• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଙ୍କ ହଷ୍ଟେଲ ରୁମ୍ ସିଲ୍, LITC ଉପନିର୍ଦ୍ଦେଶକ ଓ ପୋଲିସ କଥାରେ ନାହିଁ ତାଳମେଳ

ପାଞ୍ଚ ଘଣ୍ଟାର ତଦନ୍ତରେ ଉପନିର୍ଦ୍ଦେଶକଙ୍କ ଠାରୁ ତଦନ୍ତକାରୀ ଟିମ୍ ବିଭିନ୍ନ କାଗଜପତ୍ର ନେଇଛି। ବ୍ୟାଚଲର ପାର୍ଟୀ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରିଛି। ପାର୍ଟୀ ହୋଇଥିଲା ଏବଂ ପାର୍ଟୀ ଖର୍ଚ୍ଚ ବିଦ୍ୟାଭାରତୀ ବହନ କରିଛନ୍ତି ବୋଲି ତଦନ୍ତକାରୀ ଅଫିସର କହିଛନ୍ତି। 

ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଙ୍କ ହଷ୍ଟେଲ ରୁମ୍ ସିଲ୍, LITC ଉପନିର୍ଦ୍ଦେଶକ ଓ ପୋଲିସ କଥାରେ ନାହିଁ ତାଳମେଳ
ଡିଜାଇନ ଫଟୋ

ବଲାଙ୍ଗୀର: ପାଞ୍ଚ ଘଣ୍ଟାର ଜେରା ପରେ ଫେରିଲା ତଦନ୍ତକାରୀ ଟିମ। ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍କୁ ସିଲ କଲା ପୋଲିସ। LITC ଉପନିର୍ଦ୍ଦେଶକଙ୍କ ଠାରୁ ତଦନ୍ତକାରୀ ପୋଲିସ ବହୁ କାଗଜପତ୍ର ନେଇଛି। ବିଦ୍ୟାଙ୍କ ସହପାଠୀଙ୍କ ମୋବାଇଲ ନମ୍ବର ଓ ଠିକଣା ବି ନେଇଛି ତଦନ୍ତକାରୀ ଟିମ୍। 

ଆଜି ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତକାରୀ ଟିମ୍ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ଓ କ୍ଲାସରୁମକୁ ଯାଇ ତଦନ୍ତ କରିଛନ୍ତି। ଏହା ସହ ବିଦ୍ୟାଭାରତୀ ବଲାଙ୍ଗୀରକୁ କାହା ସାଙ୍ଗରେ ଆସିଥିଲେ, କେବେ ଆସିଥିଲେ, ହଷ୍ଟେଲରେ କାହାସହ ମିଳାମିଶାକରୁ ଥିଲେ ଏହି ଦିଗରେ ମଧ୍ୟ ତଦନ୍ତ କରିଛି। LITC ଉପନିର୍ଦ୍ଦେଶକ ଡାଃ ହେମନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ୪ କର୍ମଚାରୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି।  

Also Read: ACF ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରୀ; ସାମ୍ନାସାମ୍ନି ହେବେ ବିଦ୍ୟାଭାରତୀ-DFO !

ପାଞ୍ଚ ଘଣ୍ଟାର ତଦନ୍ତରେ ଉପନିର୍ଦ୍ଦେଶକଙ୍କ ଠାରୁ ତଦନ୍ତକାରୀ ଟିମ୍ ବିଭିନ୍ନ କାଗଜପତ୍ର ନେଇଛି। ବ୍ୟାଚଲର ପାର୍ଟି ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରିଛି। ପାର୍ଟି ହୋଇଥିଲା ଏବଂ ପାର୍ଟି ଖର୍ଚ୍ଚ ବିଦ୍ୟାଭାରତୀ ବହନ କରିଛନ୍ତି ବୋଲି ତଦନ୍ତକାରୀ ଅଫିସର କହିଛନ୍ତି। ବିଦ୍ୟାଭାରତୀ ବଲାଙ୍ଗୀରକୁ ଏପ୍ରିଲ ୩ ତାରିଖରେ ଗୋଟିଏ କାରରେ ଆସିଥିଲେ କିନ୍ତୁ କ୍ୟାମ୍ପସ ଭିତରକୁ ଏକା ଯାଇଥିଲେ। ଏପ୍ରିଲ ୭ ତାରିଖରେ କ୍ୟାମ୍ପସରୁ ବାହାରକୁ ଟଙ୍କା କାଢିବା ପାଇଁ ଯାଇଥିଲେ। 

