ଯାହା ଜଣାପଡ଼ିଛି, ଦୀର୍ଘ ବର୍ଷ ହେବ ମୃତକ ତ୍ରିଲୋଚନ ନାଗ ଏବଂ ଅଭିଯୁକ୍ତ ପୁତୁରା କୁଶ ନାଗଙ୍କ ମଧ୍ୟରେ ଜମିବାଡ଼ି ବିବାଦ ରହିଥିଲା ।
Trending Photos
)
ପ୍ରଦୀପ୍ତ କୁମାର ମିଶ୍ର, ବଲାଙ୍ଗୀର: ଉଗ୍ରପୂପ ଧାରଣ କଲା ଜମି ବିବାଦ । କାକା ଓ ଖୁଡ଼ିକୁ ହତ୍ୟା । ବଙ୍ଗୋମୁଣ୍ଡା ଥାନା କୁଟୁରାବେଡ଼ା ଗାଁରେ ଘଟିଛି ଏହି ଘଟଣା । ମୃତକ ଦୁଇ ଜଣ ହେଲା ଗାଁର ତ୍ରିଲୋଚନ ନାଗ ଏବଂ ତାଙ୍କ ସ୍ତ୍ରୀ । ଅଭିଯୁକ୍ତ ପୁତୁରା କୁଶ ନାଗକୁ ପୋଲିସ ଅଟକ ରଖିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ଯାହା ଜଣାପଡ଼ିଛି, ଦୀର୍ଘ ବର୍ଷ ହେବ ମୃତକ ତ୍ରିଲୋଚନ ନାଗ ଏବଂ ଅଭିଯୁକ୍ତ ପୁତୁରା କୁଶ ନାଗଙ୍କ ମଧ୍ୟରେ ଜମିବାଡ଼ି ବିବାଦ ରହିଥିଲା । ଉଭୟ ପରିବାର ପୂର୍ବରୁ ମଧ୍ୟ ଅନେକ ଥର ଏନେଇ ଝଗଡ଼ା କରିଥିଲେ । ତେବେ ଗତକାଲି ଦାଦା ତ୍ରିଲୋଚନକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଅଭିଯୁକ୍ତ କୁଶ ଯୋଜନା ପ୍ରସ୍ତୁତ କରିଥିଲା । ତ୍ରିଲୋଚନ ତାସ ଖେଳୁଥିବା ବେଳେ ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା କୁଶ ।
ତେବେ ଏହି ସମୟରେ ତ୍ରିଲୋଚନଙ୍କ ସ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ବିରୋଧ କରିଥିଲେ । ହେଲେ ଖୁଡ଼ିଙ୍କୁ ମଧ୍ୟ ଛାଡ଼ିନଥିଲା ଅଭିଯୁକ୍ତ କୁଶ । ଉଭୟ କାକା ଓ ଖୁଡ଼ିଙ୍କୁ ହତ୍ୟା କରିଥିଲା । ଏପରିକି ଗାଁ ଦାଣ୍ଡରେ ତାଙ୍କର ମୃତ ଦେହକୁ ଘୋଷାଡ଼ି ଘୋଷାଡ଼ି ଆଣି କୂଅରେ ଫିଙ୍ଗି ଦେଇଥିଲା ।
ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ । ଅଭିଯୁକ୍ତ କୁଶକୁ ଅଟକ ରଖିଛି । ମୃତକଙ୍କ ଝିଅଙ୍କ କହିବା ଅନୁସାରେ, ପୂର୍ବରୁ ମଧ୍ୟ ଅଭିଯୁକ୍ତ କୁଶ ଏପରି ଆକ୍ରମଣ କରି ଜେଲ ଯାଇଥିଲା । ବଙ୍ଗୋମୁଣ୍ଡା ଥାନାରେ ତା ନାଁରେ ମାମଲା ରହିଛି । ବେଲରେ ଆସିବା ପରେ ଏପରି କାଣ୍ଡ ଭିଆଇଛି ଅଭିଯୁକ୍ତ କୁଶ ନାଗ ।