ଫୁଟିଲା ତିନି, ମିଳିଲା ଦୁଇ! ହାଇଦରର ପୋଷ୍ଟମର୍ଟମ୍ ପୂର୍ବରୁ ପତ୍ନୀ ଦେଲେ ଚାଞ୍ଚଲ୍ୟକର ବୟାନ?
Advertisement

ଫୁଟିଲା ତିନି, ମିଳିଲା ଦୁଇ! ହାଇଦରର ପୋଷ୍ଟମର୍ଟମ୍ ପୂର୍ବରୁ ପତ୍ନୀ ଦେଲେ ଚାଞ୍ଚଲ୍ୟକର ବୟାନ?

ଆଜି ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଗ୍ୟାଙ୍ଗଷ୍ଟର ହାଇଦରର ପୋଷ୍ଟମର୍ଟମ କରିଯାଇଛି। ମାଜିଷ୍ଟ୍ରେଟ୍ ଓ ପୋଲିସ ଉପସ୍ଥିତିରେ ପୋଷ୍ଟମର୍ଟମ ହୋଇଥିବା ବେଳେ ୨ଟି କ୍ୟାମେରାରେ ସମସ୍ତ ଘଟଣାର ରେକର୍ଡ କରାଯାଇଛି। ହାଇଦର ପକେଟରୁ ଗୋଟିଏ ଡାଏରୀ ମଧ୍ୟ ଜବତ ହୋଇଛି। 

ଡିଜାଇନ ଫଟୋ

ଗତକାଲି ଅପରାହ୍ଣରେ ଚୌଦ୍ୱାରରୁ ବାଲେଶ୍ୱର ସ୍ଥାନାନ୍ତର ବେଳେ ହାଇଦରକୁ ଏନକାଉଣ୍ଟର କରାଯାଇଥିଲା। ସେ ପରିସ୍ରା ବାହାନାରେ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଟାଣି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏସ୍ଆଇ ତାଙ୍କ ଉପରକୁ ଗୁଳି ଚଳାଇଥିବା କଟକ ଡିସିପି କହିଥିଲେ। ହାଇଦରର ପେଟରେ ୨ଟି ଗୁଳି ବାଜିଥିବା ପୋଲିସ ସ୍ପଷ୍ଟ କରିଥିଲା। କିନ୍ତୁ ଆଜି ପରିବାର ଲୋକଙ୍କ ବୟାନ ଏହି ଏନକାଉଣ୍ଟର ମାମଲାରେ ଏକ ନୂଆ ମୋଡ ଆଣିଛି।

ଆଜି ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଗ୍ୟାଙ୍ଗଷ୍ଟର ହାଇଦରର ପୋଷ୍ଟମର୍ଟମ କରିଯାଇଛି। ମାଜିଷ୍ଟ୍ରେଟ୍ ଓ ପୋଲିସ ଉପସ୍ଥିତିରେ ପୋଷ୍ଟମର୍ଟମ ହୋଇଥିବା ବେଳେ ୨ଟି କ୍ୟାମେରାରେ ସମସ୍ତ ଘଟଣାର ରେକର୍ଡ କରାଯାଇଛି। ହାଇଦର ପକେଟରୁ ଗୋଟିଏ ଡାଏରୀ ମଧ୍ୟ ଜବତ ହୋଇଛି। ତେବେ ପୋଷ୍ଟମର୍ଟମ ପୂର୍ବରୁ ହାଇଦରର ମୃତଦେହକୁ ତାର ବହୂ ଓ ପତ୍ନୀ ଦେଖି ଥିଲେ। ଶବ ବ୍ୟବଚ୍ଛେଦ ଗୃହରୁ ବାହାରିବା ପରେ ସେମାନେ କହିଛନ୍ତି ଯେ, ହାଇଦରର ପେଟରେ ତିନୋଟି ଗୁଳି ବାଜିଛି। ଦୁଇ ହାତରେ ବି ଗୁଳି ବାଜିଥିବା ପରିବାର ଲୋକ ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ଫେରାର ହେଉଥିବା ବ୍ୟକ୍ତିର ପେଟରେ କିଭଳି ଗୁଳି ବାଜିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Also Read: ହାଇଦରର ଏନକାଉଣ୍ଟର କାହାଣୀ କେତେ ସତ, କେତେ ମିଛ?

