Advertisement
Article Detail0/zeeodisha/odisha2722337
Zee OdishaBalasoreOdisha News: ଅନ୍ତରଙ୍ଗ ଭିଡିଓ ସହ ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ ଯୁବକ, ବାନ୍ଧିଲା ପୋଲିସ୍

Odisha News: ଅନ୍ତରଙ୍ଗ ଭିଡିଓ ସହ ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ ଯୁବକ, ବାନ୍ଧିଲା ପୋଲିସ୍

Soro Youth Arrested: ବାଲେଶ୍ୱର ଜିଲ୍ଲାର ସୋରୋ ମ୍ୟୁନିସିପାଲିଟି ଅନ୍ତର୍ଗତ କମରପୁର ରାଇସ୍ ମିଲ୍ ଅଞ୍ଚଳରୁ ଶୁକ୍ରବାର ଦିନ କଟକ ସାଇବର ପୋଲିସ ଷ୍ଟେସନର ଏକ ଟିମ୍ ଜଣେ ଯୁବକଙ୍କୁ ଗିରଫ କରିଛି।

 

ଅନ୍ତରଙ୍ଗ ଭିଡିଓ ସହ ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ ଯୁବକ, ବାନ୍ଧିଲା ପୋଲିସ୍
ଅନ୍ତରଙ୍ଗ ଭିଡିଓ ସହ ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ ଯୁବକ, ବାନ୍ଧିଲା ପୋଲିସ୍

Soro Youth Arrested For Blackmailing Woman: ବାଲେଶ୍ୱର ଜିଲ୍ଲାର ସୋରୋ ମ୍ୟୁନିସିପାଲିଟି ଅନ୍ତର୍ଗତ କମରପୁର ରାଇସ୍ ମିଲ୍ ଅଞ୍ଚଳରୁ ଶୁକ୍ରବାର ଦିନ କଟକ ସାଇବର ପୋଲିସ ଷ୍ଟେସନର ଏକ ଟିମ୍ ଜଣେ ଯୁବକଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ସେହି ଅଞ୍ଚଳର ବାସିନ୍ଦା ଜିତେନ୍ଦ୍ର ବାରିକ ଫେସବୁକ୍ ମାଧ୍ୟମରେ କଟକ ଜିଲ୍ଲାର ଜଣେ ମହିଳାଙ୍କ ସହ ବନ୍ଧୁତା କରିଥିଲେ। ପରେ ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ଗୁପ୍ତରେ ସେମାନଙ୍କ ବ୍ୟକ୍ତିଗତ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ରେକର୍ଡ କରିଥିଲେ। ଏହା ପରେ ସେ ଏହି ଭିଡିଓ ବ୍ୟବହାର କରି ମହିଳାଙ୍କୁ ବ୍ଲାକମେଲ୍ କରୁଥିଲେ ଏବଂ ବିଭିନ୍ନ ସମୟରେ ତାଙ୍କଠାରୁ ମୋଟ ୯୦,୦୦୦ ଆଦାୟ କରିଥିଲେ।

ବାରମ୍ବାର ବ୍ଲାକମେଲିଂରେ ହତାଶ ହୋଇ ମହିଳା ଜଣକ କଟକ ସାଇବର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ୍ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିଲା।

Add Zee News as a Preferred Source

ଆଜି ଅପରାହ୍ନରେ ଜିତେନ୍ଦ୍ର ସୋରୋରେ ଥିବା ସୂଚନା ପାଇ ସାଇବର ପୋଲିସ ସୋରୋ ପୋଲିସ ଷ୍ଟେସନରେ ପହଞ୍ଚି ସ୍ଥାନୀୟ ପୋଲିସ ସହାୟତାରେ ରାତିରେ ତାଙ୍କ ଘରୁ ତାଙ୍କୁ ଗିରଫ କରିଥିଲା। ଖବର ଅନୁସାରେ ପ୍ରଥମେ ତାଙ୍କୁ ସୋରୋ ପୋଲିସ ଷ୍ଟେସନକୁ ନିଆଯାଇଥିଲା ଏବଂ ପରେ ସାଇବର ଟିମ୍ ତାଙ୍କୁ କଟକ ଆଣିଥିଲା।

About the Author