)
Top 5 Lucky Zodiac Sign 19th January 2026: ଜାନୁଆରୀ ୧୯ ସୋମବାର ମାଘ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥି। ଦିନଟି ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କୁ ଉତ୍ସର୍ଗୀକୃତ । ମାଘ ମାସର ଗୁପ୍ତ ନବରାତ୍ରି ସୋମବାରରୁ ଆରମ୍ଭ ହେଉଛି। ଚନ୍ଦ୍ର ମକର ରାଶିରେ ଚଳନ କରିବେ । ଚନ୍ଦ୍ର ଏବଂ ମଙ୍ଗଳ ମଧ୍ୟରେ ଏକ ଶୁଭ ସଂଯୋଗ ସୃଷ୍ଟି ହେବା ଫଳରେ ଧନ ଲକ୍ଷ୍ମୀ ଯୋଗ ଗଠନ ହେବ। ସୂର୍ଯ୍ୟ ଏବଂ ବୁଧଙ୍କ ସଂଯୋଗରୁ ବୁଧାଦିତ୍ୟ ଯୋଗ ଗଠନ ହେବ । ଉତ୍ତରାଷାଢା ଏବଂ ଶ୍ରବଣା ନକ୍ଷତ୍ରର ସଂଯୋଗ ସହିତ ବଜ୍ର ସିଦ୍ଧି ଯୋଗ ଏବଂ ସର୍ବାର୍ଥ ସିଦ୍ଧି ଯୋଗ ଗଠନ ହେଉଛି । ଦିନଟିରେ ମେଷ, ବୃଷ, କର୍କଟ, ତୁଳା ଏବଂ ମକର ରାଶିର ବ୍ୟକ୍ତିବିଶେଷ ଅଧିକ ଶୁଭଫଳ ପାଇବେ ।
ମେଷ ରାଶି
କ୍ୟାରିୟର କ୍ଷେତ୍ରରେ ଦିନଟି ଶୁଭଫଳ ଆଣିଦେବ । ଆପଣଙ୍କ କଠିନ ପରିଶ୍ରମ ଫଳପ୍ରଦ ହେବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଅଟକି ରହିଥିବା କାମ ଦ୍ରୁତ ଗତିରେ ଆଗକୁ ବଢ଼ିବ। ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। ପିତାଙ୍କଠାରୁ ଲାଭ ପାଇବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ସହିତ ଜଡିତ ଥିଲେ ଅଧିକ ଲାଭ ପାଇବାର ସମ୍ଭାବନା ଅଛି।
ବୃଷ ରାଶି
ସୋମବାର ଆପଣଙ୍କ ପାଇଁ ଅନେକ ଦିଗରୁ ଲାଭଦାୟକ ଫଳାଫଳ ଆଣିବ । ଶିକ୍ଷାଗତ ପ୍ରୟାସରେ ଇଚ୍ଛା ମୁତାବକ ସଫଳତା ଆସିପାରେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଛାତ୍ରଛାତ୍ରୀମାନଙ୍କୁ ଶୁଭଫଳ ମିଳିବ । ଅପ୍ରତ୍ୟାଶିତ ଉତ୍ସରୁ ଆର୍ଥିକ ଲାଭ ପାଇବାର ସମ୍ଭାବନା ରହିଛି । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ। ଦୂର ଯାତ୍ରାର ସମ୍ଭାବନା ରହିଛି । ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିବା ଆରମ୍ଭ ହେବ। ବୈବାହିକ ଜୀବନରେ ସୁଖଦ ଫଳାଫଳ ପାଇବେ ।
କର୍କଟ ରାଶି
ଆପଣଙ୍କ ପାଇଁ ଦିନଟି ଅନୁକୂଳ ଫଳାଫଳ ଆଣିବ। ଚାକିରି ପରିବର୍ତ୍ତନ ପାଇଁ ପ୍ରୟାସ କରୁଥିଲେ ତାହା ସଫଳ ହୋଇପାରେ। ଆପଣ ଇଚ୍ଛା କରୁଥିବା ସ୍ଥାନରେ ଚାକିରି ପାଇବାର ସମ୍ଭାବନା ରହିଛି। ଆର୍ଥିକ କ୍ଷେତ୍ରରେ ଦିନଟିରେ ଉନ୍ନତି କରିବେ । ଦିନର ଦ୍ୱିତୀୟାର୍ଦ୍ଧ ଆପଣଙ୍କ ପାଇଁ ବିଶେଷ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ ହଠାତ୍ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିପାରେ। ପ୍ରେମ ସମ୍ପର୍କ ପାଇଁ ଦିନଟି ଅନୁକୂଳ ରହିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ। ବ୍ୟବସାୟୀ କରୁଥିଲେ ଦିନଟିରେ ଭଲ ଲାଭ ଅର୍ଜନ କରିବେ । ନୂତନ କାରବାର ଲାଭଦାୟକ ହୋଇପାରେ।
ତୁଳା ରାଶି
ଆପଣଙ୍କ ପାଇଁ ଦିନଟି ଆରାମ ଏବଂ ବିଳାସପୂର୍ଣ୍ଣ ରହିବ। ଜୀବନରେ ସୁଖଦ ଫଳାଫଳ ରହିଛି । ପରିବାରରେ ଖୁସିର ବାତାବରଣ ରହିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଟଙ୍କା ରୋଜଗାର କରିବାର ଅନେକ ସୁଯୋଗ ପାଇବେ। ବ୍ୟବସାୟରେ ଜଡିତ ଥିଲେ ଦିନଟି ଅଧିକ ଲାଭଦାୟକ ହେବ। ପୁରୁଣା ସମ୍ପର୍କ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ସହଭାଗୀତାରେ କାମ କରୁଥିଲେ ସହଯୋଗୀଙ୍କ ସହ ଭଲ ସମନ୍ୱୟ ରହିବ।
ମକର ରାଶି
ଆପଣଙ୍କ ପାଇଁ ଏକ ସଫଳ ଦିନ ସାବ୍ୟସ୍ତ ହୋଇପାରେ । କ୍ୟାରିଅର ଏବଂ ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ। ନିଜ ଭବିଷ୍ୟତ ଯୋଜନାଗୁଡ଼ିକୁ ଆଗକୁ ନେବାକୁ ଚାହୁଁଥିଲେ ଦିନଟି ଶୁଭ ହେବ। ସରକାରୀ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ରହିଛି। ଆପଣଙ୍କର ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ଉଚ୍ଚପଦସ୍ଥ ଅଧିକାରୀଙ୍କ ଆପଣଙ୍କୁ ବିଶ୍ୱାସ କରିବେ । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।
Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।