)
ପ୍ରଦୀପ୍ତ କୁମାର ମିଶ୍ର, ବଲାଙ୍ଗୀର: ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଦ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କମ୍ପୁଟର ଲ୍ୟାବରୁ ଚୋରି । କମ୍ପୁଟର ଲ୍ୟାବର ତାଲା ଭାଙ୍ଗି ୧୨ ଟି ମୋନିଟର ଓ ୨ଟି ସର୍ଭର ଚୋରି କରିନେଇଛନ୍ତି ଦୁର୍ବୃର୍ତ୍ତ । ବଙ୍ଗୋମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ମୁତାବକ, ସୋମବାର ସ୍କୁଲର ମୁଖ୍ୟ ଗେଟର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ପ୍ରଧାନ ଶିକ୍ଷକ । ପରେ ସ୍କୁଲ ଭିତରୁ କମ୍ପୁଟର ଲ୍ୟାବ ଓ ସର୍ଭର ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଥିଲା । ଏ ନେଇ ପ୍ରଧାନ ଶିକ୍ଷକ ସ୍କୁଲ ପରିଚାଳନା କମିଟିର ସଦସ୍ୟଙ୍କୁ ଜଣାଇଥିଲେ । ବ୍ଲକ ଶିକ୍ଷାଧିକାରୀଙ୍କୁ ମଧ୍ୟ ଚୋରି ସମ୍ପର୍କରେ ଅବଗତ କରାଯାଇଥିଲା । ପରେ ବଙ୍ଗୋମୁଣ୍ଡା ଥାନାରେ ଏକ ଅଭିଯୋଗ ଦିଆଯାଇଛି । ପୋଲିସ ସ୍କୁଲକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।