ରେଳରେ ପ୍ରସବ କଲେ ମହିଳା, ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି
Advertisement
Article Detail0/zeeodisha/odisha685799

ରେଳରେ ପ୍ରସବ କଲେ ମହିଳା, ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି

ଟ୍ରେନର ପ୍ରସବ ଖବର ଜଣାପଡ଼ିବା ପରେ ତୁରନ୍ତ ରେଳ ବିଭାଗ ପକ୍ଷରୁ ମହିଳାଙ୍କୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରାଯାଇଥିଲା । ଆଉ ଏଥିପାଇଁ ଟିଟିଲାଗଡ଼ରେ ରଖିଥିଲା ଟ୍ରେନ । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ବଦ୍ରି ମିଶ୍ର, ଟିଟିଲାଗଡ଼: ରେଳରେ ପ୍ରସବ କଲେ ମହିଳା । ଆନ୍ଧ୍ରପ୍ରଦେଶ କାଜୁପେଟାରୁ ବଲାଙ୍ଗୀର ଫେରୁଥିବା ଜଣେ ମହିଳା ରେଳରେ ପ୍ରସବ କରିଛନ୍ତି । ଆଉ ଏହା ଜଣାପଡ଼ିବା ପରେ ଟିଟିଲାଗଡ଼ ଷ୍ଟେସନରେ ଟ୍ରେନ ଅଟକିଥିଲା । ଏକ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । ଡାକ୍ତରଖାନାର ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ହୋମରେ ମହିଳାଙ୍କୁ ରଖି ଚିକିତ୍ସା କରାଯାଉଛି ।  

ପୁରା ଘଟଣା ଥିଲା ଏପରି । ଲକଡାଉନ୍ ଯୋଗୁ ଆନ୍ଧ୍ରପ୍ରଦେଶରେ ପରିବାର ସହ ଫସି ରହିଥିଲେ ମହିଳା ଜଣକ । ଟ୍ରେନ ଚଳାଚଳ ଆରମ୍ଭ ପରେ ଘରକୁ ଫେରୁଥିଲେ । ତେବେ ଟ୍ରେନର ପ୍ରସବ ଖବର ଜଣାପଡ଼ିବା ପରେ ତୁରନ୍ତ ରେଳ ବିଭାଗ ପକ୍ଷରୁ ମହିଳାଙ୍କୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରାଯାଇଥିଲା । ଆଉ ଏଥିପାଇଁ ଟିଟିଲାଗଡ଼ରେ ରଖିଥିଲା ଟ୍ରେନ । 

ଯାହା ଜଣାପଡ଼ିଛି, ହେମକାନ୍ତି ନାମକ ଉକ୍ତ ମହିଳାଙ୍କ ପୂର୍ବରୁ ତିନୋଟି ସନ୍ତାନ ଥିବା ବେଳେ ଏହା ଚତୁର୍ଥ ସନ୍ତାନ । ତେବେ ସାଥିରେ ଆସିଥିବା ଅନ୍ୟ ଦୁଇ ସନ୍ତାନଙ୍କୁ ମଧ୍ୟ ଟିଟିଲାଗଡ଼ରେ କ୍ୱାରେଣ୍ଟାଇନରେ ରଖାଯାଇଛି । ସେହିପରି ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଦ୍ୱିତୀୟ ଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଛି । 

;