ରାଜ୍ୟର କୋରୋନା ସ୍ଥିତି ସଙ୍ଗୀନ; ଦୈନିକ ସଂକ୍ରମଣ ଟପିଲା ୧୭୦୦, ପେପର ମିଲରୁ ୧୦୩ ପଜିଟିଭ ଚିହ୍ନଟ
Advertisement

ରାଜ୍ୟର କୋରୋନା ସ୍ଥିତି ସଙ୍ଗୀନ; ଦୈନିକ ସଂକ୍ରମଣ ଟପିଲା ୧୭୦୦, ପେପର ମିଲରୁ ୧୦୩ ପଜିଟିଭ ଚିହ୍ନଟ

ଆଜି ସୁନ୍ଦରଗଡ଼ (Sundargarh) ରୁ ସର୍ବାଧିକ ୨୬୮ କୋରୋନା (Coronavirus) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୫୧, ୩୦୨କୁ ବୃଦ୍ଧି ପାଇଛି। ସେହିପରି କୋରୋନାରୁ ଆଉ ୪୫୯ ଜଣ ସୁସ୍ଥ ହେଲା ପରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୪୦, ୬୨ରେ ପହଞ୍ଚିଛି। 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ଗ୍ରାଫ୍ ଉପର ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୭୪୧ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୧୦୧୫ ଓ ଲୋକାଲ କଣ୍ଟାକ୍ଟରୁ ୭୨୬ ପଜିଟିଭ୍ ବାହାରିଛନ୍ତି। ଏହା ସହ ମହାମାରୀ ୨ ଜଣଙ୍କ ଜୀବନ ମଧ୍ୟ ଯାଇଛି। 

ଆଜି ସୁନ୍ଦରଗଡ଼ (Sundargarh) ରୁ ସର୍ବାଧିକ ୨୬୮ କୋରୋନା (Coronavirus) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୫୧, ୩୦୨କୁ ବୃଦ୍ଧି ପାଇଛି। ସେହିପରି କୋରୋନାରୁ ଆଉ ୪୫୯ ଜଣ ସୁସ୍ଥ ହେଲା ପରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୪୦, ୬୨ରେ ପହଞ୍ଚିଛି। ତେବେ ବର୍ତ୍ତମାନ ମଧ୍ୟ ରାଜ୍ୟରେ ୯, ୨୫୯ କୋରୋନା ସଂକ୍ରମିତ ସକ୍ରିୟ ଅଛନ୍ତି। ସେପଟେ ମୋଟ କୋରୋନା ମୃତ୍ୟୁସଂଖ୍ୟା ୧,୯୨୮କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Also Read: ଭିଟାମାଟି ମୁହାଁ ପ୍ରବାସୀ ଓଡିଆ; ଆତଙ୍କିତ ଜନତା, ବେଫିକର ପ୍ରଶାସନ

ଅନ୍ୟପଟେ ବାଲେଶ୍ୱର (Balasore) ରୁ ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି। ଇମାମୀ ପେପର ମିଲ (Paper Mill) ରୁ ୧୦୩ ଶ୍ରମିକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ବାହାର ରାଜ୍ୟ ଶ୍ରମିକଙ୍କର ମଧ୍ୟ ନମୁନା ପରୀକ୍ଷା ହୋଇଥିଲା, ତେଣୁ, ସମସ୍ତଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଥିବା ସୂଚନା ମିଳିଛି। ସେପେଟେ ଉତ୍କଳ ବିଶ୍ୱବିଦ୍ୟାଳୟ (Utkal University) ର ୪ ଜଣ କୋରୋନା ପଜିଟିଭ୍ ଚିହ୍ନଟ  
ହୋଇଛନ୍ତି

କୋରୋନା ସଂକ୍ରମଣ ରୋକିବାକୁ ଆଜିଠାରୁ ଭୁବନେଶ୍ୱର (Bhubaneswar) ବିମାନବନ୍ଦରରେ ଚେକିଂ ଆରମ୍ଭ ହୋଇଛି। ରେଳ ଷ୍ଟେସନରେ ମଧ୍ୟ କଡ଼ାକଡ଼ି ଚେକିଂ ହେଉଛି। ଯାତ୍ରୀଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ନଥିଲେ ୭ ଦିନ ହୋମ୍ କ୍ୱାରେନଣ୍ଟାଇନ୍ ବ୍ୟବସ୍ଥା ହେଉଛି। ବିଏମସି ପକ୍ଷରୁ ମାର୍କେଟ ଗୁଡିକରେ ଚେକିଂ ଜୋରଦାର ହେଉଥିବା ବେଲେ ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି  ବୋଲି BMC କମିଶନ ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

Also Read: କ'ଣ କେବେ ଶେଷ ହେବ ନାହିଁ କୋରୋନା ଭୂତାଣୁ? ଜାଣନ୍ତୁ ଏମ୍ସ ନିର୍ଦ୍ଦେଶକଙ୍କ ଜବାବ

 

ଅନ୍ୟପଟେ ବିଏମସି ପକ୍ଷରୁ ଦେୟଯୁକ୍ତ ସଂଗରୋଧ ଆରମ୍ଭ କରାଯାଇଛି। ସହରର ୩ଟି OYO ହୋଟେଲରେ ଏହି ସେବା ଚାଲିଛି। କିମ୍ସ , ସମ୍ ଓ କଳିଙ୍ଗ ହସ୍ପିଟାଲ ନିକଟରେ ଏହି ସଂଗରୋଧ ବ୍ୟବସ୍ଥା କରାଯାଇଛି। ହୋଟେଲର ଉଭୟ ବାତାନୁକୂଳ ଓ ସାଧାରଣ ବର୍ଗରେ ଲୋକଙ୍କୁ ସେବା ଉପଲବ୍ଧ କରାଯାଉଛି। ସଂଗରୋଧ ସମୟରେ ଡାକ୍ତର ପରାମର୍ଶ ନେଇପାରିବେ ବୋଲି ମଧ୍ୟ କୁହାଯାଇଛି।