ମିଳିପାରେ । ବ୍ୟବସାୟରେ ଭଲ ଲାଭ ହାସଲ କରିପାରନ୍ତି । ଆପଣଙ୍କର କୌଣସି ସମସ୍ୟା ଥିଲେ ତାହାର ସମାଧାନ ବନ୍ଧୁଙ୍କ ସାହାଯ୍ୟରେ ହୋଇଯିବ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ କିଛି ମତଭେଦ ଥିଲେ ତାହାର ସମାଧାନ ହେବ ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।