ଅନ୍ୟପଟେ ଗ୍ୟାଙ୍ଗଷ୍ଟାର ହାଇଦରଙ୍କ ଏନକାଉଣ୍ଟର ହୋଇଥିବା ସିମୁଳିଆ ଥାନା ଅଧିନ ୧୬ ନମ୍ବର ଜାତୀୟ ରାଜପଥ କଲେଜ ନିକଟସ୍ଥ ଡାଇଭରସନ ଛକ ନିକଟରେ ସାଇଣ୍ଟିଫିକ ଟିମ୍ ତଦନ୍ତ କରିଛି। ଏହି ସମୟରେ କଟକ ଆଡ଼ିସନାଲ ଡିସିପି ପ୍ରମୋଦ ରଥଙ୍କ ସମେତ ବାଲେଶ୍ବର SDPO ଶ୍ରୀହର୍ଷ ମିଶ୍ର ଓ ସିମୁଳିଆ ଥାନା ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। ଘଟଣାସ୍ଥଳରୁ ୨ଟି ଖୋକା ଜବତ କରାଯାଇଛି। ସେପଟେ ଗତକାଲି ୩ ରାଉଣ୍ଡ ଗୁଳି ଚାଲିଥିବା ପୋଲିସ କହିଛି। ତେବେ କେଉଁ ପରିସ୍ଥିତିରେ ପୋଲିସକୁ ତିନି ରାଉଣ୍ଡ ଗୁଳି ଚଳାଇବାକୁ ପଡିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏକ୍ସପର୍ଟଙ୍କ କହିବା ଅନୁସାରେ, ଯଦି କୌଣସି ଅପରାଧି ଖସି ପଳାଇବାକୁ ଚେଷ୍ଟା କରୁଛି, ତେବେ ପ୍ରଥମେ ତାକୁ ୱାର୍ଣିଂ ଦିଆଯାଏ। ତଥାପି ସେ ନରୁହେ ତେବେ ପୋଲିସ ତାର ଅଣ୍ଟା ତଳକୁ ଗୁଳି ମାଡ କରିପାରିବ। କିନ୍ତୁ ତାର ଜୀବନପ୍ରତି ବିପଦ ନଆସେ, ତାହା ଉପରେ ଧ୍ୟାନ ଦେବାକୁ ହେବ। ଆଉ ଯଦି ଅପରାଧିର ହାତରେ ହତିଆର ଥାଏ ଓ ପୋଲିସ ଉପରକୁ ଆକ୍ରମଣ କରିବାର ଆଶଙ୍କା ଅଛି ତେବେ ଆତ୍ମରକ୍ଷା ପାଇଁ ଗୁଳି ଚଳାଯାଇ ପାରିବ। କିନ୍ତୁ ହାଇଦରର ମାମଲାରେ ପେଟରେ ଗୁଳି ବାଜିଛି। ଆଉ ସେ ବନ୍ଧୁକ ଛଡେଇ ନେଇ ଥିଲା ନା ଦୌଡୁଥିଲା ତାହା ପୋଲିସ ସ୍ପଷ୍ଟ କରି ନାହିଁ। ସ୍ଥାନାନ୍ତର ବେଳେ ହାଇଦର ହାତରେ ହାତକଡି ଲାଗିଥିଲା ନା ନାହିଁ ତାହା ମଧ୍ୟ ଏନକାଉଣ୍ଟରକୁ ସନ୍ଦେହ ଘେରକୁ ଟାଣି ଆଣୁଛି।

Also Read: ଦୁଇଟି ଗୁଳିରେ ଖେଳ ଖତମ: ସିମୁଳିଆରେ ଗଡ଼ିଲା 'H'  ଗ୍ୟାଙ୍ଗର ମୁଖ୍ୟ ମୁଣ୍ଡ

ସେପଟେ ହାଇଦରକୁ ଏନକାଉଣ୍ଟର କରାଯିବା ପରେ କେନ୍ଦ୍ରାପଡା ମୁନିସିପାଲିଟି ଏରିଆ ସମେତ ପାଖ ୪ ପଞ୍ଚାୟତରେ ୧୪୪ ଧାରା ଲାଗାଯାଇଛି। ସପ୍ତାହେ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଆସନ୍ତା ୩୦ ତାରିଖ ଯାଏଁ ୧୪୪ ଧାରା ବଳବତ୍ତର ରହିବ। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଓ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।