ମୃତ ଯୁବକ ସ୍ଥାନୀୟ ଚୌଖୁଖ ଗାଁର ଅନନ୍ତ ମାଝୀ ହୋଇଥିବା ବେଳେ ଯୁବତୀ ମୟୂରଭଞ୍ଜ ଜିଲ୍ଲାର ବୋଲି ସୂଚନା ମିଳିଛି ।
Trending Photos
)
ବାଲେଶ୍ୱର: ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ! ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମି ଡାକ ବଙ୍ଗଳା ନିକଟରେ ଥିବା ଝାଉଁ ଜଙ୍ଗଲରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ଦୁଇ ଯୁବକ ଯୁବତୀ । ମୃତ ଯୁବକ ସ୍ଥାନୀୟ ଚୌଖୁଖ ଗାଁର ଅନନ୍ତ ମାଝୀ ହୋଇଥିବା ବେଳେ ଯୁବତୀ ମୟୂରଭଞ୍ଜ ଜିଲ୍ଲାର ବୋଲି ସୂଚନା ମିଳିଛି ।
ଯାହା କୁହାଯାଉଛି, ଡଗରା ଗ୍ରାମର କିଛି ଲୋକ ମୃତ ଗୋରୁକୁ ଝାଉଁ ଜଙ୍ଗଲକୁ ପକାଇବାକୁ ଆଣିଥିବା ବେଳେ ନିମ୍ବ ଗଛରେ ଝୁଲନ୍ତା ଯୁବକ ଯୁବତୀଙ୍କୁ ଦେଖିଥିଲେ । ମାତ୍ର ସେମାନଙ୍କର ପରିଚୟ ଜାଣି ନ ପାରି ଡଗରା ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଖବର ଦେଇଥିଲେ । ପ୍ରେମୀଯୁଗଳଙ୍କ ଘଟଣା ପ୍ରଘଟ ହେବା ପରେ ଆଖପାଖ ଅଞ୍ଚଳରେ ଲୋକେ ପହଞ୍ଚି ଅନନ୍ତ ମାଝୀକୁ ଚିହ୍ନିଥିଲେ । ସେହିପରି ମୃତ ଯୁବତୀ ଜଣକ ମୟୂରଭଞ୍ଜର ବୋଲି ଜଣାପଡ଼ିଛି ।
ମୃତ ଯୁବତୀ ଜଣକ ଅନନ୍ତ ମାଝୀର ବଡ଼ ଭାଇଙ୍କ ସମ୍ପର୍କୀୟା ବୋଲି କୁହାଯାଉଛି । ଘଟଣାସ୍ଥଳରେ ବାଲିଆପାଳ ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ଶବକୁ ଜବଦ କରି ବ୍ୟବଛେଦ ପାଇଁ ବାଲିଆପାଳ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।