)
Top 5 Lucky Zodiac Sign, 11 January 2026: ଜାନୁଆରୀ ୧୧ ରବିବାର ପୌଷ ମାସ କୃଷ୍ଣ ପକ୍ଷର ଅଷ୍ଟମୀ। ଚନ୍ଦ୍ର ତୁଳା ରାଶିରେ ସଞ୍ଚାର କରିବେ । ବୃହସ୍ପତି ଏବଂ ଚନ୍ଦ୍ରଙ୍କ ମଧ୍ୟରେ ନବମ ପଞ୍ଚମ ଯୋଗ ଗଠନ ହେବ । ଚନ୍ଦ୍ର ସୂର୍ଯ୍ୟଙ୍କଠାରୁ ଏକାଦଶ ଘରେ ଚଳନ କରିବା କାରଣରୁ ବଡ଼ ଯୋଗ ସୃଷ୍ଟି ହେବ। ଚିତ୍ରା ପରେ, ସ୍ୱାତୀ ନକ୍ଷତ୍ରର ଶୁଭ ସଂଯୋଗରୁ ସୁକର୍ମ ଯୋଗ ଗଠନ ହେଉଛି। ସୂର୍ଯ୍ୟଙ୍କ ଆଶୀର୍ବାଦ ଏବଂ ବଡ଼ ଯୋଗର ସଂଯୋଗ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷ ଅତ୍ୟନ୍ତ ଶୁଭଫଳ ପାଇବେ । ଦିନଟିରେ ଗଠିତ ହୋଇଥିବା ଶୁଭ ଯୋଗ ପ୍ରଭାବରେ ମେଷ, କର୍କଟ, କନ୍ୟା, ତୁଳା ଏବଂ ମକର ରାଶିର ବ୍ୟକ୍ତି ବିଶେଷ କେଉଁ କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପାଇବାକୁ ଯାଉଛନ୍ତି ଆସନ୍ତୁ ଜାଣିବା ।
ମେଷ ରାଶି
ଜାନୁଆରୀ ୧୧ ଆପଣଙ୍କ ପାଇଁ ଉନ୍ନତି ଆଣିବ । ପାରିବାରିକ ଜୀବନ ସୁଖଦ ରହିବ। ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଅନେକ ବକେୟା କାର୍ଯ୍ୟ ତ୍ୱରାନ୍ୱିତ କରିବାରେ ସଫଳ ହେବେ । ଆପଣଙ୍କ ଲାଭ ବୃଦ୍ଧି ପାଇବ। ଉଭୟ ଚାକିରି ଏବଂ ବ୍ୟବସାୟରେ ଉନ୍ନତିର ସୁଯୋଗ ପାଇବେ । ଆପଣଙ୍କ ଆୟ ବଢିବ । ମାନ ସମ୍ମାନ ପାଇବେ।
କର୍କଟ ରାଶି
ଆପଣଙ୍କ ପାଇଁ ଦିନଟି ଶୁଭ ହେବ। ନୂଆ ଘର କିମ୍ବା କାର କିଣିବାକୁ ଚାହୁଁଥିଲେ ସମୟ ଅନୁକୂଳ । କ୍ୟାରିୟରରେ ସଫଳତା ମିଳିବାର ସମ୍ଭାବନା ରହିଛି । ବ୍ୟବସାୟରେ ପ୍ରଗତି କରିବେ । ମାଙ୍କ ସମର୍ଥନ ପାଇବେ । ଦିନଟିରେ କିଛି ଶୁଭ ଖବର ମିଳିପାରେ। କାମ ଆଗକୁ ବଢ଼ିବ । ସମସ୍ତ କାର୍ଯ୍ୟ ସୁଗମ ତୁଳାଇବାରେ ସକ୍ଷମ ହେବେ। ପ୍ରେମ ସମ୍ପର୍କରେ କୌଣସି ମତଭେଦ ଥିଲେ ତାହା ଆଲୋଚନା ମାଧ୍ୟମରେ ଦୂର ହୋଇପାରେ ।
କନ୍ୟା ରାଶି
ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। କିଛି ଭଲ ଖବର ସହିତ ଦିନର ଆରମ୍ଭ ହୋଇପାରେ। ପାରିବାରିକ ସମର୍ଥନ ପାଇବେ । ଦୂରଯାତ୍ରା ନେଇ ଯୋଜନା ପ୍ରସ୍ତୁତ କରିପାରନ୍ତି। ଆପଣଙ୍କ କଠିନ ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇବେ । ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ଆପଣଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି ପାଇବ। ଆପଣଙ୍କ ପାଇଁ ଅନେକ ଲାଭଦାୟକ ସୁଯୋଗ ଆସିବ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପ୍ରେମ ସମ୍ପର୍କରେ ବିବାହ ପାଇଁ ଆଲୋଚନା ହୋଇପାରେ ।
ତୁଳା ରାଶି
ଆପଣଙ୍କ ପାଇଁ ଏକ ଭାଗ୍ୟବାନ ଦିନ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ବ୍ୟବସାୟରେ ଆପଣ ଲାଭ ପାଇବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବିଶେଷ ବନ୍ଧୁଙ୍କ ସମର୍ଥନ ଆପଣ ପାଇବେ । ଅନେକ ସ୍ଥଗିତ କାର୍ଯ୍ୟ ଶେଷ କରିବାରେ ସଫଳ ହେବେ। ପ୍ରେମ ସମ୍ପର୍କ ମଜବୁତ ହେବ । ଜୀବନସାଥୀଙ୍କ ପୂର୍ଣ୍ଣ ସମର୍ଥନ ଆପଣଙ୍କୁ ଖୁସି ଦେବ । କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଯୋଜନା କରିପାରନ୍ତି ।
ମକର ରାଶି
ରବିବାର କ୍ୟାରିଅର ପାଇଁ ଅତ୍ୟନ୍ତ ଶୁଭ ହେବ। ଚାକିରି ଏବଂ ବ୍ୟବସାୟ ଉଭୟରେ ଲାଭରେ ରହିବେ । କାମ ଭଲ ଭାବରେ ଆଗକୁ ବଢ଼ିବ। ଭଲ ରୋଜଗାର କରିବାରେ ସକ୍ଷମ ହେବେ। ପିତାଙ୍କ ସମର୍ଥନ ପାଇବେ । ଅନେକ ଲାଭଦାୟକ ସୁଯୋଗ ମିଳିବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପାଇବେ । ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ। ନୂତନ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ । ବର୍ତ୍ତମାନର ନିବେଶ ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ଫଳାଫଳ ଆଣିବ । ପ୍ରେମ ଜୀବନ ସୁଖମୟ ହେବ ।
Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।