Advertisement
Article Detail0/zeeodisha/odisha699713
Zee OdishaBalangirଭିଜିଲାନ୍ସ ଜାଲରେ ପାଟଣାଗଡ଼ ଏନଏସିର ଜେଇ

ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଏନଏସିର ଜେଇ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫାଇନାଲ ବିଲ କରାଇଦେବାକୁ ସେ ଲାଞ୍ଚ ନେଉଥିଲେ ବୋଲି ଜଣାପଡ଼ିଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ପ୍ରଦୀପ୍ତ କୁମାର ମିଶ୍ର, ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଏନଏସିର ଜେଇ । ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜେଇ ଦେଵୀ ପ୍ରସାଦ ମିଶ୍ରଙ୍କୁ ଧରିଲା ଭିଜିଲାନ୍ସ । ପରେ ତାଙ୍କୁ ଗିରଫ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫାଇନାଲ ବିଲ କରାଇଦେବାକୁ ସେ ଲାଞ୍ଚ ନେଉଥିଲେ ବୋଲି ଜଣାପଡ଼ିଛି । 

fallback

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଟଣାଗଡ଼ ରାମପୁରର ଟଙ୍କଧର କୁମ୍ଭାର ପାଇଥିବା ଘର ପାଇଁ ଫାଇନାଲ ବିଲ ବାବଦକୁ ୩ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପାଟଣାଗଡ଼ ଏନଏସିର ଜେଇ । ଆଜି ୧୦ଟା ସମୟରେ ପୂର୍ବ ଯୋଜନା ଅନୁଯାୟୀ ଟଙ୍କଧର ୩ ହଜାର ଟଙ୍କା ନେଇ ଆସିଥିଲେ ।  ଏହି ସମୟରେ ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ ଚଢ଼ାଉ କରି ପ୍ରମାଣ ସହ ଜେଇଙ୍କୁ ଗିରଫ କରିଥିଲେ । 

Add Zee News as a Preferred Source
About the Author