ବାଲେଶ୍ୱର ରାଜନୀତି: ବେଣୁଙ୍କୁ ନେଇ ରାଜନୀତି ଜୋର, ଅନୁକମ୍ପା ଉପରେ ପଡ଼ୁଛନ୍ତି ଭାରି !
Advertisement

ବାଲେଶ୍ୱର ରାଜନୀତି: ବେଣୁଙ୍କୁ ନେଇ ରାଜନୀତି ଜୋର, ଅନୁକମ୍ପା ଉପରେ ପଡ଼ୁଛନ୍ତି ଭାରି !

ବାଲେଶ୍ୱର ବାଇ-ପୋଲ ବେଶ ଉଷ୍ମ...

ବାଲେଶ୍ୱର ରାଜନୀତି: ବେଣୁଙ୍କୁ ନେଇ ରାଜନୀତି ଜୋର, ଅନୁକମ୍ପା ଉପରେ ପଡ଼ୁଛନ୍ତି ଭାରି !

ନୂଆଦିଲ୍ଲୀ: ବାଲେଶ୍ୱର ଉପ-ନିର୍ବାଚନର ତାତିରେ ରାଜ୍ୟର ତୁଙ୍ଗ ନେତା ବେଶ ସକ୍ରିୟ ହୋଇ ପଡ଼ିଛନ୍ତି। ପ୍ରମୁଖ ଦଳଗୁଡ଼ିକର ତୁଙ୍ଗ ନେତା ମାନଙ୍କର ତୁହାକୁ ତୁହା ବାଲେଶ୍ୱର ଗସ୍ତ। ଦିନେ ଯେଉଁମାନଙ୍କ ଦେଖା ମିଳୁନଥିଲା, ସେଠି ଏବେ ନିର୍ବାଚନ ମଣ୍ଡଳୀରେ ଡେରା ପଡ଼ିଛି। ନେତାମାନେ ଏବେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟ ଜୋର କରିଛନ୍ତି। ଉପ ନିର୍ବାଚନ ହୋଇଥିଲେ ମଧ୍ୟ ବେଶ ହାଇ ଭୋଲଟେଜ ନିର୍ବାଚନର ରୂପ ନେବାକୁ ବସିଲାଣି। 

fallback

ଅଧିକ ପଢନ୍ତୁ: ଆଜି ଦିଲ୍ଲୀପ ରାୟ ସମେତ ୪ ଦୋଷୀଙ୍କୁ ଦଣ୍ଡବିଧାନ

ତେବେ ଚର୍ଚ୍ଚାରେ ରହିଥିବା ଏହି ଉପନିର୍ବାଚନରେ ବେଣୁଧର ବାରିକ (ବେଣୁ ମଉସା)ଙ୍କ ଲୋକପ୍ରିୟତା ଏକ ପ୍ରକାର ଧସେଇ ପଶିଛି। ବେଣୁ ମଉସାଙ୍କ ଲୋକପ୍ରିୟତା ଅର୍ଥ ବଳ, ଲୋକବଳ ଉପରେ ଧୀରେଧୀରେ ଅନ୍ୟ ନେତାଙ୍କ ଉପରେ ଭାରି ପଡ଼ିବାରେ ଲାଗିଛି। ସେପଟେ ବେଣୁ ମଉସାଙ୍କ ପାଇଁ ସ୍ଥାନୀୟ ଅଞ୍ଚଳ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ଗତକାଲି ଅଭିନେତ୍ରୀ ରାଣୀ ପଣ୍ଡା ପ୍ରଚାର ମୈଦାନକୁ ଓହ୍ଲାଇଥିଲେ। 

ସେହିପରି ନିସ୍ୱାର୍ଥପର ଭାବେ ବେଣୁଙ୍କ ପାଇଁ ରାଣୀ ପଣ୍ଡାଙ୍କ ସହିତ ଯାତ୍ରା ଅଭିନେତା ଦାମ ପଣ୍ଡା ଓ ଅନ୍ୟ କିଛି କଳାକାର ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ଏହି ଅଭିନେତା ଅଭିନେତ୍ରୀମାନେ ବେଣୁଙ୍କ ପାଇଁ ପ୍ରଚାର କରୁଥିବା ବେଳେ ସାଧାରଣ ଲୋକଙ୍କ ଭିଡ଼ ମଧ୍ୟ ବେଶ ଲାଗୁଥିବା ଦେଖିବାକୁ ମିଳିଛି। କିଛି ଦିନ ତଳେ ଅଜଣା ଅଚିହ୍ନା ଥିବା ବେଣୁ ଏବେ ଜଣେ ନୂଆ ଚେହେରା ଭାବେ ଉଭା ହୋଇଛନ୍ତି ଯାହା ସମସ୍ତଙ୍କ ଉପରେ ଭାରି ପଡ଼ୁଛନ୍ତି ବୋଲି ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। 

fallback

ଅଧିକ ପଢନ୍ତୁ: କୋରୋନା ସଂଗ୍ରାମ; 'ଜୀ ମିଡିଆ' ଦେଖାଇଲା ମାନବିକତା

ସେପଟେ ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ସ୍ୱର୍ଗତ ମଦନମୋହଲ ଦତ୍ତଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମାନସ ଦତ୍ତ ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ତେବେ ମାନସଙ୍କ ପ୍ରତି ଅନୁକମ୍ପାମୂଳକ ଭୋଟ ମିଳିବା ସ୍ୱାଭାବିକ କଥା। ଆଉ ଏହି ଅନୁକମ୍ପା ମୂଳକ ଭୋଟକୁ ଆଧାର କରି ମାନସ ବିଜେଡ଼ି ଠାରୁ ବହୁ ଆଗରେ ରହିଥିଲେ। କୁହାଯାଉଛି ଅନ୍ତଃକନ୍ଦଳ ବିଜେଡ଼ି ପାଇଁ ବୁମେରାଂ ହୋଇପାରେ। 

