ସାତ ବର୍ଷୀୟ ଓଡିଆ ପୁଅର କମ୍ପ୍ୟୁଟର ବ୍ରେନ୍
Advertisement

ସାତ ବର୍ଷୀୟ ଓଡିଆ ପୁଅର କମ୍ପ୍ୟୁଟର ବ୍ରେନ୍

ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ୍ (MTA)ର ଗୋଟିଏ କି ୨ଟି ନୁହେଁ ୫ଟି ପରୀକ୍ଷାରେ ସେ କୃତକାର୍ଯ୍ୟ କୋଇଛନ୍ତି। ଆଉ ଏହି ବିରଳ, ବିସ୍ମୟକର ବାଳକଟି ହେଉଛିନ୍ତି ବାଲାଙ୍ଗୀର ଜିଲ୍ଲାର ଭେଙ୍କଟ ରମଣ ପଟ୍ଟନାୟକ।

ସାତ ବର୍ଷୀୟ ଓଡିଆ ପୁଅର କମ୍ପ୍ୟୁଟର ବ୍ରେନ୍

ଭୁବନେଶ୍ୱର: ବୟସ ମାତ୍ର ସାତ ବର୍ଷ। କିନ୍ତୁ ମସ୍ତିଷ୍କ କୌଣସି କମ୍ପ୍ୟୁଟରଠୁ କମ ନୁହେଁ। କୋଚିଂର ୯ ମାସଠୁ ବି କମ ସମୟ ମଧ୍ୟରେ ସେ ଏକ ବିରଳ ଇତିହାସ ରଚନା କରିଛନ୍ତି। ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ୍ (MTA)ର ଗୋଟିଏ କି ୨ଟି ନୁହେଁ ୫ଟି ପରୀକ୍ଷାରେ ସେ କୃତକାର୍ଯ୍ୟ କୋଇଛନ୍ତି। ଆଉ ଏହି ବିରଳ, ବିସ୍ମୟକର ବାଳକଟି ହେଉଛିନ୍ତି ବାଲାଙ୍ଗୀର ଜିଲ୍ଲାର ଭେଙ୍କଟ ରମଣ ପଟ୍ଟନାୟକ।

କୁଲଦୀପ ପଟ୍ଟନାୟକଙ୍କ ପୁଅ ଭେଙ୍କଟ ରମଣ ପଟ୍ଟନାୟକ MTAର Java, Javascript, Python, HTML, CSS ଓ database ପ୍ରୋଗ୍ରାମିଂ ପରୀକ୍ଷାରେ ସଫଲତା ଅର୍ଜନ କରିଛନ୍ତି। ସେ ଗତ ମାର୍ଚ୍ଚ ମାସରେ ଏକ କୋଡିଂ କ୍ଲାସରେ ନାମ ଲେଖାଇ ଥିଲେ। ଆଉ ମାତ୍ର ଅନଲାଇନରେ ୧୬୦ଟି କ୍ଲାସ କରି ଭେଙ୍କଟ ରମଣ ଏହି ୫ଟି ପରୀକ୍ଷାକୁ କ୍ରାକ୍ କରିଛନ୍ତି। 

Also Read: କୋରୋନା ଆତଙ୍କ; ଛଅ ମାସ ପରେ ଓଡିଶାବାସୀଙ୍କ ପାଇଁ ଆସିଲା ଖୁସି ଖବର

ସେ (Venkat Raman Patnaik) ଏବେ ୩ୟ ଶ୍ରେଣୀରେ ପଠ ପଢୁଛନ୍ତି। କିନ୍ତୁ ଟେକ୍ନୋଲୋଜୀ ପ୍ରତି ତାଙ୍କର ପ୍ରବଳ ଆଗ୍ରହ। ଯେଉଁଥିପାଇଁ ତାଙ୍କର ଅଭିଭାବକ ତାଙ୍କୁ କୋଡିଂ କ୍ଲାସରେ ନାମ ଲେଖାଇଥିଲେ। ଆଉ ଭେଙ୍କଟ ରମଣ ସେଥିରେ କୃତକାର୍ଯ୍ୟ କୋଇ ସଫ୍ଟୱେର ଜଗତରେ ଏକ ଇତିହାସ ରଚନା କରିଛନ୍ତି। MTAର ବିଶ୍ୱସ୍ତରୀୟ ମାନ୍ୟତା ରହିଛି। ଯାହା କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟେକ୍ନୋଲୋଜୀରେ କ୍ୟାରିୟର କରିବାରେ ସହାୟକ ହେବ।

ଦିନେ ଭେଙ୍କଟଙ୍କୁ ଚେନ୍ନାଇ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ତାର ଅତିଥି ବକ୍ତା  ଭାବେ ନିମନ୍ତ୍ରଣ କରିଥିଲା। ଅନୁଷ୍ଠାନର ନୂତନ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ‘Catapult 2020’ ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପରେ, ଭେଙ୍କଟ ‘Let’s Reward Kids’ ଆପ ବିକଶିତ କରି ବିକଶିତ କରି ଚର୍ଚ୍ଚାକୁ ଆସିଥିଲେ।