ବିଜେପି ଜିଲ୍ଲା ପ୍ରଭାରୀଙ୍କୁ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ
Advertisement

ବିଜେପି ଜିଲ୍ଲା ପ୍ରଭାରୀଙ୍କୁ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ

ଗତକାଲି କପ୍ତିପଦା ଥାନା (Kaptipada Police) ନୂଆସାହି ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ଗାଡି ସାଇଡ ମରାକୁ କେନ୍ଦ୍ର କରି ବିଚ ରାସ୍ତାରେ ବାଡେଇ ବାଡେଇ ରଞ୍ଜିତ ପ୍ରଧାନଙ୍କୁ ମାରିଦେଲେ।

ପ୍ରତିକାତ୍ମକ ଫଟୋ

ମୟୂରଭଞ୍ଜ: ଓଡିଶା ପାଲଟିଲାଣି ପଶ୍ଚିମବଙ୍ଗ! ସାମାନ୍ୟ ବଚସାରୁ ବିଜେପି ନେତାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ। ମୃତକ ବିଜେପି ଯୁବ ମୋର୍ଚ୍ଚା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ରଂଜିତ ପ୍ରଧାନ। ଗତକାଲି କିଛି ଦୁର୍ବୃତଙ୍କ ଆକ୍ରମଣରେ ସେ ପ୍ରାଣ ହରାଇଛନ୍ତି।

ଗତକାଲି କପ୍ତିପଦା ଥାନା (Kaptipada Police) ନୂଆସାହି ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ଗାଡି ସାଇଡ ମରାକୁ କେନ୍ଦ୍ର କରି ବିଚ ରାସ୍ତାରେ ବାଡେଇ ବାଡେଇ ରଞ୍ଜିତ ପ୍ରଧାନଙ୍କୁ ମାରିଦେଲେ। କୁସୁମପୁର ଛକ ନିକଟରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି। ନୂଆସାହିସ୍ଥିତ ଶ୍ୱଶୁର ଘର ନିକଟରେ କାରରୁ ଘୋଷାରି ଆଣି ଚାରିଜଣ ଯୁବକ ବାଡେଇ ବାଡେଇ ମାରିଥିବା ଅଭିଯୋଗ ହୋଇଛି।

Also Read: ଚୋରଙ୍କ ଭୂସ୍ୱର୍ଗ ଭିମସାର! ବାରମ୍ବାର ଚୋରି ପରେ ବି ଚୁପ୍ କର୍ତ୍ତୃପକ୍ଷ

ରଞ୍ଜିତଙ୍କୁ ହତ୍ୟା (Murder) କରାଯାଇଥିବା ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘଟଣାରେ ୪ ଜଣଙ୍କ ସମ୍ପୃକ୍ତି ଥିବା କୁହାଯାଉଥିବା ବେଳେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଫେରାର ଅଛନ୍ତି। ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।