ହୃଦଘାତରେ ବିଧାୟକଙ୍କ ମୃତ୍ୟୁ
Trending Photos
)
ବାଲେଶ୍ୱର: ବିଜେପି ନେତା ତଥା ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁଅ ମାନସ ଦତ୍ତ ସୂଚନା ଦେଇଛନ୍ତି। ୬୩ ବର୍ଷୀୟ ମଦନମୋହନଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି।
ମଦନମୋହନ ଦତ୍ତ ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ଥିଲେ। ୨୦୧୯ ମସିହାରେ ସାଧାରଣ ନିର୍ବାଚନରେ ବିଜୟହାସଲ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୭୪୮୧୫ ଖଣ୍ଡ ଭୋଟ ପାଇ ବିଜୟଲାଭ କରିଥିଲେ। ତେବେ ତାଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ, ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ପ୍ରିୟ ମଙ୍ଗୁ ଭାଇଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶ୍ରୀଯୁକ୍ତ ଦତ୍ତ ମୋର ଭାଇ ଭଳି ଥିଲେ । ଅତ୍ୟନ୍ତ ଖୋଲା, ଆମାୟିକ ତଥା ଲୋକଙ୍କ ପାଇଁ ସମର୍ପିତ ଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ବିଧାୟକଙ୍କ ପୁଅ ମାନସ ସହିତ ମଧ୍ୟ କଥା ହୋଇଛି। ଏପରି ଦାରୁଣ ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାରକୁ ଅସୀମ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ । ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ସେ ଲେଖିଛନ୍ତି।