ବାଲେଶ୍ୱର: ଜିଲ୍ଲାରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ଜଣେ ଚାଷୀ ବିଲକୁ ଯାଇଥିବା ବେଳେ ହଜାର ହଜାର ମହୁମାଛି ନେଇ ଫେରିଛନ୍ତି । ଔପଦା ବ୍ଲକ ଇଶ୍ୱରପୁର ତରତୁଆ ଗାଁର ଟୁକାରାମ ସ କୋଦାଳ ଧରି ବିଲକୁ ଯାଇଥିଲେ । ମାତ୍ର ସେଠାରୁ ସେ ଗୋଟିଏ ପରେ ଗୋଟିଏ ୧୦ ହଜାରରୁ ଉର୍ଦ୍ଧ୍ୱ ମହୁମାଛି ଧରି ଘରକୁ ଫେରିଥିଲେ ।
ଚାଷୀ ଜଣକ କ୍ଷେତରୁ ଫେରିବା ପରେ ମହୁମାଛି ଗୁଡିକୁ ମହୁ ବାକ୍ସରେ ରଖିଥିଲେ । ହଜାର ହଜାର ମହୁମାଛି ତାଙ୍କ ଦେହରୁ ନେଇ ମୁହଁରେ ବସି ଥିବାର ନଜରକୁ ଆସିଛି । ତାଙ୍କୁ ଦେଖିବା ପାଇଁ ଅନେକ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ । ତେବେ ଟୁକାରାମ ଜଣେ ମହୁ ଚାଷୀ ହୋଇଥିବା ବେଳେ ତାଙ୍କୁ ମହୁମାଛି ଧରିବା କୌଶଳ ଭଲ ଭାବେ ଜଣା ।