ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ: ନାବାଳିକା ଝିଅ ସହ ଦୁଷ୍କର୍ମ କଲା ବାପା
Advertisement

ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ: ନାବାଳିକା ଝିଅ ସହ ଦୁଷ୍କର୍ମ କଲା ବାପା

ବୁଧବାର ରାତିରେ ସ୍ତ୍ରୀ ନ ଥିଲା ବେଳେ ନାବାଳିକା ଝିଅ ଟିଭି ଦେଖୁଥିବା ବେଳେ ତା ସହ ଦୁଷ୍କର୍ମ କରିଥିଲା ବାପା ।

ପ୍ରତୀକାତ୍ମକ ଫଟୋ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଗତକାଲି(ବୁଧବାର) ରାତିରେ ଘରେ  ମା' ନ ଥିବା ବେଳେ ନାବାଳିକା ଝିଅ ସହ ବାପା କଲା ଦୁଷ୍କର୍ମ । ଏ ବିଷୟରେ ଥାନାରେ ଅଭିଯୋଗ କରିଛି ପୀଡ଼ିତା ଝିଅର ମା' ।  ବାପାକୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ବାପା ଥାନାରେ ଅଟକ ରହିଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଘଟଣା  ଅନୁଯାୟୀ,  ଜଳେଶ୍ୱର ଥାନା ଅଞ୍ଚଳର ଜୈନିକ ବ୍ୟକ୍ତି  ଭଦ୍ରକ ଅଞ୍ଚଳରୁ ଆସି ଦୀର୍ଘ ୭-୮ ବର୍ଷ ରହି ପାଇଖାନା ଟାଙ୍କି ସଫା କାମ କରି ଜୀବନ ଅତିବାହିତ କରି ଆସୁଥିଲେ । ଅନ୍ୟପକ୍ଷେ ବୁଧବାର ରାତିରେ ସ୍ତ୍ରୀ ନ ଥିଲା ବେଳେ ନାବାଳିକା ଝିଅ ଟିଭି ଦେଖୁଥିବା ବେଳେ ତା ସହ ଦୁଷ୍କର୍ମ କରିଥିଲା ବାପା । ଏନେଇ ପୀଡ଼ିତାଙ୍କ ମା' ଜଳେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।  ଅଭିଯୋଗ ଅନୁଯାୟୀ ପୋଲିସ 237/20  ମୂଳେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବାପାକୁ ଅଟକ ରଖିଛି ।