Advertisement
Photo Details/zeeodisha/odisha2672469
Zee OdishaPhotosWeekly Lucky Zodiac Sign: ନୂଆ ସପ୍ତାହରେ ମାଳବ୍ୟ ରାଜଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
photoDetails0hindi

Weekly Lucky Zodiac Sign: ନୂଆ ସପ୍ତାହରେ ମାଳବ୍ୟ ରାଜଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Weekly Lucky Zodiac Sign , 10 to 16 March 2025: ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ମାଳବ୍ୟ ରାଜଯୋଗ ଏବଂ ଶୁକ୍ର ନିଜର ଉଚ୍ଚ ରାଶି ମୀନରେ ଚଳନ କରିବା କାରଣରୁ ୫ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ।

1/6

ମେଷ ରାଶି

ମାଳବ୍ୟ ରାଜଯୋଗ କାରଣରୁ ଆପଣଙ୍କ ପାଇଁ ଲାଭଦାୟକ ଫଳାଫଳ ମିଳିବାକୁ ଯାଉଛି। କ୍ୟାରିୟର କ୍ଷେତ୍ରରେ ଭଲ ସୁଯୋଗ ପାଇବେ। ନିଜ ଶକ୍ତିକୁ ସଠିକ୍ ଭାବରେ ପରିଚାଳନା କରିବାରେ ସଫଳ ହେବେ। ଇଚ୍ଛା ମୁତାବକ ସଫଳତା ମିଳିବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ କୌଣସି ସମସ୍ୟା ଥିଲେ ତାହାର ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ନିକଟରୁ ପୂର୍ଣ୍ଣ ସମର୍ଥନ ପାଇବେ। ଚତୁରତାର ସହିତ ପ୍ରତିଟି କାର୍ଯ୍ୟ ସହଜରେ ଶେଷ କରିପାରିବେ।

2/6

ସିଂହ ରାଶି

ମାଳବ୍ୟ ରାଜଯୋଗ କାରଣରୁ ନୂଆ ସପ୍ତାହରେ ଆପଣ ଶୁଭଫଳ ପାଇବେ । ନିର୍ଦ୍ଦିଷ୍ଟ କାର୍ଯ୍ୟରେ ସଫଳତା ପାଇବା ପାଇଁ ଟିକେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ପ୍ରତିଟି କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ଅଧିକ। ସମ୍ପର୍କରେ ମଧୁରତା ରହିବ। ସାଥୀଙ୍କ ସହ ସମ୍ପର୍କ ନିବିଡ ହେବ। ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରିବା ପାଇଁ ପରିବାର ସଦସ୍ୟଙ୍କୁ କହିବାକୁ ଚାହୁଁଥିଲେ ସମୟ ଶୁଭ । ବୈବାହିକ ଜୀବନରେ ଖୁସିର ଲହରୀ ରହିବ । ବ୍ୟବସାୟରେ ଲାଭ ପାଇବାକୁ ଭଲ ସୁଯୋଗ ପାଇବେ। ମିଠା କଥା କହି ଅନ୍ୟର ମନ ଜିଣିବାରେ ସକ୍ଷମ ହେବେ ।

3/6

ଧନୁ ରାଶି

ଆପଣଙ୍କ ପାଇଁ ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହ ଶୁଭ ଫଳ ପ୍ରଦାନ କରିବ । ବିଭିନ୍ନ କାର୍ଯ୍ୟ କାରଣରୁ ବହୁତ ବ୍ୟସ୍ତବହୁଳ ରହିପାରନ୍ତି। ବନ୍ଧୁ କିମ୍ବା କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ । ଦୀର୍ଘ ଦିନ ଧରି ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକୁ ଶେଷ କରିବାରେ ସକ୍ଷମ ହେବେ । ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। କାହାକୁ ମନର କଥା କହିବାକୁ ଚାହୁଁଥିଲେ ସମୟ ଶୁଭ । ବିଭିନ୍ନ କ୍ଷେତ୍ରରେ ସପ୍ତାହଟି ଆପଣଙ୍କ ପାଇଁ ସୁଖଦ ଫଳାଫଳ ପ୍ରଦାନ କରିବ । ପୂର୍ବରୁ ପ୍ରେମ ସମ୍ପର୍କରେ ଥିଲେ ଉଭୟଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ। ପରିବାର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ।

4/6

କୁମ୍ଭ ରାଶି

ଆପଣଙ୍କ ପାଇଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମୟ ବହୁତ ଭଲ । କୌଣସି ରୋଗରେ ପୀଡିତ ଥିଲେ ଏହି ସପ୍ତାହରେ ଟିକିଏ ଆରାମ ଅନୁଭବ କରିବେ। ପିଲାମାନଙ୍କଠାରୁ କିଛି ଭଲ ଖବର ଶୁଣିବାକୁ ମିଳିପାରେ। ଜଣେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ କାରଣରୁ ଲାଭ ପାଇବାରେ ସକ୍ଷମ ହେବେ । ପ୍ରେମ ଜୀବନରେ ସପ୍ତାହଟି ଅତ୍ୟନ୍ତ ଲାଭଦାୟକ । ପାରିବାରିକ ଜୀବନରେ ଶାନ୍ତି ପାଇବେ । କିଛି ବାଦ ବିବାଦ ରହିଥିଲେ ତାହାର ସମାଧାନ ହୋଇଯିବ ।

5/6

ମୀନ ରାଶି

ନୂଆ ସପ୍ତାହରେ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି । ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଶୁଭେଚ୍ଛୁମାନଙ୍କ ପୂର୍ଣ୍ଣ ସମର୍ଥନ ଆପଣଙ୍କ ପ୍ରତି ରହିବ । ବ୍ୟବସାୟରେ ଲାଭ ପାଇବା ଆରମ୍ଭ କରିବେ। ବ୍ୟକ୍ତିଗତ ଜୀବନରେ ବହୁତ ଖୁସି ପାଇବେ । କାହା ସହିତ ଯୁକ୍ତିତର୍କ ତଥା ବାଦ ବିବାଦ ଥିଲେ ସେସବୁର ସମାଧାନ ହୋଇଯିବ। ବ୍ୟକ୍ତିଗତ ଜୀବନରେ ସମସ୍ୟା ଥିଲେ ସେସବୁ ଦୂରେଇଯିବ । ପ୍ରେମ ଜୀବନ ପୂର୍ବ ଅପେକ୍ଷା ବହୁତ ଭଲ ହେବ। ବୈବାହିକ ଜୀବନରେ ସମସ୍ୟାର ସମାଧାନ ହୋଇଯିବ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।