ଏମାନଙ୍କ ନିକଟରୁ ନଗଦ ୯୫ ହଜାର ୪୮୫ ଟଙ୍କା, ୭ଟି ମୋବାଇଲ, ଗୋଟିଏ ଟ୍ୟାବଲେଟ ଏବଂ ୨ଟି ବାଇକ ଜବତ କରିଛି ପୋଲିସ ।
Trending Photos
)
ପ୍ରଦୀପ୍ତ କୁମାର ମିଶ୍ର, ବଲାଙ୍ଗୀର: ଜୁଆ ଖେଳରେ ମାତିଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ । କଣ୍ଟାବାଞ୍ଜିରେ ଜୁଆ ଖେଳର ଆସର । ସହରରୁ ୭ ଜୁଆଡ଼ି ଗିରଫ ହେବା ପରେ ଏଭଳି କିଛି କଥା ସାମ୍ନାକୁ ଆସୁଛି । ଗିରଫ ଜୁଆଡ଼ିମାନେ ସହରର ଜଣେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବୋଲି ଜଣାପଡ଼ିଛି । ଏମାନଙ୍କ ନିକଟରୁ ନଗଦ ୯୫ ହଜାର ୪୮୫ ଟଙ୍କା, ୭ଟି ମୋବାଇଲ, ଗୋଟିଏ ଟ୍ୟାବଲେଟ ଏବଂ ୨ଟି ବାଇକ ଜବତ କରିଛି ପୋଲିସ । ଗିରଫ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କଣ୍ଟାବାଞ୍ଜି ଏସଡିପିଓ ସରୋଜ ମହାପାତ୍ର ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, କଣ୍ଟାବାଞ୍ଜି ସହରର ପର୍ଶୁରାମ ଛକ ନିକଟରେ ଥିବା ଏକ ଘରେ ଜୁଆଖେଳର ଆସର ଜମୁଥିବା ପୋଲିସ ଜାଣିବାକୁ ପାଇଥିଲା । ଆଉ ଏହା ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଘରେ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ଜୁଆଖେଳ ଜମେଇଥିବା ସମସ୍ତ ୭ ଜୁଆଡ଼ି ଗିରଫ ହୋଇଛନ୍ତି ।
କଣ୍ଟାବାଞ୍ଜିରେ ଜୁଆ ଖେଳର ଆସର କିଛି ନୂଆ କଥା ନୁହେଁ । ସହରରେ ଦୀର୍ଘ ଦିନ ହେବ ଜୁଆଡ଼ି ସକ୍ରିୟ ରହିଆସିଛନ୍ତି । ଅନ୍ୟପଟେ ଏମାନଙ୍କୁ ସାବାଡ କରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଦଳ ପେଟ୍ରୋଲିଂ କଡ଼ାକଡ଼ି କରୁଛି ।