Advertisement
Article Detail0/zeeodisha/odisha695244
Zee OdishaBalangirଲୁଗା କାରଖାନାରୁ ଫେରିଥିବା ଦାଦନଙ୍କୁ ସିଲେଇ ମେସିନ ଦେବେ ଏହି ପୂର୍ବତନ ସାଂସଦ

ଲୁଗା କାରଖାନାରୁ ଫେରିଥିବା ଦାଦନଙ୍କୁ ସିଲେଇ ମେସିନ ଦେବେ ଏହି ପୂର୍ବତନ ସାଂସଦ

ସମୁଦାୟ ୫ ଶହ ସିଲେଇ ମେସିନ ଯୋଗାଇ ଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ପ୍ରଦୀପ୍ତ କୁମାର ମିଶ୍ର, ବଲାଙ୍ଗୀର: ପ୍ରବାସୀ ଶ୍ରମିକଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କଲିକେଶଙ୍କ ଅଭିନବ ଉଦ୍ୟମ । ରାଜ୍ୟ ବାହାର ଲୁଗା କାରଖାନାରେ କାମ କରୁଥିବା ବଲାଙ୍ଗୀରର ପ୍ରବାସୀ ଶ୍ରମିକଙ୍କୁ ସିଲେଇ ମେସିନ ଯୋଗାଇ ଦେବେ ଏହି ପୂର୍ବତନ ସାଂସଦ । ଫଳରେ କୋରୋନା ଯୋଗୁ ଗୃହରାଜ୍ୟକୁ ଫେରିଆସିଥିବା ଏହି ଶ୍ରମିକମାନେ ରୋଜଗାରକ୍ଷମ ହୋଇପାରିବେ । ସମୁଦାୟ ୫ ଶହ ସିଲେଇ ମେସିନ ଯୋଗାଇ ଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଜସ୍ୱ ପାଣ୍ଠିରୁ ଏଭଳି କିଛି କରିବାକୁ ଯାଉଛନ୍ତି ବିଜେଡି ନେତା କଲିକେଶ ନାରାୟଣ ସିଂହଦେଓ । 

fallback

ଦାଦନ ଶ୍ରମିକଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି ପଶ୍ଚିମ ଓଡ଼ିଶାର ବଲାଙ୍ଗୀର । ଲକ୍ଷାଧିକ ଶ୍ରମିକ ଏହି ଜିଲ୍ଲାରୁ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । ଆଉ ବର୍ତ୍ତମାନ ଯେତେବେଳେ ଦେଶ କୋରୋନା ମୁକାବିଲା କରୁଛି, ସେତେବେଳେ ଏହି ଦାଦନମାନେ ନିଜ ଗୃହରାଜ୍ୟକୁ ଫେରିଆସିଛନ୍ତି । ଏମାନଙ୍କୁ ରୋଜଗାର ଯୋଗାଇବା ଏବେ ବଡ଼ ଆହ୍ୱାନ ପାଲଟିଛି । ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବଲାଙ୍ଗୀରର ସାଂସଦ ରହିଥିବା କଲିକେଶ ଏକଥାକୁ ଭଲ ଭାବେ ବୁଝିଛନ୍ତି । ଯେଉଁଥିପାଇଁ ତ କୋରୋନା ଭଳି ସଙ୍କଟ ସମୟରେ ଦାଦନ ଶ୍ରମିକଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଉଦ୍ୟମଟିଏ କରୁଛନ୍ତି । ଯେଉଁ ଦାଦନ ଶ୍ରମିକମାନେ ସିଲେଇ ଜାଣିଛନ୍ତି, ସେମାନଙ୍କୁ ଚିହ୍ନଟ କରି ଖୁବଶୀଘ୍ର ମେସିନ ଦେବେ ପୂର୍ବତନ ସାଂସଦ । ତେବେ ଯଦି ଆବଶ୍ୟକ ପଡ଼େ, ଅଧିକ ସଂଖ୍ୟକ ସିଲେଇ ମେସିନ କିଣାଯାଇ ଏପରି ବ୍ୟକ୍ତିବିଶେଷଙ୍କୁ ଦିଆଯିବ ବୋଲି କହିଛନ୍ତି କଲିକେଶ । 

Add Zee News as a Preferred Source

fallback

କେବଳ ଏତିକି ନୁହେଁ, କୋରୋନା ଭଳି ସଙ୍କଟ ସମୟରେ ପ୍ରବାସୀ ଶ୍ରମିକଙ୍କ ସାଥ୍ ଦେଉଛନ୍ତି କଲିକେଶ । ବିଭିନ୍ନ ପଞ୍ଚାୟତକୁ ଯାଇ ନିଜସ୍ୱ ଅର୍ଥରୁ ଖାଦ୍ୟ ବଣ୍ଟନ କରୁଛନ୍ତି । ଶୁକ୍ରବାର ଚାଉଳ, ଡାଲି, ତେଳ ଓ ବିଭିନ୍ନ ପ୍ରକାରର ପନିପରିବା ଆଦି ପ୍ୟାକ କରାଯାଇ ବଲାଙ୍ଗୀର ଓ  ଦେଓଗାଁ ବ୍ଲକର ବିଭିନ୍ନ ଗାଁକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ବଣ୍ଟନ କରିଥିଲେ । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ ଇତ୍ୟାଦି କ୍ଷେତ୍ରରେ ଥିବା ସମସ୍ୟା ସମ୍ପର୍କରେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ପ୍ରୟାସ କରିଛନ୍ତି । ବ୍ଲଡ ବ୍ୟାଙ୍କରେ ରକ୍ତର ଅଭାବ ବେଳେ ନିଜେ ରକ୍ତଦାନ ପାଇଁ ଆଗେଇ ଆସିଛନ୍ତି । 

fallback

କ୍ଷମତାରେ ଥାଆନ୍ତୁ କିମ୍ବା ନଥାଆନ୍ତୁ, ଲୋକଙ୍କ ପାଇଁ ସବୁବେଳେ ଉତ୍ସର୍ଗୀକୃତ ରହିବା ଯେ ଜଣେ ରାଜନେତାର ଧର୍ମ, ଏଭଳି କିଛି ବାର୍ତ୍ତା ଦେବାକୁ ଚେଷ୍ଠା କରିଛନ୍ତି କଳିକେଶ । କୋରୋନା ଭଳି ସଙ୍କଟ ସମୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଅପେକ୍ଷା ଉତ୍ତରଦାୟୀ ମନୋବୃତ୍ତିଟିଏ ଦେଖାଉଛନ୍ତି ।

About the Author