Weekly Horoscope Tarot Reading, 24 to 30 March 2025: ମାର୍ଚ୍ଚ ମାସର ଶେଷ ସପ୍ତାହରେ କଳାନିଧି ଯୋଗ ପ୍ରଭାବଶାଳୀ ହେବାକୁ ଯାଉଛି । ଫଳରେ ଅନେକ ରାଶିର ବ୍ୟକ୍ତିବିଶେଷ ଲାଭବାନ ହେବାକୁ ଯାଉଛନ୍ତି।
ମେଷ ରାଶି
ଆପଣଙ୍କର ପୂର୍ବ କାର୍ଯ୍ୟ ଏବଂ ନିଷ୍ପତ୍ତିର ପୁନଃମୂଲ୍ୟାୟନ କରିବାକୁ ପଡିପାରେ । କ୍ୟାରିୟରରେ ମଧ୍ୟ ପରିବର୍ତ୍ତନର ସମ୍ଭାବନା ରହିଛି । ଶାନ୍ତ ଏବଂ ଧର୍ଯ୍ୟର ସହିତ କାମ କରିବାକୁ ହେବ । ନୂତନ ସୁଯୋଗ ଖୋଜୁଥିଲେ ସକାରାତ୍ମକ ସଙ୍କେତ ମିଳିପାରେ। ସଭିଙ୍କ ସହ ସମ୍ପର୍କରେ ସ୍ୱଚ୍ଛତା ବଜାୟ ରଖନ୍ତୁ । ଆର୍ଥିକ ମାମଲାରେ ସତର୍କ ରୁହନ୍ତୁ । ଅନାବଶ୍ୟକ ଖର୍ଚ୍ଚରୁ ନିଜକୁ ଦୂରେଇ ରଖନ୍ତୁ।
ବୃଷ ରାଶି
ଟାରୋ କାର୍ଡ ଗଣନା ଅନୁଯାୟୀ, ଆପଣଙ୍କ ପାଇଁ ମାର୍ଚ୍ଚ ଶେଷ ସପ୍ତାହ ସକାରାତ୍ମକ ପରିବର୍ତ୍ତନ ଆଣିଦେବ । ବିଭିନ୍ନ ସୁତ୍ରରୁ ଆପଣ ମାନସିକ ଶାନ୍ତି ପାଇବେ । ଆପଣଙ୍କ ଯୋଜନାଗୁଡ଼ିକ ଧୀରେ ଧୀରେ ସଫଳ ହୋଇପାରେ । ନିଜ ମଧ୍ୟରେ ଧର୍ଯ୍ୟ ବଜାୟ ରଖିବାକୁ ହେବ । ପ୍ରେମ ସମ୍ପର୍କରେ ସନ୍ତୁଳନ ଏବଂ ମଧୁରତା ରହିବ । ଟଙ୍କା ନିବେଶ କରିବାକୁ ଭାବୁଥିଲେ ସମୟ ଶୁଭ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବେ ସଚେତନ ରୁହନ୍ତୁ । ନିଜ ଖାଦ୍ୟ ପେୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ମିଥୁନ ରାଶି
ଆପଣଙ୍କ ପାଇଁ ସପ୍ତାହଟି ମଧ୍ୟମ ଧରଣର ଫଳାଫଳ ପ୍ରଦାନ କରିବ । ଆଖପାଖର ଲୋକଙ୍କ ପ୍ରତି ଟିକେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ଆପଣଙ୍କ ସହ କେହି ବିଶ୍ୱାସଘାତକତା କରିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କୁ ନୂଆ ସୁଯୋଗ ମିଳିପାରେ । ତରବର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ପ୍ରେମ ଜୀବନରେ କିଛି ନୂଆ ଚ୍ୟାଲେଞ୍ଜ ଆସିପାରେ । ନିଜ ମଧ୍ୟରେ ଧର୍ଯ୍ୟ ବଜାୟ ରଖନ୍ତୁ।
କର୍କଟ ରାଶି
