ନୂଆ ବସ ଟର୍ମିନାଲ କାର୍ଯ୍ୟରେ ଅନିୟମିତତା ଅଭିଯୋଗ

ଖୋଲୁଛି ଦିଲିପ କନଷ୍ଟ୍ରକସନ ଠିକା ସଂସ୍ଥାର ଦୁର୍ନିତୀ ପେଡ଼ି। ଭୁବନେଶ୍ୱର ବିମାନ ବନ୍ଦରରେ ସ୍ଲାବ ଭୁଶୁଡିବା ଘଟଣାର ପରେ ଏବେ ପଦାକୁ ଆସିଛି ଆଉ ଏକ ଦୁର୍ନିତୀର ଅଭିଯୋଗ। ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦରଠାରେ ନିର୍ମିତ ନୂତନ ବସ ଟର୍ମିନାଲ କାମର କେଇଟା ବର୍ଷ ନ ପୁରୁଣୁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେବେ ଉପରିସ୍ଥ ଅଧିକାରୀଙ୍କ ସହ ପ୍ରିୟାପ୍ରିତି କରି ଜିଲ୍ଲାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଏହି ସଂସ୍ଥା ହାତକୁ ନେଇଥିବା ବେଳେ ସମସ୍ତ କାମର ମାନ ଯାଞ୍ଚ କରିବା ଲାଗି ଦାବି ହୋଇଛି।  

ନୂଆ ବସ ଟର୍ମିନାଲ କାର୍ଯ୍ୟରେ ଅନିୟମିତତା ଅଭିଯୋଗ

ବ୍ରହ୍ମପୁର: ଖୋଲୁଛି ଦିଲିପ କନଷ୍ଟ୍ରକସନ ଠିକା ସଂସ୍ଥାର ଦୁର୍ନିତୀ ପେଡ଼ି। ଭୁବନେଶ୍ୱର ବିମାନ ବନ୍ଦରରେ ସ୍ଲାବ ଭୁଶୁଡିବା ଘଟଣାର ପରେ ଏବେ ପଦାକୁ ଆସିଛି ଆଉ ଏକ ଦୁର୍ନିତୀର ଅଭିଯୋଗ। ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦରଠାରେ ନିର୍ମିତ ନୂତନ ବସ ଟର୍ମିନାଲ କାମର କେଇଟା ବର୍ଷ ନ ପୁରୁଣୁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେବେ ଉପରିସ୍ଥ ଅଧିକାରୀଙ୍କ ସହ ପ୍ରିୟାପ୍ରିତି କରି ଜିଲ୍ଲାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଏହି ସଂସ୍ଥା ହାତକୁ ନେଇଥିବା ବେଳେ ସମସ୍ତ କାମର ମାନ ଯାଞ୍ଚ କରିବା ଲାଗି ଦାବି ହୋଇଛି।  

ଆଳୁ ଖୋଳୁ ଖୋଳୁ ମହାଦେବ। ପଦାକୁ ଆସୁଛି ଦିଲିପ କନଷ୍ଟ୍ରକ୍ସନ ଦ୍ୱାରା ନିର୍ମିତ ଗୋଟିଏ ପରେ ଗୋଟିଏ ନିମ୍ନମାନର ଦୃଶ୍ୟ। ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁର ନୂତନ ବସ ଟର୍ମିନାଲର କାମକୁ ନେଇ ଉଠିଛି ଅଙ୍ଗୁଳି।   ଉକ୍ତ ଟର୍ମିନାଲର ସ୍ଥାନେ ସ୍ଥାନେ କାନ୍ଥ ଫାଟି ଆଁ କଲାଣି। କୌଣସି ମୁହୂର୍ତ୍ତରେ ଭୁଶୁଡିପାରେ ଏହି କାନ୍ଥଟି। ଖାଲି ଏହି କାନ୍ଥ ନୁହେଁ, ଟର୍ମିନାଲର ବିଭିନ୍ନ ସ୍ଥାନରେ ଫାଟ ଚିହ୍ନ ଦେଖା ଦେଇଥିବା ବେଳେ ଅତି ନିମ୍ନମାନର କାମ କରି ଟଙ୍କା ହରଣଚାଲ ହୋଇଥିବା ଅଭିଯୋଗ ହୋଇଛି। ୨୦୧୬ ମସିହାରେ ୧୨ କୋଟି ଟଙ୍କା ଅଟକଳ ବ୍ୟୟରେ ନିର୍ମିତ ଏହି ବସ ଟର୍ମିନାଲଟି ଉଦଘାଟନ ପରଠାରୁ ବନ୍ଧ ପଡିରହିଛି। ଜନସାଧାରଣଙ୍କ ପାଇଁ ନିର୍ମିତ ହେଉଥିବା ଏହି ପ୍ରକଳ୍ପ ବ୍ୟବହାର ପୁର୍ବରୁ ବସ ଟର୍ମିନାଲର ଏଭଳି ଦୃଶ୍ୟ ବେଶ ଚକିତ କରିଛି।  

