ବଲାଙ୍ଗୀର ସୁତପଡ଼ା ରେଲୱେ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି ।
Trending Photos
)
ପ୍ରଦୀପ୍ତ କୁମାର ମିଶ୍ର, ବଲାଙ୍ଗୀର: ସ୍କୁଟିକୁ ଧକ୍କା ଦେଲା ମାଲ ବୋଝେଇ ହାଇୱା । ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇିଛି । ବଲାଙ୍ଗୀର ସୁତପଡ଼ା ରେଲୱେ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ସ୍କୁଟି ଚାଳକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ସୁତପଡ଼ା ରେଲୱେ ଓଭର ବ୍ରିଜ ଦେଇ ସ୍କୁଟିରେ ଜଣେ ବ୍ୟକ୍ତି ଯାଉଥିବା ବେଳେ ପଛପଟୁ ହାଇୱା ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ସ୍କୁଟିର ନମ୍ବର OD 31C-2823 । ଯାହା ସୋନପୁରର ଅନୀଲ ଠାକୁରଙ୍କ ନାଁରେ ରହିଛି । ତେବେ ମୃତ ସ୍କୁଟି ଚାଳକ ସେ ନିଜେ ନା ଆଉ କିଏ, ସ୍ପଷ୍ଟ ହୋଇନାହିଁ ।