ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଫରିଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଟୋ ମୋବାଇଲ M/s ନାହାକ ମୋଟର୍ସର ସୋରୁମ ଉଦଘାଟନ କରିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଶତ ପ୍ରତିଶତ ଭାରତୀୟ ଟେକ୍ନୋଲୋଜିରେ ନିର୍ମିତ ହୋଇଛି ଇ-ସାଇକେଲ, ଇ-ବାଇକ, ଇ-ସ୍କୁଟି ସହ ଇ-ଅଟୋରିକ୍ସା । ଅଟୋ ମୋବାଇଲ କ୍ଷେତ୍ରରେ Curato Economy,  Turista Economy, Safari Economy, Exito-2, E-Sports Bike ଭଳି ଅତ୍ୟାଧୁନିକ ଇକୋ-ଫ୍ରେଣ୍ଡଲି ଯାନ ରହିଛି। ତେବେ ସବୁଠାରୁ ବଡ଼ କଥା ହେଲା M/ s Nahak Motors ହେଉଛି ଜଣେ ଓଡିଆ ଉଦ୍ୟୋଗୀ ଡକ୍ଟର ପ୍ରଭାତ ନାହାକଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ କମ୍ପାନୀ । 


COMMERCIAL BREAK
SCROLL TO CONTINUE READING

Also Read: ଭିକ୍ଷୁକଙ୍କ ପାଇଁ ହଷ୍ଟେଲ ! ଭିକ୍ଷାବୃତ୍ତି ନୁହେଁ ହେବେ ସ୍ବାବଲମ୍ବୀ


ଏହି କମ୍ପାନୀର ମୂଳ ଲକ୍ଷ ହେଉଛି, Go Green, Go Electric । ପରିବେଶରେ ପ୍ରଦୂଷଣ କିପରି କମାଯାଇପାରିବ ସେଥିପାଇଁ ଏମିତି ଏକ ଉତ୍ତମ ଚିନ୍ତାଧାରା ନେଇ ଆଗେଇ ଆସିଛି M/ s Nahak Motors । ତେବେ ଏହି ସୋ-ରୁମର ଉଦଘାଟନ ପାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବାଲେଶ୍ବର ସାଂସଦ (Balasore MP) ପ୍ରତାପ ଷଡ଼ଙ୍ଗୀ (Pratap Sarangi)  



Also Read: ଚୀନରୁ ଆଉ ଏକ ନୂଆ ଭାଇରସ, ହଜାରେ ହେଲେଣି ସଂକ୍ରମିତ 



ସାଂସଦ ପହଞ୍ଚିବା ପରେ ସେଠାରେ ତାଙ୍କୁ ପାଛୋଟି ନେଇଥିଲେ କମ୍ପାନୀ (Company) ର ମୁଖ୍ୟ ଓ ଅନ୍ୟ ଅଧିକାରୀ ମାନେ । ଏକ ଶୁଭ ମୂହୁର୍ତ୍ତରେ କମ୍ପାନୀର ଶୁଭ ଉଦଘାଟନ କରିଥିଲେ । ଏହାପରେ ସୋ-ରୁମ ପରିସରରେ କିଛି ସମୟ ବିତାଇଥିଲେ ସାଂସଦ । ପରେ ପରେ ସାଂସଦଙ୍କୁ ଦେଖିବାକୁ ମିଳିଥିଲା ନୂଆ ରୂପରେ । ଇ-ଅଟୋରିକ୍ସା (E-Auto Rickshaw) ସହ ସାଇକେଲ (E-Cycle) ଚଳାଇ ଖୁବ୍ ରୋମାଞ୍ଚକର ମୁଡରେ ନଜର ଆସିଥିଲେ ସାଂସଦ ।



ଏହାପରେ କମ୍ପାନୀ ବିଷୟରେ ଅଭିବାଦନ ଗ୍ରହଣ କରି ସେଠାରୁ ବିଦାୟ ନେଇଥିଲେ ।


Edited: Zee Odisha Desk