ଟାରୋ କାର୍ଡର ଗଣନା ଅନୁସାରେ, ନୂଆ ସପ୍ତାହରେ କିଛି ନୂଆ ହୋଇପାରେ । କିଛି ପୁରୁଣା ସ୍ମୃତି ଆପଣଙ୍କୁ ବିଚଳିତ କରିପାରେ । କ୍ୟାରିୟର କ୍ଷେତ୍ରରେ ଆପଣଙ୍କ କଠିନ ପରିଶ୍ରମ ଭଲ ଫଳାଫଳ ମିଳିବ । ଆର୍ଥିକ ମାମଲାରେ ଚତୁରତାର ସହ ନିଷ୍ପତ୍ତି ନିଅନ୍ତୁ । ନୂଆ ନିବେଶ କରିବା ପୂର୍ବରୁ ବିଶେଷଜ୍ଞଙ୍କ ନିକଟରୁ ଉପଯୁକ୍ତ ପରାମର୍ଶ ନିଅନ୍ତୁ। ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ । ସ୍ୱାସ୍ଥ୍ୟ ଠିକ୍ ରହିବ । ମାନସିକ ଚାପରୁ ଦୂରେଇ ରହିବା ପାଇଁ ଧ୍ୟାନ ଏବଂ ଯୋଗ କରନ୍ତୁ।
ସିଂହ ରାଶି
ଏହି ସପ୍ତାହରେ ଆପଣଙ୍କର ଆତ୍ମବିଶ୍ୱାସ ଏବଂ ସାହସ ବଢିବାକୁ ଲାଗିବ । ଆପଣଙ୍କ ନିଷ୍ପତ୍ତି ସଠିକ୍ ପ୍ରମାଣିତ ହୋଇପାରେ । କର୍ମକ୍ଷେତ୍ରରେ ଏକ ବଡ଼ ସୁଯୋଗ ମିଳିବାର ସମ୍ଭାବନା ରହିଛି । ବ୍ୟବସାୟ କରୁଥିଲେ ନୂତନ ଚୁକ୍ତି ଚୂଡ଼ାନ୍ତ ହୋଇପାରେ। ପ୍ରେମ ସମ୍ପର୍କରେ ରୋମାଞ୍ଚକର ପରିବର୍ତ୍ତନ ହୋଇପାରେ। ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବାକୁ ଲାଗିବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।
କନ୍ୟା ରାଶି
ଆପଣଙ୍କ ପାଇଁ ଏହି ସପ୍ତାହରେ ସନ୍ତୁଳନ ବଜାୟ ରଖିବା ଆବଶ୍ୟକ। କ୍ୟାରିୟରରେ କଠିନ ପରିଶ୍ରମର ସକରାତ୍ମକ ଫଳାଫଳ ପାଇବେ । ସମ୍ପର୍କରେ ସଚ୍ଚୋଟତା ବଜାୟ ରଖନ୍ତୁ । ଆପଣଙ୍କ ସାଥୀଙ୍କ ସହ ମନଖୋଲା କଥା ହୁଅନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି । ବିଶେଷକରି ପେଟ ସମ୍ବନ୍ଧୀୟ ସମସ୍ୟା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ତୁଳା ରାଶି
ଆପଣଙ୍କ ଆତ୍ମବିଶ୍ୱାସ ବଢାଇବାକୁ ପଡିବ। ଜୀବନରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଆସିପାରେ । ସକାରାତ୍ମକ ମନୋଭାବ ସହିତ କାର୍ଯ୍ୟ କରନ୍ତୁ । କର୍ମକ୍ଷେତ୍ରରେ ଆପଣଙ୍କୁ ନୂତନ ଦାୟିତ୍ୱ ମିଳିପାରେ । ପ୍ରେମ ସମ୍ପର୍କରେ ମଧୁରତା ବଢିବ । ଆର୍ଥିକ ମାମଲାରେ କିଛି ପ୍ରତିବନ୍ଧକ ଆସିଲେ ମଧ୍ୟ ତାହା ଦୂର ହୋଇଯିବ ।
ବିଛା ରାଶି