ସେହିପରି ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ମଦନମୋହନ ଦତ୍ତ ବିଜୟ ଲାଭ କରିଥିଲେ। ସେ ପ୍ରାୟ ୧୩ ହଜାର ଭୋଟ ବ୍ୟବଧାନରେ ମୋଟ ୭୪,୮୧୫ଟି ଜନ ସମର୍ଥନ ପାଇ ବିଜୟ ହାସଲ କରିଥିଲେ। ବିଜେଡ଼ି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ୬୧୪୦୯ ଖଣ୍ଡ ଭୋଟ ପାଇଥିବା ବେଳେ ମାନସ ରଞ୍ଜନ ଦାସପଟ୍ଟନାୟକ ମାତ୍ର ୧୯୭୦୪ ଖଣ୍ଡ ଭୋଟ ପାଇଥିଲେ। 

ତେବେ ଏହି ସଂଖ୍ୟା ହିଁ କହୁଛି ଯେ କେଉଁ ଦଳ ନିକଟରେ କେତେ ଭୋଟ ରହିଛି। ଯଦି ବିଜେଡ଼ି କଥା ଦେଖାଯାଏ ତେବେ ୬୦ ହଜାରରୁ ଊର୍ଦ୍ଧ୍ୱ ଶାସକ ଦଳ ନିକଟରେ ରହିଛି। ବାକି ରହିଲା ବିଜେପି କଥା, ବିଜେପି ନିକଟରେ ୭୪ ହଜାର ଭୋଟ ରହିଛି। ଏହି ସଂଖ୍ୟା ସାଧାରଣ ନିର୍ବାଚନର ହୋଇଥିବା ବେଳେ ତେବେ ଚଳିତ ଉପ ନିର୍ବାଚନରେ ବିଜେପିକୁ ଫାଇଦା ଯୋଗାଇବ ଅନୁକମ୍ପାମୂଳକ ଭୋଟ। ବିଜେପି ଏହି ନିର୍ବାଚନରେ କେତେ ଅନୁକମ୍ପାମୂଳକ ଭୋଟ ସଂଗ୍ରହ କରୁଛି ତାହା ଦେଖିବାକୁ ବାକି ରହିଲା। 

ଅଧିକ ପଢନ୍ତୁ: କୋରୋନା ଟିକା: ଘୁଞ୍ଚି ଘୁଞ୍ଚି ଯାଉଛି ପଦ୍ମ!

ତେବେ ଏହି ଉପ ନିର୍ବାଚନରେ ବେଣୁଧର ବାରିକ ବଡ଼ ପ୍ରସଂଗ ହୋଇ ଛିଡ଼ା ହୋଇଛନ୍ତି। ଏକଥା ଆମେ ଏଇଥିପାଇଁ କହୁଛୁ ଯେ, ଯେଉଁ ବୟସରେ ମନୋବଳକୁ ସାଉଁଟି ନିର୍ବାଚନ ମୈଦାନରେ ଛିଡ଼ା ହୋଇଛନ୍ତି, ତାଙ୍କୁ କେବଳ ବାଲେଶ୍ୱର ସଦର ନୁହେଁ, ସମଗ୍ର ରାଜ୍ୟରୁ ସମର୍ଥନର ସୁଅ ଛୁଟିଛି। ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ବିଜେପିର ଅନୁକମ୍ପାମୂଳକ ଭୋଟ ତାଙ୍କ ନିକଟକୁ ଯିବାର ସମ୍ଭାବନା ଯଥେଷ୍ଟ ବଢି ଯାଇଛି। 

fallback

ନିଜ ପ୍ରତିକ୍ରିୟାରେ ବେଣୁ କହିଛନ୍ତି ମୋ ନିକଟରେ ଟଙ୍କା ବଳ ଓ ଅର୍ଥ ବଳ ନାହିଁ। କିନ୍ତୁ ଲୋକଙ୍କ ଭଲପାଇବା ମୋ ନିକଟରେ ପ୍ରଚୁର ରହିଛି। ଏହାକୁ ପୁଞ୍ଜି କରି ନିର୍ବାଚନକୁ ଓହ୍ଲାଇଛି। ମୋ ପାଇଁ ହାରଜିତ କିଛି ଫରକ ପଡ଼େନାହିଁ। ନିର୍ବାଚରେ ବିଜୟ ଲାଭ କଲେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବି। ହାରିଲେ ବି କୌଣସି ଫରକ ପକାଇବନାହିଁ। ଆଜି ପର୍ଯ୍ୟନ୍ତ ମୁଁ ଲୋକଙ୍କ ନିସ୍ୱାର୍ଥପର ଭାବେ ସେବା କରି ଆସୁଛି ବୋଲି ସେ କହିଛନ୍ତି।