Advertisement
Article Detail0/zeeodisha/odisha695139
Zee OdishaBalasoreନାବାଳିକାକୁ ଅସଦାଚରଣ ଅଭିଯୋଗ, ଧରାପଡ଼ିଲେ ଫେରାର ପ୍ରଧାନ ଶିକ୍ଷକ

ନାବାଳିକାକୁ ଅସଦାଚରଣ ଅଭିଯୋଗ, ଧରାପଡ଼ିଲେ ଫେରାର ପ୍ରଧାନ ଶିକ୍ଷକ

ଗତ ୩ ଦିନ ହେଲା ଫେରାର ଥିଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ । ତେବେ ତାଙ୍କୁ ପଶ୍ଚିମବଙ୍ଗରୁ ଧରିବାରେ ସଫଳ ହୋଇଛି ପୋଲିସ ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଦିଲ୍ଲୀପ ଦାସ, ଜଳେଶ୍ୱର: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଧରିଲା ସିଂଲା ପୋଲିସ । ଗତ ୩ ଦିନ ହେଲା ଫେରାର ଥିଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ । ତେବେ ତାଙ୍କୁ ପଶ୍ଚିମବଙ୍ଗରୁ ଧରିବାରେ ସଫଳ ହୋଇଛି ପୋଲିସ । ଉଭୟ ପୀଡ଼ିତା ଓ  ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସୂଚନା ମିଳିଛି । 

ପୁରା ଘଟଣା ଥିଲା ଏପରି । ଗତ ୧୦ ତାରିଖ ସକାଳେ ସିଂଲା ଥାନା ନହନ୍ଜରା ଗ୍ରାମ ଜନୈକା ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରାଥମିକ ବିଦ୍ୟାଳୟ ପରିସର ଭିତରକୁ ପାଣି ଆଣିବାକୁ ଯାଇଥିଲେ । ତେବେ ଏହି ସମୟରେ ନାବାଳିକା ଛାତ୍ରୀକୁ ଅଫିସକୁ ଡାକି ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଗଣେଷ ଚନ୍ଦ୍ର ସାହୁ ଅସଦାଚରଣ କରିଥିଲେ । ଏନେଇ ପୀଡ଼ିତା ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ସିଂଲା ଥାନାରେ ଅଭିଯୋଗ ପରେ 103/20 ପୋକ୍ସ ଧାରାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । 

fallback

Add Zee News as a Preferred Source

ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏକାଧିକ ଅସଦାଚରଣ ଅଭିଯୋଗ ଥିବାରୁ ପୋଲିସ ଭୟରେ ଫେରାର ହୋଇଯାଇଥିଲେ । ତେବେ ଘଟଣାଟି ସମ୍ବେଦନଶୀଳ ହୋଇ  ଥିବାରୁ  ପୋଲିସ  ଅଭିଯୁକ୍ତକୁ ଧରିବାକୁ  ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ଆଉ ୩ ଦିନ ଭିତରେ ଧରାପଡ଼ିଛନ୍ତି ଅଭିଯୁକ୍ତ ପ୍ରଧାନ ଶିକ୍ଷକ । 

About the Author