୨୦୧୦ ମସିହାରେ ବ୍ରହ୍ମପୁର ଉନ୍ନୟନ ବିଭାଗ ପକ୍ଷରୁ ନୂତନ ବସ ଟର୍ମିନାଲର ରୂପରେଖର ପ୍ରସ୍ତୁତ କରି ଦିଲିପ କନଷ୍ଟ୍ରସନକୁ ନିର୍ମାଣ ଲାଗି ଦାୟିତ୍ୱ ଦିଆଯାଇଥିଲା। ନିର୍ମାଣ ହୋଇଥିବା ଏହି ଟର୍ମିନାଲର କାମର ମାନ ଉପରେ ତଦାରଖ କରିବା ଦାୟିତ୍ୱ ପୂର୍ତ୍ତ ବିଭାଗର ରହିଥିଲା। ବିଳମ୍ବରେ ହେଲେ ମଧ୍ୟ କୋଠା ନିର୍ମାଣ କାର୍ଯ୍ୟ ସରିବା ସହ ବସଷ୍ଟାଣ୍ଡର ଉଦଘାଟନ ମଧ୍ୟ ୨୦୧୬ ମସିହାରୁ ସରିଛି।   ହେଲେ ବାରମ୍ବାର ପୂର୍ତ୍ତ ବିଭାଗ କୋଠାକୁ ହସ୍ତାନ୍ତର କରିବା ଲାଗି ଚିଠି ଲେଖି ଆସୁଥିଲେ ମଧ୍ୟ ବିଡିଏ ଧ୍ୟାନ ନ ଦେବା ତଥା କୋଠାର ରକ୍ଷଣା ବେକ୍ଷଣ ଅଭାବରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି।

ଖାଲି ବସ ଟର୍ମିନାଲ ନୁହେଁ କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ ରାମଲିଙ୍ଗେଶ୍ୱର ଟେଙ୍କର ସୌନ୍ଦର୍ଯ୍ୟକରଣ, ଗଞ୍ଜାମ କଳାପରିଶଦର ନୁତନ କୋଠା, ଇକୋ ରିଟ୍ରିଟ ହବ ଭଳି ଜିଲ୍ଲାରେ ବହୁ ଉନ୍ନୟନମୂଳକ କାମ ଦିଲିପ କନଷ୍ଟ୍ରକ୍ସନ ହାତରେ ରହିଥିବା ବେଳେ ସମସ୍ତ କାମ ମନ୍ଥର ଗତିରେ ଚାଲିଛି। ଯାହାକୁ ନେଇ ନିକଟରେ ବିଡିଏ କାର୍ଯ୍ୟାଳୟରେ ଉକ୍ତ ଠିକାସଂସ୍ଥାର କାର୍ଯ୍ୟଦକ୍ଷତାକୁ ଏଜେଣ୍ଡାରେ ରଖି ଆଲୋଚନା କରାଯାଇଥିବା ବେଳେ ବିଭାଗ ପକ୍ଷରୁ ତାଗିତ କରାଯାଇଥିଲା। ଏଭଳି ସ୍ଥିତିରେ ଅଭିଯୋଗକୁ ଗୁରୁତର ସହ ନିଆଯାଇଥିବା କହିଛନ୍ତି ବିଡିଏ କର୍ତ୍ତୃପକ୍ଷ।