ନୂଆ ସପ୍ତାହରେ ଆପଣ ଧର୍ଯ୍ୟ ଏବଂ ବୁଦ୍ଧି ସହିତ କାମ କରିବା ଉଚିତ । ଆପଣ ଯାହା ଚାହୁଁଥିବେ ତାହା ଘଟି ନପାରେ କିନ୍ତୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ସମନ୍ୱୟ ବଜାୟ ରଖନ୍ତୁ । ପ୍ରେମ ସମ୍ପର୍କରେ ସାମାନ୍ୟ ସମସ୍ୟା ଉପୁଜିପାରେ ତେଣୁ ସାଥୀଙ୍କ ସହ ଖୋଲାଖୋଲି କଥା ହୁଅନ୍ତୁ।
ଧନୁ ରାଶି
ଆପଣଙ୍କ ପାଇଁ ସପ୍ତାହଟି ଭାଗ୍ୟବାନ ପ୍ରମାଣିତ ହୋଇପାରେ। କ୍ୟାରିୟରରେ ବଡ଼ ସଫଳତା ହାସଲ କରିପାରନ୍ତି । କଠିନ ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇବେ । କୌଣସି ନୂତନ ପ୍ରକଳ୍ପରେ କାମ କରୁଥିଲେ ତାହାକୁ ଆଗକୁ ନେବା ପାଇଁ ଏହା ସଠିକ୍ ସମୟ। ପାରିବାରିକ ଜୀବନ ସୁଖଦ ରହିବ । କାହା ସହ ଭୁଲ ବୁଝାମଣା କରନ୍ତୁ ନାହିଁ । ଅର୍ଥ ଉପାର୍ଜନ ପାଇଁ କିଛି ନୂଆ ଉପାୟ ମିଳିପାରେ ।
ମକର ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହଟି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । କିଛି ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ଆପଣଙ୍କୁ ନୂତନ ଦାୟିତ୍ୱ ମିଳିପାରେ । ପ୍ରେମ ସମ୍ପର୍କରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିପାରେ। ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି ।
କୁମ୍ଭ ରାଶି
ନୂଆ ସପ୍ତାହରେ ନିଜ ମଧ୍ୟରେ ସୃଜନଶୀଳତା କ୍ଷମତା ବୃଦ୍ଧି ପାଇବ । କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି । କଠିନ ପରିଶ୍ରମର ଉପଯୁକ୍ତ ଫଳାଫଳ ପାଇବେ । ଆର୍ଥିକ ସ୍ଥିତି ଭଲ ରହିବ । ଅନାବଶ୍ୟକ ଖର୍ଚ୍ଚଠାରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ ।
ମୀନ ରାଶି
କ୍ୟାରିୟରରେ ଆପଣଙ୍କୁ କିଛି ନୂତନ ସୁଯୋଗ ମିଳିପାରେ। କୌଣସି ନିଷ୍ପତ୍ତି ନେଉଥିଲେ ସତର୍କ ରୁହନ୍ତୁ। ଦ୍ୱନ୍ଦ୍ୱ କାରଣରୁ ପ୍ରେମ ସମ୍ପର୍କରେ ଫାଟ ହୋଇପାରେ । ତେଣୁ ଆପଣଙ୍କ ସାଥୀଙ୍କ ସହ ମନ ଖୋଲା କଥା ହୁଅନ୍ତୁ। ନିଜ ଦୈନନ୍ଦିନ କାର୍ଯ୍ୟରେ ଯୋଗ ଏବଂ ଧ୍ୟାନକୁ ସାମିଲ କରନ୍ତୁ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़