ଜେଲର ଜାଲି ପ୍ରେମିକ! ବେଲରେ ଫେରି ମହିଳା ଆଣିଲେ ଏଭଳି ଅଭିଯୋଗ
Advertisement

ଜେଲର ଜାଲି ପ୍ରେମିକ! ବେଲରେ ଫେରି ମହିଳା ଆଣିଲେ ଏଭଳି ଅଭିଯୋଗ

ପାରିବାରିକ କଳହ (Domestic Violence) ମାମଲାରେ ଜଣେ ମହିଳାଙ୍କୁ ଟିଟିଲାଗଡ ଜେଲ (Titlagarh Jail) ରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ତେବେ ସେ ସେଠାରେ ପ୍ରାୟ ୫୦ ଦିନ ରହିଥିଲେ।

ଜେଲର ଜାଲି ପ୍ରେମିକ! ବେଲରେ ଫେରି ମହିଳା ଆଣିଲେ ଏଭଳି ଅଭିଯୋଗ

ଭୁବନେଶ୍ୱର: ମହିଳାଙ୍କୁ ମହଙ୍ଗା ପଡିଛି ଜେଲ୍ ପ୍ରେମ! ବେଲରେ ଫେରି ପ୍ରେମିକ ନାଁରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ମହିଳାଙ୍କ ସେହି ଅଭିଯୋଗ ଏବେ ଜେଲ କର୍ତ୍ତୃପକ୍ଷଙ୍କ ହୁଗୁଳା ସରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି। ତେବେ ଏହା କୌଣସି ଫିଲ୍ମର କାହାଣୀ ନୁହେଁ, ବଲାଙ୍ଗିର ଜେଲରେ ଘଟିଥିବା ଏକ ଭୟଙ୍କର ଘଟଣା।

ସୂଚନାନୁସାରେ, ପାରିବାରିକ କଳହ (Domestic Violence) ମାମଲାରେ ଜଣେ ମହିଳାଙ୍କୁ ଟିଟିଲାଗଡ ଜେଲ (Titlagarh Jail) ରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ତେବେ ସେ ସେଠାରେ ପ୍ରାୟ ୫୦ ଦିନ ରହିଥିଲେ। ଏହି ସମୟରେ ସେହି ଜେଲର ଜଣେ ପୁରୁଷ କଏଦୀଙ୍କ ସହ ମହିଳାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆଉ ଶେଷରେ ଏହି ସମ୍ପର୍କ ସେଲରୁ ବେଡ୍ ପର୍ଯ୍ୟନ୍ତ ଯାଇଥିଲା। ଆଉ ଅଢେଇ ମାସ ପୂର୍ବେ ବେଲରେ ବାହରିଥିବା ମହିଳା ଲଭ, ସେକ୍ସ, ଧୋକା ଅଭିଯୋଗ ଆଣିଛନ୍ତି।

Also Read: ପୁରୀ ବଡ଼ଦାଣ୍ଡରେ ଦେହ ବ୍ୟବସାୟ, କିଙ୍ଗପିନ ଗିରଫ

ଏନେଇ ପୀଡିତା ଟିଟିଲାଗଡ ଥାନା (Titlagarh Police) ରେ ଲିଖିତ ଅଭିଯୋଗ କରିଛନ୍ତି। ସେ ଏତଲାରେ କହିଛନ୍ତି ଯେ, ଜେଲ ଭିତରେ ତୀର୍ଥଙ୍କର ପଟେଲ ନାମକ ଜଣେ କଏଦୀ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଜେଲ କର୍ମଚାରୀଙ୍କ ସହାୟତାରେ ତୀର୍ଥଙ୍କର ମହିଳା ସେଲ (Womens cell) କୁ ତାଙ୍କୁ ଭେଟିବାକୁ ଯାଉଥିଲେ। ଆଉ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ (Physical Relation) ରଖିଥିଲେ। କିନ୍ତୁ ଏବେ ବିବାହ କରିବାକୁ ମନା କରୁଛନ୍ତି। ତାଙ୍କର ସମ୍ପର୍କ ବିଷୟରେ ଜେଲର ମହିଳା କର୍ମଚାରୀ ଓ କୋର୍ଟର କର୍ମଚାରୀ ମଧ୍ୟ ଜାଣିଥିବା ମହିଳା ଦାବି କରିଛନ୍ତି।

ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିଛି। ପୀଡିତାଙ୍କ ଡାକ୍ତରୀମାଇନା କରାଇବା ସହ ଟିଟିଲାଗଡ (Titlagarh) ଉପକାରାଗାର ଯାଇ ଅଭିଯୁକ୍ତକୁ ପଚରାଉଚୁରା କରିଛି। ଅନ୍ୟପଟେ ଏହି ଘଟଣା ଜେଲର ସୁରକ୍ଷା ଠିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି। ଜେଲରେ ମହିଳା ଓ ପୁରୁଷ କଏଦୀଙ୍କ ପାଇଁ ଅଲଗା ଅଲଗା ସେଲରେ ରଖାଯାଇଥାଏ। କିନ୍ତୁ ସେମନଙ୍କ ସମ୍ପର୍କ ଶାରୀରିକ ସମ୍ପର୍କ ପର୍ଯ୍ୟନ୍ତ କିଭିଳି ଗଲା? ନା ଅଭିଯୋଗକାରିଣୀ ମିଛ କହୁଛନ୍ତି? ଏହାର ସତ୍ୟତା CCTV ଫୁଟେଜ ଯାଞ୍ଚ ଓ ପୋଲିସର ତଦନ୍ତ ପରେ ଜଣା ପଡିବ।