ସେହିପରି ଏପ୍ରିଲ ୧୧ ତାରିଖରେ କ୍ୟାମ୍ପସରେ ବିଦ୍ୟାଭାରତୀ ବ୍ୟାଚଲର ପାର୍ଟି ଦେଇଥିଲେ। ବ୍ୟାଚଲର ପାର୍ଟିରେ ବିଦ୍ୟାଭାରତୀ ୧୨ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଏପ୍ରିଲ ୧୩ ତାରିଖରେ ବିଦ୍ୟାଭାରତୀ ନିଜ ବାପା ମା'ଙ୍କ ସହ LITCରୁ ଫେରିଥିଲେ। ସାଙ୍ଗରେ ଏକ ବଡ ଟ୍ରଲି ବ୍ୟାଗରେ ନିଜସାମଗ୍ରୀ ଧରି ଯାଇଥିଲେ। ଆଉ ସହପାଠୀଙ୍କୁ କହିଥିଲେ ବଲାଙ୍ଗୀରକୁ ଆସିବି ନାହିଁ। କେବଳ ଫାଇନାଲ ପରୀକ୍ଷା ଦେବାକୁ ଆସିବି ବୋଲି କହିଥିଲେ।

Also Read: ଫୁଟିଲା ତିନି, ମିଳିଲା ଦୁଇ! ହାଇଦରର ପୋଷ୍ଟମର୍ଟମ୍ ପୂର୍ବରୁ ପତ୍ନୀ ଦେଲେ ଚାଞ୍ଚଲ୍ୟକର ବୟାନ?

ଏଠାରେ ପ୍ରଶ୍ନ ଉଠୁଛି ବିଦ୍ୟାଭାରତୀ କହିନଥିଲେ ସ୍ବାମୀଙ୍କ ସହ ଆସିଛି ବୋଲି। ପ୍ରକୃତରେ ବିଦ୍ୟାଭାରତୀଙ୍କୁ ହଷ୍ଟେ ରେ ଛାଡିବା ପାଇଁ ACF ସୌମ୍ୟରଞ୍ଜନ ଆସିଥିଲେ ନା ଆଉ କିଏ? ଯଦି ଆସିଥିଲେ କାହିଁକି କ୍ୟାମ୍ପସ ଭିତରକୁ ଗଲେ ନାହିଁ। କାହିଁକି ନିଜ ସ୍ବାମୀ ଆସିଥିବା କଥା କହିନଥିଲେ ବିଦ୍ୟାଭାରତୀ ସେଦିନ। ଉପନିଦ୍ଦେଶକ ପଚାରିବା ପରେ ବି କାହିଁକି ଚୁପ୍ ରହିଥିଲେ ବିଦ୍ୟାଭାରତୀ? ବିଦ୍ୟାଭାରତୀ ଯାହା ସାଙ୍ଗରେ ଆସିଥିଲେ ତାକୁ ନେଇ ପୋଲିସ ଓ ଉପନିର୍ଦ୍ଦେଶକଙ୍କ ମଧ୍ୟରେ ତାଳମେଳ ରହୁନାହିଁ। 

ବିଦ୍ୟାଭାରତୀ ଅଫିସ ଷ୍ଟାଫ ଓ ଅଫିସ ଗାଡିରେ ଆସିଥିବା ନେଇ ଉପନିର୍ଦ୍ଦେଶକଙ୍କୁ କହିଥିଲେ। କିନ୍ତୁ ପୋଲିସ ସୌମ୍ୟରଞ୍ଜନ ଆସିଥିଲେ ବୋଲି କହିଛନ୍ତି ତଦନ୍ତକାରୀ ଅଫିସର। କିଏ ସତ କହୁଛି ଉପନିର୍ଦ୍ଦେଶକ ନା ତଦନ୍ତକାରୀ ଅଫିସର। ତାକୁ ନେଇ ଉଠିଛି ପ୍ରଶ୍ନ।