ଦିନଟିରେ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରେ କେଉଁ ରାଶିର ବ୍ୟକ୍ତିବିଶେଷ ଶୁଭଫଳ ପାଇବେ ଆସନ୍ତୁ ଜାଣିବା
Trending Photos
)
Top 5 Lucky Zodiac Sign, 11th January 2026: ଜାନୁଆରୀ ୧୩ ମଙ୍ଗଳବାର ମାଘ ମାସ କୃଷ୍ଣ ପକ୍ଷର ଦଶମ ଦିନ। ଚନ୍ଦ୍ର ଏବଂ ବୃହସ୍ପତିଙ୍କ ମଧ୍ୟରେ ନବମ ପଞ୍ଚମ ଯୋଗ ଗଠନ ହେଉଛି। ମକର ରାଶିରେ ଶୁକ୍ର ଏବଂ ଶନିଙ୍କ ଚଳନ କାରଣରୁ ଭେସି ଯୋଗର ଶୁଭ ସଂଯୋଗ ସୃଷ୍ଟି କରୁଛି। ମଙ୍ଗଳବାର କିଛି ରାଶି ପାଇଁ ଅତ୍ୟନ୍ତ ଶୁଭଫଳ ମିଳିବ । ସଙ୍କଟ ମୋଚନ ପ୍ରଭୁ ଭଗବାନ ହନୁମାନଙ୍କ ବିଶେଷ ଆଶୀର୍ବାଦରୁ କେଉଁ ରାଶିର ବ୍ୟକ୍ତି ଅତ୍ୟନ୍ତ ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।
ମେଷ ରାଶି
କ୍ୟାରିୟରରେ ଉନ୍ନତି ଆସିବ। ଉଭୟ ଚାକିରି ଏବଂ ବ୍ୟବସାୟରେ ଶୁଭଫଳ ପାଇବେ । ଅପ୍ରତ୍ୟାଶିତ ଲାଭ ମିଳିପାରେ। କାର୍ଯ୍ୟସ୍ଥଳରେ ବିପରୀତ ଲିଙ୍ଗର ସହକର୍ମୀଙ୍କ ସମର୍ଥନ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଯାନବାହନ କିଣିବାକୁ ଚାହୁଁଥିଲେ ସମୟ ଶୁଭ । ନୂଆ ଘର ପାଇବାର ସ୍ୱପ୍ନ ସତ ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବ । ପିତାଙ୍କ ସମର୍ଥନ ଆପଣଙ୍କ ପାଇଁ ଲାଭଦାୟକ ସୁଯୋଗ ଆଣିଦେବ। ସରକାରୀ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଛି। ନୂଆ ଚାକିରି ଖୋଜୁଥିଲେ ଖୁସି ଖବର ମିଳିପାରେ ।
ମିଥୁନ ରାଶି
ଆପଣଙ୍କ ପାଇଁ ମଙ୍ଗଳବାର ଶୁଭପ୍ରଦ । ଦିନଟି ଲାଭଦାୟକ ହେବାକୁ ଯାଉଛି। ଭଗବାନ ହନୁମାନଙ୍କ ଆଶୀର୍ବାଦରୁ ଭାଗ୍ୟ ଅନୁକୂଳ ଫଳାଫଳ ଆଣିଦେବ । ଦୀର୍ଘ ଦିନ ଧରି କୌଣସି କାମ ପଡି ରହିଥିଲେ ତାହା ସହଜରେ ଶେଷ ହେବ । କିଛି ଭଲ ଖବର ଶୁଣିବାକୁ ମିଳିପାରେ। ହଠାତ୍ ଆର୍ଥିକ ଲାଭର ସମ୍ଭାବନା ରହିଛି। ବନ୍ଧୁମାନଙ୍କ ସମର୍ଥନ ଆପଣଙ୍କ ପାଇଁ ସଫଳତାର ଦ୍ୱାର ଖୋଲିବ। ବିଦେଶ ଯାତ୍ରାରୁ ଲାଭ ମିଳିପାରେ। ବୈବାହିକ ଜୀବନରେ କୌଣସି ମତଭେଦ ଥିଲେ ତାହା ସମାଧାନ ହୋଇଯିବ ।
ତୁଳା ରାଶି
