ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ; ଫଳାଫଳ ପୂର୍ବରୁ ନେତାଙ୍କ ଛାତି ଧଡଧଡ
Advertisement

ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ; ଫଳାଫଳ ପୂର୍ବରୁ ନେତାଙ୍କ ଛାତି ଧଡଧଡ

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନର ଚାଲିଛି ଭୋଟ ଗଣତି। ଅପରାହ୍ଣ ସୁଦ୍ଧା ସ୍ପଷ୍ଟ ହେବେ ଚିତ୍ର।

ଡିଜାଇନ ଫଟୋ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲରେ ଆରମ୍ଭ ହୋଇଯାଇଛି ଭୋଟ ଗଣତି। ଏହି ୨ଟି ବିଧାନସଭା ଆସନରେ କିଏ ମାରିନେବ ବାଜି? ଜାହାକୁ ନେଇ ରାଜ୍ୟବାସୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି। ତେବେ ଅପରାହ୍ଣ ସୁଦ୍ଧା ଏହାର ଏକ ସ୍ପଷ୍ଟ ଚିତ୍ର ଆସିବ ବୋଲି ଅନୁମାନ କରାଯାଉଛି।

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ତ୍ରୀମୁଖୀ ଲଢେଇ ହୋଇଛି। ପାରମ୍ପାରୀକ ପ୍ରତିଦ୍ୱନ୍ଦି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ସଙ୍ଘର୍ଷ ଦେଥିବାକୁ ମିଳିଛି। ସେପଟେ ବାଲେଶ୍ୱରରେ ସ୍ୱାଧିନ ପ୍ରାର୍ଥୀ ବେଣୁ ମଉସା ବି ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ୨ଟି ଆସନରେ କିଏ ଜିତିବ ତାହା ସ୍ପଷ୍ଟ ହେଉ ନାହିଁଷ

ଉଭୟ ବିଜେଡି ଓ ବିଜେପି ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜୟ ହେଉଥିବା ଦାବି କରୁଛନ୍ତି। ସେପଟେ କଂଗ୍ରେସ କୌଣସି ଆଭିମୂଖ୍ୟ ସ୍ପଷ୍ଟ କରୁନାହିଁ। ସେ  ସାଧାରଣ ନିର୍ବାଚନ ଭଳି ରାଜ୍ୟରେ ତୃତୀୟ ସ୍ଥାନରେ ରହିବ ନା ଉପରକୁ ଉଠିବ ତହା ଇଭିଏମ୍ ସ୍ଥିର କରିବ। ତେବେ ଭୋଟ ଗଣତି ବେଳେ କୌଣସି ଅପ୍ରିତିକର ସ୍ଥିତିର ପ୍ରତିକାର ପାଇଁ ଏହି ୨ଟି ନିର୍ବାଚନ ମଣ୍ଡଳିରେ ସୁରକ୍ଷା କଡାକଡି କରାଯିବା ସହ କାଉଣ୍ଟିଂ କେନ୍ଦ୍ରରେ ଫୋର୍ସ ମୁତୟନ କରାଯାଇଛି।

କୋଭିଡ କଟକଣା ଭିତରେ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। କାଉଣ୍ଟିଂ ପାଇଁ ମୋଟ ୮ଟି ଟେବୁଲ ରଖାଯାଇଛି। ୭ଟିରେ ଇଭିଏମ ଓ ଗୋଟିଏରେ ବାଲାଟ ପେପର ବା ପୋଷ୍ଟାଲ ଭୋଟର ଗଣତି ଚାଲିଛି। ଉଭୟ ନିର୍ବାଚନୀ ମଣ୍ଡଳରେ ଅତିରିକ୍ତ ୫ ଜଣ ରିଟର୍ଣ୍ଣିଂ ଅଧିକାରୀଙ୍କୁ ନିୟୁକ୍ତ କରାଯାଇଛି। ଭୋଟ ଗଣତିରେ ୧୧୦ କାଉଣ୍ଟିଂ ଅଧିକାରୀ ଓ ୫୭ ମାଇକ୍ରୋ ଅବଜର୍ଭର ନିୟୋଜିତ ଅଛନ୍ତି।

ଏଥର କାଉଣ୍ଟିଂ ବେଳେ ୩ ଜଣ  ଲେଖାଏଁ ଏଜେଣ୍ଟଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳିଛି। ଭୋଟ ଗଣତି ସରିଲା ପରେ ୫ଟି ବୁଥର ଇଭିଏମ ସହ ଭିଭିପାଟ ମେଳଣ ହେବ। ତେବେ କାଉଣ୍ଟିଂ ବେଳେ କୋରୋନା କଟକଣା ମାନିବା ବାଧ୍ୟତାମୂଳକ। ଏଥିରେ ନିୟୋଜିତ ଥିବା କର୍ମଚାରୀମାନେ ମାସ୍କ, ଫେସ ସିଲ୍ଡ ଓ ହ୍ୟାଣ୍ଡ ଗ୍ଲୋବ୍ସର ଲଗାଇଛନ୍ତି। ସାମାଜିକ ଦୂରତ୍ୱ ସହ ନିୟମିତ ଭାବେ ହ୍ୟାଣ୍ଡ ସାନିଟାଇଜର ବି ବ୍ୟାବହାର କରୁଥିବା ଦେଖିବାକୁ ମିଳିଛି।