ଆପଣଙ୍କ ପାଇଁ ମଙ୍ଗଳବାର ଶୁଭ ହେବାକୁ ଯାଉଛି। ଯାନବାହାନ କିଣିବାର ସ୍ୱପ୍ନ ସତ ହୋଇପାରେ। ଆପଣଙ୍କର ଆର୍ଥିକ ଯୋଜନା ସଫଳ ହେବାର ସମ୍ଭାବନା ଅଧିକ । ଟଙ୍କା ରୋଜଗାର ପାଇଁ ଅନେକ ସୁଯୋଗ ପାଇବେ। କୌଣସି ପ୍ରକାରର ପୋଷାକ ଏବଂ ଉପହାର ମିଳିବାର ସମ୍ଭାବନା ରହିଛି। ବନ୍ଧୁମାନଙ୍କ ସହିତ କୌଣସି ସ୍ଥାନକୁ ଯିବା ପାଇଁ ଯୋଜନା କରିପାରନ୍ତି। ବ୍ୟବସାୟିକ ଯାତ୍ରା ସଫଳ ତଥା ଲାଭଦାୟକ ହେବ। କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ଫେରି ପାଇବାର ସମ୍ଭାବନା ରହିଛି । ପ୍ରେମ ଜୀବନରେ ସାଥୀଙ୍କ ସମର୍ଥନ ପାଇବେ ।
ବିଛା ରାଶି
ଦିନଟି ଅନେକ କ୍ଷେତ୍ରରେ ଆପଣଙ୍କ ପାଇଁ ସଫଳତା ଆଣିଦେବ। ରୋଜଗାରର ଅନେକ ନୂଆ ସୁଯୋଗ ଆସିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବରିଷ୍ଠ ଅଧିକାରୀଙ୍କ ସହିତ ଥିବା ସମ୍ପର୍କ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । କୋର୍ଟ କଚେରୀ ମାମଲା ଚାଲିଥିଲେ ସଫଳତା ମିଳିପାରେ। ଜମି ଏବଂ ସମ୍ପତ୍ତି ସମ୍ଭନ୍ଧୀୟ ମାମଲାରେ ଜଡିତ ଥିଲେ ଆର୍ଥିକ ଲାଭର ସମ୍ଭାବନା ରହିଛି । ନିବେଶ କରିବାକୁ ଚାହୁଁଥିଲେ ତାହା ଫଳପ୍ରଦ ହେବ। ଆପଣଙ୍କ ପରିବାରରୁ ଲାଭ ପାଇପାରିବେ। ପିଲାମାନଙ୍କ ନିକଟରୁ ଖୁସି ଖବର ପାଇବେ ।
ମକର ରାଶି
ଆପଣଙ୍କ ପାଇଁ ଦିନଟି ସୁଖ ଏବଂ ସମୃଦ୍ଧି ଆଣିବ। ପ୍ରେମ ଜୀବନ ରୋମାଞ୍ଚକର ହେବ । ଜୀବନସାଥୀଙ୍କ ସହିତ ସମ୍ପର୍କ ଉନ୍ନତ ହେବ। ବ୍ୟବସାୟ ଏବଂ ବାଣିଜ୍ୟରେ ଲାଭ ମିଳିବାର ଆଶା ରହୁଛି । ସହଭାଗୀତାରୁ ଲାଭ ପାଇବେ। ନୂତନ ଉଦ୍ୟମ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଶୁଭ ହେବ । ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁରମୟ ରହିବ। ନିକଟ ସମ୍ପର୍କୀୟମାନଙ୍କୁ ଭେଟିବାର ସୁଯୋଗ ପାଇବେ। ଘରେ ଧାର୍ମିକ କାର୍ଯ୍ୟକ୍ରମ ହୋଇପାରେ ।
Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
Also Read- New Traffic Rule: ଚାଲାଣ ପାଇବା ପରେ ବେପରୁଆ ଗାଡି ଚାଳନା କରୁଛନ୍ତି କି? ବାତିଲ୍ ହେବ RC !
Also Read- Gold Silver Rate: ଦିନକରେ ୧୫ ହଜାର ଟଙ୍କା ବଢିଲା ଏହି ଧାତୁ, ୧୦ ଗ୍ରାମ ସୁନାକୁ...